Odisha news

ଜଳେଶ୍ୱର ବ୍ଲକ ଲେଭେଲ ବିଜ୍ଞାନ ସେମିନାର ଓ ରୁଲ ପ୍ଲେ

0

ଜଳେଶ୍ୱର-୧୮/୦୯ : ମାଧ୍ୟମିକ ଶିକ୍ଷାକ୍ଷେତ୍ରରେ ବିଜ୍ଞାନର ଅଗ୍ରଗତି ଲାଗି ବିଭିନ୍ନ ବ୍ୟବସ୍ଥା ହେଉଥିବା ବେଳେ ବିଜ୍ଞାନ ସମ୍ମେଳନ ଏକ ମୁଖ୍ୟ ଅଂଶ ଗ୍ରହଣ କରିଥାଏ । ସୋମବାର ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ରୁଲ ପ୍ଲେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକରେ ୫୮ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୫୦ଜଣ ଛାତ୍ରଛାତ୍ରୀ ବିଜ୍ଞାନ ସମ୍ମେଳନରେ ଯୋଗ ଦେଇଥିଲେ । ବାଲିଆପାଳ ବ୍ଲକର ଗଣେଷ ଚନ୍ଦ୍ର ଆଚାର୍ଯ୍ୟ ଓ ସୌମ୍ୟରଂଜନ ଜେନା ବିଚାରକ ଭାବେ ଯୋଗ ଦେଇଥିଲୋ ସାମ୍ପ୍ରତିକ ସମାଜରେ କୃଷି କ୍ଷେତ୍ରରେ ସୁଅଁ, ବାଜର ଓ ମାଣ୍ଡିଆ ଚାଷର ଅଗ୍ରଗତି ଓ ଏଥିରୁ ଅଧିକ ଭିଟାମିନ ମିଳୁଥିବାର ଉପସ୍ଥିତ ବକ୍ତାମାନେ କହିଥିଲେ । ସେହିପରି ରୁଲ ପ୍ଲେରେ ୨ଟି ଗ୍ରୁପରୁ ୪ଜଣ ଲେଖାଏଁ ଛାତ୍ରୀ ଭାଗନେଇଥିଲେ । ଏଚ୍ଆଇଭି ଓ ଏଡସ୍ ଏବଂ ବହୁଳ ଡ୍ରଗ୍ସ ବ୍ୟବହାର ର କୁ ପରିଣତ ସଂପର୍କରେ ଆଲୋଚନାରେ ପ୍ରତିଯୋଗୀମାନେ ମତବ୍ୟକ୍ତ କରିଥିଲେ । ସେଠାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନ ଓ ମୂରଲୀଧର ପ୍ରଧାନ ବିଚାରକ ଭାବେ ଯୋଗ ଦେଇଥିଲେ । ସମଗ୍ର ବିଜ୍ଞାନ ସମ୍ମେଳନକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଂଜ ବିହାରୀ ପ୍ରଧାନ, ଓଷ୍ଟାର ଜିଲ୍ଲା ସଭାପତି ମନୋରଂଜନ ଦାସ, ଜଳେଶ୍ୱର ବ୍ଳକ ସଭାପତି ସୁକୁମାର ମିଶ୍ର, ସଂପାଦକ ଡ. ଅଜିତ୍ କୁମାର ମହାନ୍ତି, ଏବିଇଓ ଜ୍ୟୋସ୍ନାରାଣୀ ପ୍ରଧାନ, ଶୁଶାନ୍ତ ଜେନା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ଏବିଇଓ ଅଜୟ କୁମାର ଜେନା ଉଦ୍ଘାଟନ କରିଥିଲେ । (ଫଟୋ)

Nalco

Leave A Reply