ଜଳେଶ୍ୱର : ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ଥାନା ଅନ୍ତର୍ଗତ ଏକ ବାର୍ର ପଛଝରକା ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ଟଙ୍କା ଓ ମଦ ଲୁଟି ନେଇଥିବା ଜଣାଯାଇଛି । ଜଳେଶ୍ୱରରେ ଗତ ୧୩ ତାରିଖରୁ ୧୭ତାରିଖ ଯାଏ ସଟ୍ ଡାଉନ୍ ଯୋଗୁଁ ଏହି ବାର୍ଟି ବନ୍ଦ ରହିଥିବାରୁ ଦୁବୃର୍ତ୍ତମାନେ ଜାଣି ୧୫ତାରିଖ ରାତିରେ ବାରରେ ଥିବା ସିସି କ୍ୟାମେରା ଭାଙ୍ଗିବା ସହିତ ପଛପଟ ଝରକା ଭାଙ୍ଗି ଭିତରକୁ ପଶିଥିଲେ ।
ଏହି ବାର୍ର ମ୍ୟାନେଜର ଓଳିନ୍ଦା ଗ୍ରାମର ହରିଶଂକର ଜେନାଙ୍କ ଥାନାରେ ଅଭିଯୋଗ ଅନୁଯାୟୀ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ନଗଦ ରାଶି ଓ ପ୍ରାୟ ୨୨ହଜାର ଟଙ୍କା ମୂଲ୍ୟର ମଦ ଲୁଟ କରାଯାଇଥିବା କୁହାଯାଇଛି । ୬୦ନଂ ନାତୀୟ ରାଜପଥ ନିକଟରେ ଏପରି ଏକ ଚେରୀ ହେବା ନେଇ ବହୁକଥା ଶୁଣିବାକୁ ମିଳୁଛି । ଚୋରୀ ହେବା ସଂପର୍କରେ ପ୍ରଥମେ ଘରର ମାଲିକ ବାର୍ ମ୍ୟାନେଜରଙ୍କୁ ଜଣାଇବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା ।