ପ୍ରଭୁ ଯୀଶୁ ଙ୍କ ସହିତ ଜଡିତ ଏଭଳି ଅନେକ କାହାଣୀ ରହିଛି ଜୀବନକୁ ମାର୍ଗ ଦେଖାଇବା ପାଇଁ ସାହାଯ୍ୟ କରିଥାଏ, ଯୀଶୁ ଖ୍ରୀଷ୍ଟ ଙ୍କ ମତରେ ବ୍ୟକ୍ତିର ସବୁଠୁ କଲ୍ୟାଣକାରୀ କାର୍ଯ୍ୟ ହେଉଛି ନିଜ ଧର୍ମ କୁ ଗୁରୁତ୍ୱ ଦେବା , ଧର୍ମ ହିଁ ହେଉଛି ମନବତା ର ସବୁଠୁ ଊର୍ଧ୍ୱରେ l
ଏକଦା ପ୍ରଭୁ ଯୀଶୁ କିଛି ଖରାପ ପ୍ରକୃତିର ଲୋକଙ୍କ ସହିତ ବସି ଖାଦ୍ୟ ଖାଉଥିଲେ, ଏହା ଦେଖି ପ୍ରଭୁ ଯୀଶୁ ଙ୍କ ଶିଷ୍ୟ ବା ଅନୁଗାମୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ, ଏବଂ ପରେ ସେ ପ୍ରଭୁ ଯୀଶୁ ଙ୍କ ସହିତ ଏହି ବିଷୟ ରେ ଆଲୋଚନା କଲେ l ଇଷା ମସିହ ନିଜ ଶିଷ୍ୟ ମାନଙ୍କୁ ବୁଝାଇବାକୁ ଯାଇ କହିଥିଲେ ଆପଣମାନେ ମୋତେ କୁହନ୍ତୁ ସୁସ୍ଥ ବ୍ୟକ୍ତି ଓ ରୋଗୀ ଙ୍କ ମଧ୍ୟରୁ କାହାକୁ ସବୁଠୁ ଅଧିକ ବୈଦ୍ୟ ର ଆବଶ୍ୟକତା ପଡିଥାଏ ?
ଏହାର ଉତ୍ତରରେ ଶିଷ୍ୟମାନେ କହିଥିଲେ ଯେ ରୋଗୀ କୁ ସବୁଠୁ ଅଧିକ ବୈଦ୍ୟ ର ଆବଶ୍ୟକତା ପଡିଥାଏ, ଏହାପରେ ଯୀଶୁ କହିଥିଲେ ଠିକ କଥା କହୁଚ , ଭଗବାନ ଙ୍କ ବାଣୀ ମଧ୍ୟ ସେହିଭଳି ଗୋଟିଏ ଔଷଧ, ଏବଂ ମୁଁ ଜଣେ ବୈଦ୍ୟ, ଯିଏ ଧର୍ମ ର ମାର୍ଗ ରୁ ଓହରି ଯାଇଛି ସେମାନଙ୍କୁ ଧର୍ମ ର ମାର୍ଗ କୁ ଆଣିବା ମୋର ମୁଖ୍ୟ ଉଦେଶ୍ୟ l ସେମାନେ ଯେପରି ଖରାପ ରାସ୍ତା ଛାଡି ଭଲ ରାସ୍ତା କୁ ଆସିବେ l
ତେଣୁ ସେମାନଙ୍କୁ ଔଷଧ ର ଆବଶ୍ୟକତା ରହିଛି ଏବଂ ଈଶ୍ୱରଙ୍କ ବାଣୀ ହେଉଛି ସେହି ଔଷଧ , ତାହାକୁ ସଂସାରର ପ୍ରତ୍ୟେକ ବ୍ୟକ୍ତି ସେବନ କରିବା ଉଚିତ, ଈଶ୍ୱର କହିଛନ୍ତି ବ୍ୟକ୍ତିର ଗୁଣ କୁ ଘୃଣା କର ତାର ପ୍ରକୃତିକୁ ନୁହେଁ l ତେଣୁ ଯଦି ତୁମେମାନେ ଈଶ୍ୱର ଙ୍କ ଅନୁଗାମୀ ତେବେ ତାଙ୍କ ବାଣୀ କୁ ହୃଦୟଙ୍ଗମ କର, ମହତ କାର୍ଯ୍ୟ କର l ମନରେ ଦୟା ଭାବ ରଖ, ସତକର୍ମ ରେ ପରି ଚଳିତ ହୁଅ l