Odisha news

ଜିଓଟିଭି ପ୍ଲସ ଟୁ ଇନ ୱାନ ଅଫର: ଗୋଟିଏ ଏୟାର ଫାଇବର ସଂଯୋଗ ସହିତ ଦୁଇଟି ଟିଭି ଚଲାଇବା ସୁବିଧା

0

– ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ ଏବଂ ୧୩ ଓଟିଟି ଆପ୍

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଜିଓ ଟିଭି ପ୍ଲସ ଟୁ ଇନ ୱାନ ଅଫର ନେଇଆସିଛି। ଏହି ଅଫର ଅନୁଯାୟୀଗ୍ରାହକମାନେ ଏବେ ଗୋଟିଏ ଜିଓ ଏୟାର ଫାଇବର ସଂଯୋଗରେ ଦୁଇଟି ଟିଭି ଏକାସାଙ୍ଗରେ ଚଲାଇ ପାରିବେ। ଏହି ପ୍ଲାନରେ ଗ୍ରାହକମାନେ ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ ଏବଂ ୧୩ ଓଟିଟି ଆପ ଉପଭୋଗ କରିପାରିବେ। ଏହି ସେବା ଜିଓ ଟିଭି ପ୍ଲସ୍ ଆପ୍ ମାଧ୍ୟମରେ ଉପଲବ୍ଧ ହେଉଛି ।

ଜିଓ ଟିଭି ପ୍ଲସ୍ ଆପ୍ ୧୦ ଟି ଭାଷା ଏବଂ ୨୦ ଟି ବର୍ଗରେ ୮୦୦ ଡିଜିଟାଲ୍ ଟିଭି ଚ୍ୟାନେଲ ଉପଭୋଗ କରିବାର ସୁବିଧା ପ୍ରଦାନ କରିଥାଏ । ଏଠି ସହିତ ଉପଭୋକ୍ତାମାନେ ଅତିରିକ୍ତ ଭାବରେ ଗୋଟିଏ ଲଗଇନ୍ ରୁ ୧୩ ରୁ ଅଧିକ ଲୋକପ୍ରିୟ ଓଟିଟି ଆପ୍ ଉପଭୋଗ କରିପାରିବେ।

ଜିଓ ଟିଭି ପ୍ଲସ୍ ଆପର ପ୍ରମୁଖ ବିଶେଷତା ଗୁଡିକ ମଧ୍ୟରେ ରହିଛି ଏକକ ସାଇନ୍-ଅପ୍ ବିକଳ୍ପସ୍ମାର୍ଟ ଟିଭି ରିମୋଟ ସୁସଙ୍ଗତତା ଏବଂ ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ବିଷୟବସ୍ତୁ। ଗ୍ରାହକମାନେ ସ୍ମାର୍ଟ ଫିଲ୍ଟର ବ୍ୟବହାର କରି ଚ୍ୟାନେଲଗୁଡ଼ିକୁ ସହଜରେ ଖୋଜି ପାରିବେପ୍ଲେ ବ୍ୟାକ ସ୍ପିଡ୍ ନିୟନ୍ତ୍ରଣ କରିପାରିବେ ଏବଂ ପୂର୍ବରୁ ପ୍ରସାରିତ ଶୋ ଗୁଡିକ ମଧ୍ୟ ଦେଖିପାରିବେ। ଏହି ସେବା ସମସ୍ତ ଜିଓ ଏୟାର ଫାଇବର ପ୍ଲାନ ସହିତ ଉପଲବ୍ଧ ହେଉଛି। ସେହିଭଳି ଜିଓ ଫାଇବର ପୋଷ୍ଟପେଡ ସଂଯୋଗରେ ଏହା ୫୯୯୮୯୯ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ମୂଲ୍ୟର ପ୍ଲାନରେ ଉପଲବ୍ଧ ହେଉଛି । ଜିଓ ଫାଇବର ପ୍ରିପେଡରେ ଏହା ୯୯୯ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ମୂଲ୍ୟର ପ୍ଲାନ ଗୁଡିକରେ ଉପଲବ୍ଧ ହେଉଛି।

ଜିଓ ଟିଭି ଆପରେ ପ୍ରମୁଖ ଚ୍ୟାନେଲ ଏବଂ ଡିସ୍ନି ପ୍ଲସ୍ହଟଷ୍ଟାର୍ସୋନି ଲିଭ୍ଏବଂ ଜି-ଫାଇଭ ଭଳି ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ମଧ୍ୟ ଉପଲବ୍ଧ ରହିଛି।

ଏହି ସେବା ଆରମ୍ଭ କରିବାକୁଆପଣଙ୍କର ସ୍ମାର୍ଟ ଟିଭିର ଆପ୍ ଷ୍ଟୋର୍‌ରୁ ଜିଓ ଟିଭି ପ୍ଲସ୍ ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ଆପଣଙ୍କର ପଞ୍ଜୀକୃତ ଜିଓ ଫାଇବର କିମ୍ବା ଜିଓ ଏୟାର ଫାଇବର ମୋବାଇଲ୍ ନମ୍ବର ସହିତ ଲଗଇନ୍ କରି ତୁରନ୍ତ ବ୍ୟାପକ ବିଷୟବସ୍ତୁରେ ସମୃଦ୍ଧ ଲାଇବ୍ରେରୀ ଉପଭୋଗ କରିବା ଆରମ୍ଭ କରନ୍ତୁ। ଏହି ଅଫର ସହିତଜିଓ ଟିଭି ଦ୍ରୁତ ଗତିରେ ଭାରତର ସର୍ବବୃହତ ବିଷୟବସ୍ତୁ ବା କଣ୍ଟେଣ୍ଟ ଏଗ୍ରିଗେଟର୍ ପ୍ଲାଟଫର୍ମରେ ପରିଣତ ହେଉଛିଯାହା ବିଭିନ୍ନ ପ୍ଲାଟଫର୍ମରେ କୌଣସି ଅତିରିକ୍ତ ଚାର୍ଜ କିମ୍ବା ସଂଯୋଗ ବିନା ମନୋରଞ୍ଜନ ପାଇଁ ନିରବଛିନ୍ନ ପ୍ରବେଶ ପ୍ରଦାନ କରୁଛି।

Har Ghar Tiranga

Leave A Reply