Odisha news

ଜନ୍ମାଷ୍ଟମୀ ଦିନ  ତୁଳସୀ ମଞ୍ଜରୀ ରେ କରନ୍ତୁ ଏହି ଉପାୟ ଦୂର ହେବ ଦରିଦ୍ର୍ୟତା  

0
ଜନ୍ମାଷ୍ଟମୀ  ହିନ୍ଦୁ ଧର୍ମର ଗୋଟିଏ ମୁଖ୍ୟ ପର୍ବ , ଏହି ଦିନରେ ପ୍ରତ୍ୟେକ ହିନ୍ଦୁ ଘରେ ପୂଜା ପାଠ ର ଆୟୋଜନ କରାଯାଇ ଥାଏ ଏବଂ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ତାଙ୍କର ପ୍ରିୟ ବସ୍ତୁ ଅର୍ପଣ କରାଯାଇ ଥାଏ l ମାନ୍ୟତା ରହିଛି ଯେ ଏହାଦ୍ୱାରା ଘରକୁ ସମୃଦ୍ଧିର ଆଗମନ ହୋଇଥାଏ l ମାନ୍ୟତା ଅନୁସାରେ ଏହି ଦିନରେ ଶ୍ରୀକୃଷ୍ଣ ଙ୍କ ନିକଟ ରେ ଲହୁଣୀ ମିଶ୍ରି , ତୁଳସୀ ମଞ୍ଜରୀ , ମଲ୍ଲୀ ଫୁଲ ଇତ୍ୟାଦି ଅର୍ପଣ କରାଯାଏ l ସେଥି ମଧ୍ୟରୁ ତୁଳସୀ ମଞ୍ଜରୀ କୁ ନେଇ ଅନେକ ମହତ୍ୱ ରହିଛି l
* ଜନ୍ମାଷ୍ଟମୀ  ଦିନରେ ତୁଳସୀ ମଞ୍ଜରୀ କୁ ଶ୍ରୀକୃଷ୍ଣ ଅର୍ପଣ କରିବା ଦ୍ୱାରା ଘରେ ସୁଖ ଶାନ୍ତି ର ବୃଦ୍ଧି ହୋଇଥାଏ l
* ଏହାଛଡା  ଯଦି କିଛି ତୁଳସୀ ମଞ୍ଜରୀ ନେଇ ତାହାକୁ ଶ୍ରୀକୃଷ୍ଣ ଙ୍କ ପାଦରେ ଅର୍ପଣ କରି ତାହାକୁ ଗୋଟିଏ ନାଲି କପଡା ରେ ବାନ୍ଧି ନିଜ ଅଲମାରି ମଧ୍ୟରେ ରଖି ଦିଅନ୍ତୁ ଏହାଦ୍ୱାରା ଦରିଦ୍ର୍ୟତା ଦୂର ହୋଇଥାଏ l
* ଯଦି ବିବାହ କାର୍ଯ୍ୟରେ ବାଧା ଦେଖା ଦେଉଛି ତେବେ ଜନ୍ମାଷ୍ଟମୀ ଦିନରେ ତୁଳସୀ ମଞ୍ଜରୀ କୁ ଦୁଗ୍ଧ ରେ ବୁଡାଇ ତାହାକୁ କୃଷ୍ଣ ଙ୍କୁ ଅର୍ପଣ କରନ୍ତୁ l ଏହାଦ୍ୱାରା ବିବାହ କାର୍ଯ୍ୟ ରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଥାଏ l
* ଘରର ନକାରାତ୍ମକ ଶକ୍ତି କୁ ହ୍ରାସ କରିବା ପାଇଁ ଜନ୍ମାଷ୍ଟମୀ ଦିନ ଗୋଟିଏ କାଚ ପାତ୍ରରେ  ଗଙ୍ଗା ଜଳ ରେ ତୁଳସୀ ମଞ୍ଜରୀ ବୁଡାଇ ଶ୍ରୀକୃଷ୍ଣ ଙ୍କ ନିକଟରେ ରଖି ଦିଅନ୍ତୁ l ଦେଖିବେ କିଛିଦିନ ମଧ୍ୟରେ ଘରର ବାତାବରଣ ରେ ସୁଧାର ଆସିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ l
* ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣ ଙ୍କୁ ତୁଳସୀ ମାଳ ଅର୍ପଣ କରିବା ଦ୍ୱାରା ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ଏହାଛଡା ସନ୍ତାନ ମାନଙ୍କ ଜୀବନ ରେ ସୁଖ ର ଆଗମନ ହୋଇଥାଏ l
Har Ghar Tiranga

Leave A Reply