Odisha news

କେଶ କୁ ଦୀର୍ଘ ଲମ୍ବା ଓ ଗହବା କରିବାକୁ ଚାହୁଁଛନ୍ତି କି ? ତେବେ ଜାଭେଦ ହବିବ ଙ୍କ ନିକଟରୁ ଜାଣନ୍ତୁ ଏହି ଦେଶୀ ଉପାୟ

0

ମହିଳା ହୁଅନ୍ତୁ କିମ୍ବା ପୁରୁଷ ତାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ମୁଣ୍ଡର ଗହଳିଆ କେଶ l ଯଦି କେଶ ଗୁଛେ ମୁଣ୍ଡରେ ନଥାଏ ତେବେ ସବୁ ସୌନ୍ଦର୍ଯ୍ୟ ଭଣ୍ଡୁର ହୋଇଯାଏ l ଆମେ ଏହି କେଶକୁ ମୁଣ୍ଡରେ ସାଇତି ରଖିବା ପାଇଁ ଆଜିକାଲି ର ବିଭିନ୍ନ ଉପାୟ ଆପଣାଇ ଥାଉ l କିନ୍ତୁ ପ୍ରକୃତିରେ ଲୁଚି ରହିଥିବା ବିଭିନ୍ନ ରତ୍ନ ର ଚିକିତ୍ସା କୁ ଅଣଦେଖା କରିଥାଉ l ସେହି ରତ୍ନ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମୁଲେଠି l

ଦୀର୍ଘଦିନ ରୁ ପାରମ୍ପରିକ ଔଷଧ ଭାବରେ ବ୍ୟବହାର ହେଉଥିବା ମୁଲେଠି କେଶ ପାଇଁ ଖୁବ ଉପଯୋଗୀ l ଆମେ ସମସ୍ତେ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ ଙ୍କ ନାମ ପ୍ରାୟ ଶୁଣିଛେ l ସେ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ କେଶ ପାଇଁ ମୁଲେଠି ର ବ୍ୟବହାର ଓ ପ୍ରୟୋଗ ବିଷୟରେ କହିଛନ୍ତି l ଆଜି ଆସନ୍ତୁ ଜାଣିବା ମୁଲେଠି ଗୁଣ୍ଡର କେଶ ପାଇଁ ଖୁବ ଉପଯୋଗୀ l

ମୁଲେଠି କଣ ?
ମୁଲେଠି ର ବୈଜ୍ଞାନିକ ନାମ ଗ୍ଲାଇସିରାଇଜ ଗ୍ଲlବରା ଭାବରେ ଜଣାଶୁଣା l ୟୁରୋପ ଓ ଏସିଆର କିଛି ସ୍ଥାନରେ ଦେଖିବାକୁ ମିଳିଥାଏ l ଏହାର ମୂଳରୁ ଳିକରିସ ନାମକ ଅର୍କ ବାହାରିଥାଏ l ଯାହାର ବ୍ୟବହାର ବର୍ଷ ବର୍ଷରୁ ଔଷଧି ଭାବରେ କରାଯାଉଛି l

ହେୟାର ମାସ୍କ ପ୍ରସ୍ତୁତ କରିବାର ବିଧି –
ଆପଣ ଦୁଇ ଚାମଚ ଦହି କିମ୍ବା ନଡ଼ିଆ ତେଲ ସହିତ ୨ ଚାମଚ ମୁଲେଠି ପାଉଡର କୁ ମିଶାଇ ମାସ୍କ ପ୍ରସ୍ତୁତ କରନ୍ତୁ l ଏହାକୁ କେଶ ମୂଳରେ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ l ଏହି ମାସ୍କ କେଶ ବୃଦ୍ଧି କରିବା ସହିତ କେଶ କୁ ଲମ୍ବା ମଧ୍ୟ କରିଥାଏ l

– ମୁଲେଠି କେଶ ମୂଳକୁ ମଜବୁତ କରିଥାଏ l
– ଏବଂ କେଶ କୁ ଉପଯୁକ୍ତ ପୋଷାକ ତତ୍ୱ ଯୋଗାଇଥାଏ l
– କେଶ ମୂଳରୁ ରୁପି କୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ l
– କେଶକୁ କଣ୍ଡିସନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ l
– କେଶ କୁ ସ୍ମୁଥ ରଖିଥାଏ ଓ କେଶ କୁ ସାଇନିଙ୍ଗ ରଖିଥାଏ l

Leave A Reply