Odisha news

ଜନ୍ମାଷ୍ଟମୀ ପାଳନ ଓ ଚନ୍ଦ୍ରାୟନ ଯାତ୍ରାର ଝଲକ

0

ଜଳେଶ୍ୱର-୦୯/୦୯ : ନିକଟରେ ଭାରତର ଚନ୍ଦ୍ରାୟନ ଯାତ୍ରାର ସଫଳତା ଏବେବି ବହୁ ବ୍ୟକ୍ତିଙ୍କ ମନରୁ ଲିଭିନାହିଁ । ଜଳେଶ୍ୱର ପୌରପାଳିକାର ବଡବଜାର ନିବାସୀ ଅରୁଣ ରାଠୀଙ୍କ ବାସଭବନରେ ଚଳିତବର୍ଷ ଜନ୍ମାଷ୍ଟମୀ ପାଳନ ହେବା ସହିତ ବାଳକୃଷ୍ଣଙ୍କ ପୂଜାର୍ଚ୍ଚନା ତଥା ଚନ୍ଦ୍ରାୟନ ଯାତ୍ରାର ଏକ ଝଲକ ପ୍ରତିପାଦିତ ହୋଇଛି । ପରିବାରର ମା ଗୌରାଦେବୀ ରାଠୀ, କ୍ରିଷ୍ଣାଦେବୀ ରାଠୀ, ଯୋଗେଶ ରାଠୀ, କୁନ୍ତଲଶ୍ରୀ ରାଠୀ, ନନ୍ଦିନୀ ରାଠୀ ପ୍ରମୁଖ ସମବେତ ଭାବେ ଚନ୍ଦ୍ରାୟନର ପ୍ରତୀକ, ଇସ୍ରୋ ନିର୍ମିତ ରକେଟ, ପ୍ରଜ୍ଞା-ରୋଭରର ମଡେଲ ନିର୍ମାଣ କରିଛନ୍ତି । ଏହାକୁ ଦେଖିବାକୁ ଭିଡ ଜମୁଛି ।

Nalco

Leave A Reply