Odisha news

ଆତଙ୍କବାଦୀ-ପୁଲିସ ଏନକାଉଣ୍ଟର ବେଳେ ଶିଶୁକୁ କାନ୍ଧରେ ବୋହି ଉଦ୍ଧାର କଲେ ଯବାନ

0

ପୁଲବାମା: ଆତଙ୍କବାଦୀଙ୍କ ପକ୍ଷରୁ ହେଉଥିଲା ଗୁଳି ବର୍ଷା | ଆଖିବୁଜା ଗୁଳି ଚଳାଇବାବେଳେ ଏମାନଙ୍କୁ ମୁହଁତୋଡ ଜବାବ ଦେବାକୁ ସେନା ଓ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଁଚିଯାଇଥିଲେ | ଠିକ ଏହି ସମୟରେ ସେନାର ଯବାନମାନେ ଦେଖିଥିଲେ ଯେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଶିଶୁଟିଏ ଫସିରହିଛି | ଗୁଳିଚାଳନା ବେଳେ କାଳେ ଶିଶୁର ଦେହରେ ଗୁଳି ବାଜିଯିବ ଏହାକୁ ନେଇ ଚିନ୍ତାରେ ପଡିଯାଇଥିଲେ ଯବାନ | ଶେଷରେ ଜଣେ ଯବାନ ପିଲାଟିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ |

J&K Police

@JmuKmrPolice

Truly in of People.
Thank you @DailyExcelsior1 and your photographer Mr.Younis Khaliq. https://twitter.com/DailyExcelsior1/status/1219567995887833088 

Daily Excelsior@DailyExcelsior1

#Jammu #Kashmir

Policeman evacuates a child from encounter site in Pulwama district of J&K – Excelsior/Younis Khaliq @PMOIndia @HMOIndia @adgpi @crpf_srinagar @crpfindia @BSF_India @JmuKmrPolice

View image on Twitter
Photo-OneIndia

ମିଳିଥିବା ସୂଚନା ମୁତାବକ ଜାନୁୟାରୀ ୨୧ ତାରିଖରେ ପୁଲବାମାର ଅବନ୍ତିପୁରାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା | ସେନାର ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ମଧ୍ୟ ହୋଇଥିଲେ | ତେବେ ଏନକାଉଣ୍ଟର ପୂର୍ବରୁ ଘଟଣାସ୍ଥଳରେ ଫସିରହିଥିବା ଏକ ଶିଶୁକୁ ଏସଓଜି(ସ୍ପେଶାଲ ଅପରେସନ ଗ୍ରୁପ) ର ଜଣେ ଯବାନ ଯେଭଳି ଭାବେ ଉଦ୍ଧାର କରିଥିଲେ ସେହି ଦୃଶ୍ୟ ଏବେ ସବୁଆଡେ ଭାଇରାଲ ହେଉଛି | ଏହି ଫଟୋଟିକୁ କାଶ୍ମୀରରୁ ପ୍ରକାଶିତ ହେଉଥିବା ଖବରକାଗଜ ଡେ଼ଲି ଏକ୍ସଲେସିୟରର ଫଟୋ ସାମ୍ବାଦିକ ୟୂନିସ ଖାଲିକ ଉଠାଇଥିଲେ | ଯାହାକୁ ସେ ଟ୍ୱିଟ କରିଥିଲେ | ଏହାର ଉତ୍ତର ଦେଇ ଜମ୍ମୁକାଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟବାସୀଙ୍କ ସେବା ପାଇଁ ସବୁବେଳେ ତତ୍ପର ଅଛନ୍ତି | ଏଠାରେ ସୂଚନା ଥାଉ କି ଏହି ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଦୁଇ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ |

Nalco

Leave A Reply