Odisha news

ଗାଧୁଆଘରେ ପଡି ଧାନସିମୁଳିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୃତ

0

ଜଳେଶ୍ୱର -୦୯/୦୯ :  ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ଧାନସିମୁଳିଆ ଗାଁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ହାଁସଦା (୫୯) ଗତ ୬ତାରିଖରେ ନିଜ ଗାଧୁଆଘରେ ପଡି ଗୁରୁତର ହୋଇଥିଲେ । ତାଙ୍କୁ କଟକ ବଡ ମେଡିକାଲ ନିଆଯାଇଥିଲେ ମଧ୍ୟ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିଲା । ଫଳରେ ସିମୁଳିଆ ଗାଁ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ସେ ରାୟାଁରାମଚନ୍ଦ୍ରପୁର ପଂଚାୟତର ସାନରାଉତପଡା ଗାଁରେ ବସବାସ କରି ଆସୁଥିଲେ । ସେ ଜଣେ ଖେଳୁଆଡ, ମେଳାପି, ମିଷ୍ଟଭାଷୀ, ବନ୍ଧୁବସôଳ, ଛାତ୍ରବସôଳ ହୋଇଥିବାରୁ ଶିକ୍ଷକ ନରେଶ ଜେନାଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।

Nalco

Leave A Reply