Odisha news

ଖେରୁୱାଲ ଗ୍ରାମରେ ୫୦ଟି ସୋଲାର ଷ୍ଟ୍ରିଟଲାଇଟ ସ୍ଥାପନ କରିଛି ଏପସିଲନ ଫାଉଣ୍ଡେଶନ

0

ଝାରସୁଗୁଡା : ସ୍ଥାୟୀ ଗ୍ରାମାଂଚଳ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଏପ୍ସିଲନ ଫାଉଣ୍ଡେଶନନ ପକ୍ଷରୁ ଶ୍ରୀପୁରା ଗ୍ରାମପଂଚାୟତର ଖେରୁୱାଲ ଗ୍ରାମରେ ସଫଳତାର ସହ ୫୦ଟି ସୋଲାର-ପରିଚାଳିତ ଷ୍ଟ୍ରିଟଲାଇଟ ଇନ୍ଷ୍ଟଲ କରାଯାଇଛି । ଏହି ପଦକ୍ଷେପ ରାତି ସମୟରେ ଉଜ୍ୱଳତା ଓ ସୁରକ୍ଷା ବୃଦ୍ଧି କରିବା ଏବଂ ପରିବେଶ ଅନୁକୂଳ ଶକ୍ତି ସମାଧାନଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି ଯାହା ପ୍ରାୟ ୨୦୦୦ ଗ୍ରାମବାସୀଙ୍କୁ ଉପକୃତ କରିବ । ଜନକଲ୍ୟାଣ ଓ ପରିବେଶ ସ୍ଥାୟିତ୍ୱ ପ୍ରତି ଏହାର ପ୍ରତିବଦ୍ଧତାର ଅଂଶ ଭାବେ ଏପସିଲନ ଫାଉଣ୍ଡେଶନ ପକ୍ଷରୁ ଏକ ଔପଚାରିକ ହସ୍ତାନ୍ତର ସମାରୋହର ଆୟୋଜନ କରାଯାଇଥିଲା ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଏମବିକେ ମିଶନ ଶକ୍ତି ସିଆରପିର ଶ୍ରୀମତି ଗୀତାଞ୍ଜଳି ଭଇଁସା, ଶ୍ରୀମତି ସୁମତି ଭଇଁସା ଓ ଶ୍ରୀମତି ସମ୍ପଦିତା ବନ୍ଦିତା ସେଠଙ୍କ ସମେତ ଏପ୍ସିଲନ କାର୍ବନ ଅଶୋକା ପ୍ରାଇଭେଟ ଲିମିଟେଡର ପ୍ରୋଗ୍ରାମ ଚେୟାରମ୍ୟାନ ଏବଂ ଫାଇନାନ୍ସ ଓ ଆକାଉଂଟସ ବିଭାଗର ଡିଜିଏମ ଶ୍ରୀଯୁକ୍ତ ହୃଷିକେଶ ଦାସ ଏବଂ ଗ୍ରାମବାସୀମାନେ ଯୋଗ ଦେଇଥିଲେ । ନୂଆ କରି ସ୍ଥାପିତ ହୋଇଥିବା ଏହି ସୋଲାର ଷ୍ଟ୍ରିଟଲାଇଟଗୁଡିକ ଉକ୍ତ ଅଂଚଳର ଲୋକମାନଙ୍କ ପାଇଁ ସୁରକ୍ଷା ବୃଦ୍ଧି କରିବା ସହ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବ ।
ଏହି ଅବସରରେ ଏପସିଲନ ଫାଉଣ୍ଡେଶନର ନିଦେ୍ର୍ଦଶକ ଶ୍ରୀଯୁକ୍ତ ବିକ୍ରମ ହାଣ୍ଡା କହିଛନ୍ତି, “ଏହି ପଦକ୍ଷେପ ମାଧ୍ୟମରେ ଆମେ ଶ୍ରୀପୁରା ପଂଚାୟତରେ ସୁରକ୍ଷା ଓ ସଂଯୋଗ ବୃଦ୍ଧି କରୁଛୁ ଏବଂ ନବୀକରଣଯୋଗ୍ୟ ଶକ୍ତି ମାଧ୍ୟମରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛୁ । ଏହା ପ୍ରଗତିକୁ ଆଗକୁ ବଢାଉଥିବା ଓ ଜୀବନ ମାନକୁ ଉନ୍ନତ କରୁଥିବା ସ୍ଥାୟୀ ସମାଧାନ ସହ ଗ୍ରାମାଂଚଳ ଲୋକମାନଙ୍କୁ ସଶକ୍ତ କରିବା ପ୍ରତି ଆମର ଉତ୍ସର୍ଗୀକୃତତାକୁ ପ୍ରଦର୍ଶିତ କରୁଛି ।” ଏହି ଅବସରରେ ଫାଉଣ୍ଡେଶନର ଅବଦାନ ପାଇଁ ଗ୍ରାମବାସୀମାନେ ହୃଦୟରୁ କୃତଜ୍ଞତା ଜଣାଇଥିଲେ । ଅନେକ ଗ୍ରାମବାସୀ ଉଲ୍ଲେଖ କରିଥିଲେ ଯେ, ରାସ୍ତାରେ ଉନ୍ନତ ଆଲୋକୀକରଣ ରାତି ସମୟରେ ସୁରକ୍ଷିତ ଯାତାୟତକୁ ସୁଗମ କରିବ ଏବଂ ବିଶେଷ କରି ମହିଳା ଓ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବ ।
ଏହି ସୋଲାର-ପରିଚାଳିତ ଷ୍ଟ୍ରିଟଲାଇଟଗୁଡିକର ଇନ୍ଷ୍ଟଲେଶନ ଗ୍ରାମାଂଚଳରେ ବିଦୁ୍ୟତ ଶକ୍ତିର ଅଭାବକୁ ଦୂର କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ସ୍ଥାୟୀ ଭିତିଭୂମି ଓ ସମୁଦାୟ ବିକାଶକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ସାର୍ବଜନିନ-ଘରୋଇ ସହଭାଗିତାର ମହତ୍ୱକୁ ଆଲୋକିତ କରୁଛି । ଏପସିଲନ ଫାଉଣ୍ଡେଶନ ପ୍ରଭାବଶାଳୀ ସାମାଜିକ ପଦକ୍ଷେପ ମାଧ୍ୟମରେ ସକାରାତ୍ମକ ପରିବର୍ତନକୁ ଆଗକୁ ବଢାଇବା ପାଇଁ ପ୍ରତିବଦ୍ଧ ରହିଛି ଏବଂ ଭବିଷ୍ୟତରେ ଏହିଭଳି ସମାନ ପ୍ରକଳ୍ପଗୁଡିକରେ ସହଯୋଗ କରିବା ପାଇଁ ଅପେକ୍ଷା କରିଛି ।

Leave A Reply