କେନ୍ଦୁଝର : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଙ୍କ ଜନ୍ମଦିନକୁ କମ୍ପାନୀ ପକ୍ଷରୁ ଫିଟନେସ ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଶାରୀରିକ ସୁସ୍ଥତା ସମ୍ପର୍କରେ ସଚେତନତା ପାଇଁ ବଡ଼ବିଲ ଏବଂ ଟେନସାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କମ୍ପାନୀ ର କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗ ଏବଂ ପିଲାମାନେ ବହୁ ସଂଖ୍ୟା ରେ ଯୋଗଦେଇଥିଲେ। ପୂର୍ବାହ୍ନ ରେ ବଡ଼ବିଲ ପ୍ଲାଣ୍ଟ ମୁଖ୍ୟବ୍ରିଜ ବଦହ ଦରର ଏକ ୱକାଥନ କୁ ଉଦଘାଟନ କରିଥିଲେ। ଏଥିରେ ପ୍ରାୟ ୨୦୦ ଜଣ ଅଂଶ ଗ୍ରହଣ କରିଥିଲେ। ଶ୍ରୀ ବଦହ ଦର କହିଥିଲେ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଶାରୀରିକ ସୁସ୍ଥତା ଅତି ଗୁରୁତ୍ୱପୂର୍ଣ୍ଣ।
ପ୍ରତିଦିନ ଯୋଗ କରିବା ଦ୍ଵାରା ଆମେ ମାନସିକ ବିଷାଦ ରୁ ମୁକ୍ତ ରହୁ ଏବଂ ଅଧିକ କାର୍ଯ୍ୟକ୍ଷମ ହେଉ। ନବୀନ ଜିନ୍ଦଲ ଙ୍କ ଜନ୍ମଦିନକୁ ଫିଟନେସ ଦିବସ ରୂପେ ପାଳନ କରି ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ। ଶ୍ରୀ ଜିନ୍ଦଲ ଙ୍କ ନେତୃତ୍ବରେ ଦେଶଭକ୍ତି ସମ୍ପର୍କରେ ସେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହି ଅବସରରେ ପେଲେଟ୍ ପ୍ଲାଣ୍ଟ ରେ କର୍ମଚାରୀ ମାନେ କେକ୍ କାଟିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କମର୍ସଆଲ୍ ମୁଖ୍ୟ ଥିଲେ ସୁଶୀଲ ଅଗ୍ରୱାଲ, ଅପରେସନ ମୁଖ୍ୟ ଏମ୍ ଡି ପୁରୁଷୋତ୍ତମ, ମେକାନିକାଲ ମୁଖ୍ୟ ଦୀପକ ଦାସ,ମାନବ ସମ୍ବଳ ମୁଖ୍ୟ ଶରତ କିଶୋର ପଣ୍ଡା, ବିଦ୍ୟୁତ ମୁଖ୍ୟ ସୁନିଲ୍ ପଟ୍ଟନାୟକ,ସିଏସ୍ଆର ମୁଖ୍ୟ ଭର୍ଜିଲ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ।