Odisha news

ଜଳେଶ୍ୱରରେ କଳା ପଲସର ଆତଙ୍କ : ପ୍ରଧାନ ଶିକ୍ଷକଙ୍କ ଠାରୁ ଝାମ୍ପିନେଲେ ୫୪ ହଜାର

0

ଜଳେଶ୍ୱର-୦୯/୦୯ : ଜଳେଶ୍ୱର ଉପାନ୍ତ ଅଂଚଳ ହୋଇଥିବାରୁ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଅପରାଧ ଘଟୁଥିବା ସାମ୍ନାକୁ ଆସୁଛି । କିନ୍ତୁ ଅପରାଧିଙ୍କୁ ସାବାଡ କରିବାରେ ପୁଲିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଉନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଉଛି । ଗତକିଛିମାସ ଧରି ଜଳେଶ୍ୱରରେ କଳା ପଲସରର ଆତଙ୍କ ବଢି ଚାଲିଛି । ଶୁକ୍ରବାର ଅପରାହ୍ନରେ ଉପାନ୍ତ ଗ୍ରାମ୍ୟ ନଛିମପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଣବ କୁମାର ଦାସ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନର ଅର୍ଥ ଉଠାଇବାକୁ ଜଳେଶ୍ୱର ଯାଇଥିଲେ । ପଞ୍ଜାବ ନେସନାଲ ବ୍ୟାଙ୍କରୁ ଚେକ୍ଯୋଗେ ୫୩ହଜାର୮୮୫ ଟଙ୍କା ଉଠାଇଥିଲେ । ଜଳେଶ୍ୱର ଥାନା ସନ୍ନିକଟ ସୁଷମା ଏଜେନ୍ସି ବହିଦୋକାନକୁ ଯାଇ ୫୦ ଟଙ୍କାର ବହି ଓ ଖାତା କିଣି ବ୍ୟାଗ୍ରେ ରଖୁଥିବା ବେଳେ ଏକ କଳା ପଲସରରେ ଜଣେ ଯୁବକ ଆସି ଶିକ୍ଷକଙ୍କ ହାତରୁ ବ୍ୟାଗ୍କୁ ଜବରଦସ୍ତ ଛଡାଇ ନେଇଥିଲେ । ସେ ପାଟି କରୁଥିବା ବେଳେ ବାଇକଟି ଦ୍ରୁତଗତିରେ ବଡବଜାର ଓ ପଶ୍ଚିମବଂଗ ଅଭିମୁଖେ ଚମ୍ପଟ ମାରିଥିଲା । ପ୍ରଧାନ ଶିକ୍ଷକ ଜଳେଶ୍ୱର ଥାନାରେ ଏ ସଂପର୍କରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ବ୍ୟାଗ୍ରେ ଟଙ୍କା ସହିତ ଚେକ୍, ବ୍ୟାଙ୍କ ଖାତା, କେତେକ ପାସ୍ବୁକ୍, ନିଜର ଚଷମା ଇତ୍ୟାଦି ରହିଥିଲା । କରାଧିମାନେ ଓଡିଶାରେ ଘଟାଇ ନିର୍ବିଘ୍ନରେ ପଶ୍ଚିମବଂଗକୁ ପଳାଇ ଯାଉଛନ୍ତି । ଜଳେଶ୍ୱର, ଭୋଗରାଇ, କମର୍ଦ୍ଦା, ରାଇବଣିଆ ଓ ଉଦୟପୁର ମେରାଇନ୍ ଥାନା ଉପାନ୍ତ ଅଂଚଳ ହୋଇଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ସାଧାରଣରେ ଦାବି ହେଉଛି ।

Har Ghar Tiranga

Leave A Reply