ଡିସେମ୍ବର ମାସ ଆସିଯିବା କ୍ଷଣି ଈସାଈ ଧର୍ମାବଲମ୍ବୀ ଲୋକଙ୍କ ମଧ୍ୟରେ ଗୋଟିଏ ଉତ୍ସାହ ଦେଖିବାକୁ ମିଳିଥାଏ, ପ୍ରତ୍ୟକ ସହରରେ ଚର୍ଚ୍ଚ ଓ ଗୀର୍ଜା ଘର ଗୁଡିକୁ ରଙ୍ଗ ବେରଂଗ ଆଲୋକ ରେ ସୁସଜ୍ଜିତ କରାଯାଇଥାଏ l ବଡ଼ବଡ଼ ମଲ ଗୁଡିକରେ ସାଣ୍ଟାକ୍ଲଜ ସହିତ ଖ୍ରୀଷ୍ଟମାସ ଟ୍ରି ମଧ୍ୟ ଆମେ ଦେଖିବାକୁ ପାଇଥାଉ l ପ୍ରତି ବର୍ଷ ଡିସେମ୍ବର ୨୫ ତାରିଖ ଦିନ ବଡ଼ଦିନ ବା ଖ୍ରୀଷ୍ଟମାସ ପାଳନ କରାଯାଇଥାଏ l
ଖ୍ରୀଷ୍ଟଧର୍ମ ର ମୂଳ ମନ୍ତ୍ର ହେଉଛି ଦୟଭାବ , ପ୍ରଭୁ ଯୀଶୁ ନିଜ ବାଣୀରେ ସର୍ବଦା ଜୀବ ମାନଙ୍କ ଉପରେ ଦୟଭାବ ରଖିବା ପାଇଁ କହିଥାଆନ୍ତି l ଯୀଶୁଙ୍କର ୧୦ଟି ଅମୃତ ବାଣୀ ବାଇବେଲ ରେ ସର୍ବଦା ଜୀବନ୍ତ ଅଟେ l
– ଈଶ୍ୱରଙ୍କ ନିକଟରେ ବିଶ୍ୱାସ ରଖ – ଯୀଶୁ ନିଜ ବାଣୀରେ କହିଛନ୍ତି ଦୁନିଆରେ ସବୁଠୁ ଊର୍ଧ୍ୱରେ ଭଗବାନ ତେଣୁ ତାଙ୍କ ଉପରେ ବିଶ୍ୱାସ ରଖ ଏବଂ ତାଙ୍କ ନିକଟରେ ସବୁବେଳେ ମୁଣ୍ଡ ମଧ୍ୟ ନୁଆଁଇ ରଖବା ଜରୁରୀ ଏବଂ ବିଶ୍ୱାସ କରିବା ଜରୁରୀ l
– ପ୍ରେମ ଓ କରୁଣା ସହିତ ବଂଚିବା ଜରୁରୀ – ପ୍ରଭୁ ଯୀଶୁଖ୍ରୀଷ୍ଟ କହିଛନ୍ତି ବ୍ୟକ୍ତି ଏହି ଜୀବଜଗତ ର ପ୍ରତ୍ୟେକ ଜିନିଷ କୁ ଭଲ ପାଇବା ଆବଶ୍ୟକ ଏବଂ ଜୀବଙ୍କୁ ଦୟା କରିବା ଉଚିତ l
– ସତ୍ୟକୁ ମହତ୍ୱ ଦିଅ – ବ୍ୟକ୍ତି ସର୍ବଦା ଜୀବନ ରେ ସତ୍ୟକୁ ଗ୍ରହଣ କରି ବଂଚିବା ଆବଶ୍ୟକ, ସତ୍ୟ ବଚନ କହୁଥିବା ବ୍ୟକ୍ତି ଶରୀର ରେ ଉର୍ଜା ଜାଗ୍ରତ ହୋଇଥାଏ l
– କ୍ଷମା ହେଉଛି ମଣିଷର ବଡ଼ ଶକ୍ତି – ଯୀଶୁ କହିଛନ୍ତି ବ୍ୟକ୍ତି ସବୁବେଳେ କ୍ଷମା ରଖିବା ଆବଶ୍ୟକ , କ୍ଷମା ହିଁ ଦୁନିଆର ସବୁଠୁ ବଡ଼ ଧର୍ମ l
– ଶକ୍ତି ହିଁ ଜୀବନ ର ଆଧାର – ଶକ୍ତି ମଣିଷ ଜୀବନ ର ସେହି ଆଧାର ଯାହା କେବେ ସୀମିତ ନୁହେଁ, ଯାହାକି ବିଶେଷ ଭାବରେ ମାନସିକ ଓ ଆଧ୍ୟାତ୍ମିକ ଶକ୍ତିକୁ ଦର୍ଶାଇଥାଏ l
– ମନୁଷ୍ୟ ନିଜ ଭାଗ୍ୟ ର ନିର୍ମାଣ କାରି – ବ୍ୟକ୍ତି ର ଯଦି ନିଜ ଉପରେ ଆତ୍ମା ବିଶ୍ୱାସ ରହିଛି ତେବେ ସେ ନିଜ ଭାଗ୍ୟର ପରିବର୍ତ୍ତନ ନିଜେ କରି ପାରିବ l କଠିନ ରୁ କଠିନ କାର୍ଯ୍ୟ ମଧ୍ୟ କରିଦେବ l
– ଅସଫଳତା ହେଉଛି ସଫଳତାର ପ୍ରଥମ ସୀଢୀ – ଯଦି ଜୀବନ ରେ ଅସଫଳ ହୋଇଯାଉଛ ତେବେ ଭୟ କରି ହାରି ଯାଅନାହିଁ ଦିନେନା ଦିନେ ସଫଳତା ମିଳିବ l
– ସେବା ଓ ସମର୍ପଣ ନିହାତି ଜରୁରୀ – ଯୀଶୁ ଙ୍କ ବାଣୀ ଅନୁସାରେ ବ୍ୟକ୍ତି ନିଜ ମନରେ ପ୍ରତ୍ୟେକ ବ୍ୟକ୍ତି ର ସେବା କରିବା ପାଇଁ ମନୋବଳ ରଖିବା ଆବଶ୍ୟକ l
– ସମସ୍ତ ଧର୍ମର ଆଦର କର – ଧର୍ମ ର ମୁଖ୍ୟ ଉଦେଶ୍ୟ ଆତ୍ମା କୁ ଜାଗୃତ କରିବା ଏବଂ ନିଜ ମଧ୍ୟରେ ସ୍ନେହ ଆଦର ରଖି ଅନ୍ୟ ଧର୍ମ କୁ ସମ୍ମାନ କରିବା l
– ନିଜକୁ ଦୁର୍ବଳ ଭାବନାହିଁ – ବ୍ୟକ୍ତି ନିଜ ଶକ୍ତିକୁ ଚିହ୍ନି ସଠିକ କାର୍ଯ୍ୟ କରିବା ଆବଶ୍ୟକ ଏବଂ ପ୍ରତ୍ୟେକ ପରିସ୍ଥିତି କୁ ମୁକାବିଲା ମଧ୍ୟ କରିବା ଜରୁରୀ l