ଯାଜପୁର: ଯାଜପୁର ଜିଲ୍ଲାରେ କରୋନା ପାଇଁ କେତେକ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସାଧାରଣତଃ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ରହୁଥିବା ବାସିନ୍ଦା ମାନଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ପନିପରିବା, ଗ୍ରୋସରୀ, ଔଷଧ, କ୍ଷୀର, ରନ୍ଧନ ଗ୍ୟାସ ଇତ୍ୟାଦି ଯୋଗାଣର ବ୍ୟବସ୍ଥା କରାଯାଇଥାଏ । ତେବେ ଏହାକୁ କ୍ରୟ କରିବାରେ ନଗଦ ଅର୍ଥର ଆବଶ୍ୟକତାକୁ ଅନୁଭବକରି ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାରେ କାର୍ଯ୍ୟରତ ବ୍ୟାଙ୍କମାନେ ମୋବାଇଲ୍ ଏ.ଟି.ଏମ୍ ବା ଭ୍ରାମ୍ୟମାଣ ଏ.ଟି.ଏମ୍ ମାଧ୍ୟମରେ କଣ୍ଟେନମେଣ୍ଟ ଜୋନର ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ସେବା ଯୋଗାଇବାକୁ ଅନୁରୋଧ କରିଥିଲେ ।
ପୂର୍ବରୁ ଏହି ମୋବାଇଲ ଏ.ଟି.ଏମ୍ ସେବା ଯୋଗାଇଥିବା ବେଳେ ଗୁରୁବାର ଠାରୁ ରସୁଲପୁର ଅଞ୍ଚଳରେ ଏହି ମୋବାଇଲ୍ ଏ.ଟି.ଏମ୍ ସେବା ବ୍ୟବସ୍ଥା ପାଇଁ ଗାଡ଼ି ପ୍ରେରଣା କରାଯାଇଛି । ଜିଲ୍ଲାପାଳ ଶ୍ରୀଦାସଙ୍କ ସହ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଡ଼େପୁଟୀ କଲେକ୍ଟର କୁଳମଣି ନାୟକ ପ୍ରମୁଖ ଏହି ଏ.ଟି.ଏମ୍କୁ ଅନୁଧ୍ୟାନ କରିବା ସହ ଲୋକମାନଙ୍କୁ ଉନ୍ନତି ଓ ଆବଶ୍ୟକୀୟ ସେବା ଯୋଗାଇବାରେ ଏହା ସହାୟକ ହେବ ବୋଲି ଆଶାପ୍ରକାଶ କରିଥିଲେ । ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏହି ମୋବାଇଲ ଏ.ଟି.ଏମ୍ ସେବା ଯୋଗାଇ ଦିଆଯାଇ ଥିବାରୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ବ୍ୟାଙ୍କର ପରି·ଳକ ଓ ଅନ୍ୟ କର୍ମ·ରୀଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଆକ୍ସି ବ୍ୟାଙ୍କର ପରି·ଳକ ଅପୂର୍ବ ରଞ୍ଜନ ମହାପାତ୍ର ସେଲସ୍ ମ୍ୟାନେଜର ସୁଶାନ୍ତ କୁାମର ସାମଲ ଉପସ୍ଥିତ ରହି ପରି·ଳନା କରିଥିଲେ । ଜିଲ୍ଳାର ବିଭିନ୍ନ କଣ୍ଟେନମେଣ୍ଟ ଅଞ୍ଚଳରେ ଏହା ସେବା ପ୍ରଦାନ କରିବା ଏଥିପାଇଁ ଏକ ରୁଟ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ ।