Odisha news

ସନ୍ତାନ ମାନଙ୍କ ପାଇଁ ରକ୍ଷା କବଚ ଅଟେ ମା ମାନଙ୍କର ଏହି ବ୍ରତ, ଏବଂ କଣ ରହିଛି ଏହି ବ୍ରତର ମାହାତ୍ମ୍ୟ

0

ଓଡ଼ିଆ ଘରର ଅନେକ ପର୍ବପର୍ବାଣୀ ରହିଛି , ସେଥି ମଧ୍ୟରୁ ଗୋଟିଏ ବ୍ରତ ହେଉଛି ଦ୍ଵିତୀୟା ଓଷା ବା ଦୂତୀ ବାହନ ଓଷା l ବିଶେଷ ଭାବରେ ଏହି ବ୍ରତ ଓଡିଶା, ବିହାର, ଝାରଖଣ୍ଡ ଓ ଉତ୍ତରପ୍ରଦେଶ ରେ ପାଳିତ ହୋଇଥାଏ l ଏହି ବ୍ରତ ମା ମାନେ ନିଜ ପିଲା ମାନଙ୍କ ର ଦୀର୍ଘ ଜୀବନ କାମନା କରି ବ୍ରତ କରି ଥାଆନ୍ତି l ଏବଂ ଏହି ବ୍ରତ ବିନା ଅନ୍ନ ଜଳ ଗ୍ରହଣ ନକରି ନିର୍ଜଳା କରାଯାଇ ଥାଏ l ତେଣୁ ଏହାକୁ ଗୋଟିଏ କଠିନ ବ୍ରତ ବୋଲି କୁହାଯାଏ l

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଆଶ୍ୱିନ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ବ୍ରତ କରାଯାଇ ଥାଏ l ଚଳିତ ବର୍ଷ ଦ୍ଵିତୀୟା ଓଷା ସେପ୍ଟେମ୍ବର ୨୪ ତାରିଖରେ ପାଳିତ ହେବ l ଏବଂ ପରଦିନ ଏହା ଉଦଯାପନ ହେବ l

ଏହି ବ୍ରତରେ କାହାକୁ କରାଯାଇ ଥାଏ ପୂଜା –
ଦ୍ଵିତୀୟା ଓଷାରେ ବିଶେଷ ଭାବରେ ଭଗବାନ ଜୀମୂତ ବାହନ ଙ୍କୁ ପୂଜାର୍ଚନା କରାଯାଇଥାଏ l ସେ ଜଣେ ଗନ୍ଧର୍ବ ରାଜକୁମାର ଥିଲେ, କିନ୍ତୁ ସେ ସମସ୍ତ ରାଜ ପାଟ ଛାଡି ବଣକୁ ଚାଲି ଯାଇଥିଲେ l ଏକଦା ଜିମୂତବାହନ ଙ୍କ ସାକ୍ଷାତ ଜଣେ ବୃଦ୍ଧ ମହିଳାଙ୍କ ସହିତ ହୋଇଥିଲା l ଯାହାଙ୍କ ସମ୍ବନ୍ଧ ନାଗବଂଶ ସହିତ ଥିଲା l ସେ ମହିଳାଟି ଖୁବ କାନ୍ଦୁଥିଲା l ଜିମୂତବାହାନ ତାଙ୍କୁ କାନ୍ଦିବାର କାରଣ ପଚାରିଥିଲେ l ଏହାପରେ ସେହି ବୃଦ୍ଧା ଜଣଙ୍କ କହିଥିଲେ କି ପକ୍ଷୀରାଜ ଗରୁଡ଼ ନାଗ ମାନଙ୍କୁ ବଚନ ଦେଇଛନ୍ତି କି ପ୍ରତ୍ୟେକ ଦିନ ତାଙ୍କୁ ଭୋଜନ ଭାବରେ ଗୋଟିଏ ନାଗ ଦିଆଯିବ, ନଚେତ ସେ ନାଗ ବଂଶ ଧ୍ବଂସ କରିଦେବେ l ବୃଦ୍ଧ ମହିଳା ଜଣଙ୍କ କହିଲେ ଯେ ଆଜି ତାଙ୍କ ପୁତ୍ର ଚନ୍ଦ୍ରଚୂଡ଼ ର ପାଳି ଅଛି l

ଏହାପରେ ଜୀମୂତ ବାହନ ବୃଧା ଙ୍କୁ କହିଥିଲେ ଯେ ତୁମ ପୁତ୍ରଙ୍କୁ କିଛି ହେବନାହିଁ l ଏବଂ ସେ ଆଜି ପକ୍ଷୀରାଜ ଗରୁଡ଼ ଙ୍କର ଆହାର ମଧ୍ୟ ହେବେ ନାହିଁ l କାହିଁକିନା ଆଜି ଆପଣଙ୍କ ପୁତ୍ରଙ୍କ ସ୍ଥାନରେ ମୁଁ ଯିବି l ଏବଂ ଏହା କହି ସେ ଗରୁଡଙ୍କ ନିକଟକୁ ଚାଲିଗଲେ, ନାଲି କପଡା ରେ ଗୁଡେଇ ହୋଇଥିବା ଜୀମୂତ ବାହନ ଙ୍କୁ ଗରୁଡ଼ ନିଜ ପଞ୍ଝାରେ ନେଇ ଉଡ଼ିଗଲା l ଯନ୍ତ୍ରଣାରେ ଜୀମୂତ ବାହନ ଚିତ୍କାର ଛାଡିଥିଲା l ତାଙ୍କର ଯନ୍ତ୍ରଣାର ଚିତ୍କାର ଶୁଣି ଗରୁଡ଼ ଗୋଟିଏ ପର୍ବତ ଶିଖର ଉପରେ ଅଟକି ଗଲେ , ଏବଂ ଜୀମୂତ ବାହନ ଗରୁଡ଼ ଙ୍କୁ ସମସ୍ତ କଥା କହିଲେ l ଏହାପରେ ଜୀମୂତ ବାହନ ର ଦୟା ଭାବନା ଜାଗ୍ରତ ହେଲା ଏବଂ ସେ ଜୀମୂତ ବାହନ ଙ୍କ ସାହସ ଦେଖି ପ୍ରସନ୍ନ ହେଲେ l ଏବଂ ସେ ବଚନ ଦେଲେ ଯେ ଆଜି ଠାରୁ କୌଣସି ନାଗ ଙ୍କୁ ତାଙ୍କର ଭୋଜନ କରିବେ ନାହିଁ l ମାନ୍ୟତା ରହିଛି ଯେ ଏହାପରେ ହିନ୍ଦୁ ଧର୍ମରେ ଦ୍ଵିତୀୟା ଓଷା ବ୍ରତ କରାଯାଇ ଥାଏ l

– ମାନ୍ୟତା ରହିଛି ଯେ ଏହି ବ୍ରତ ଦ୍ୱାରା ସନ୍ତାନ ମାନଙ୍କ ଜୀବନରୁ ସମସ୍ତ କଷ୍ଟ ଦୂର ହୋଇଥାଏ l
– ସନ୍ତାନ ମାନେ ଦୀର୍ଘାୟୁ ହୋଇ ଥାଆନ୍ତି l
– ମା ମାନେ ଦୂତୀବାହନ ବା ଦ୍ଵିତୀୟା ଓଷା କରିବା ଦ୍ୱାରା ସନ୍ତାନ ମାନଙ୍କର ସର୍ବ ମଙ୍ଗଳ ହୋଇଥାଏ l

Har Ghar Tiranga

Leave A Reply