Odisha news

ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

0

ଜଗତସିଂହପୁର:ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲ୍ାସ୍ତରୀୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନେ ଆଶୁ ପଦକ୍ଷେପ ଗ୍ରହଣ କରିବେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ,ଗ୍ରାମୀଣ ଜଳ ଓ ପରିମଳ ଡିଭିଜନ,ପ୍ରାଣୀ ସଂପଦ ବିଭାଗରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା ସହିତ ବ୍ଲକ ସ୍ତରରେ ୨୪ ଘଣିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିବ । ଜିଲ୍ଲାରେ ୧୪୨୫୯ ନଳକୂପ ମଧ୍ୟରୁ ୧୪୨୫୨ ଟି କାର୍ଯ୍ୟକ୍ଷମ ରହିଛି ।ଜିଲ୍ଲାରେ ବାଲିକୁଦା,ଏରସମା ଓ କୁଜଙ୍ଗ ବ୍ଲକର ୪୬ଟି ଗ୍ରାମରେ ପାନୀୟ ଜଳର ସ୍ୱଳ୍ପତାକୁ ଦୃଷ୍ଟିରେ ରଖି ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି ।ଜିଲ୍ଲାରେ ଜଳକ୍ଲିଷ୍ଟ ଅଚଂଳରେ ୨୭୩ଟି ପାଇପ୍ ଓାଟର ପ୍ରୋଜେକ୍ଟ ଚାଲୁଅଛି । ୧୩୨ଟି ଉଚ୍ଚପାଣି ଟ୍ୟାଙ୍କ ନିର୍ମାଣ କରାଯାଇଛି ।

ଜିଲ୍ଲ୍ାରେ ଯେଉଁ ସବୁ ଅଂଚଳରେ ନଳକୂପ ଖରାପ ଥିବ ତାହାର ମରାମତି ପଂଚାୟତ ଫଣ୍ଡରୁ କରାଯିବ । ଏତଦ୍ ବ୍ୟତୀତ ଜଳକ୍ଲୀଷ୍ଟ ଅଚଂଳରେ ପାଣି ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ । ଗ୍ରାଷ୍ମ ପ୍ରବାହ ସମୟରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଶୀତତାପ ନିୟନ୍ତ୍ରଣ କକ୍ଷ ସହିତ ଏୟାରକୁଲର,ଫ୍ୟାନ୍,ବରଫ ଡ୍ରିପ୍ ଫ୍ରିଜର ରଖିବା,ଓ.ଆର.ଏସ୍,ସାଲାଇନ୍,ବିଭିନ୍ନ ଓ÷୍ୟଷଧ ମହଜୁଦ୍ ରଖାଯିବ । ଅଂଶୁଘାତ ଜନିତ ମୃତୁ୍ୟ ହେଲେ ତୁରନ୍ତ ସୂଚନା ପ୍ରଦାନ କରିବା ସହିତ ପୋଷ୍ଟମର୍ଟମ, ଡାକ୍ତର ଓ ତହସିଲଦାରଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଇବା ନିତ୍ୟାନ୍ତ ଆବଶ୍ୟକ । ଗ୍ରାଷ୍ମ ପ୍ରବାହ ସମୟରେ ଗାଈଗୋରୁ ମାନଙ୍କର ସୁରକ୍ଷା,ଜଳ ଉସô ନିର୍ମାଣ,ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ,ଶ୍ରମିକ ମାନଙ୍କର କାର୍ଯ୍ୟ କରିବା ସମୟରେ ପରିବର୍ତନ,ବସ ଚଳାଚଳ ସମୟରେ ପରିବର୍ତନ,ଦର୍ଶନୀୟ ସ୍ଥଳୀରେ ଗ୍ରୀଷ୍ମ ପ୍ରବାହ ସମୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଂପର୍କରେ ଆଲୋଚନା ହୋଇଥିଲା ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବସଷ୍ଟାଣ୍ଡ,ରେଲେଓ ଷ୍ଟେସନ,ହାଟବଜାର ଓ ସର୍ବ ସାଧାରଣ ସମାଗମ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ପଚାଂୟତ ବ୍ଲକ ଓ ପୈାର ପରିଷଦର ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ବସୁଧା ହେଲପ୍ ଲାଇନ୍ ନଂ-୧୯୧୬ ରେ ଜନସାଧାରଣ ନଳକୂପ ମରାମତି,ପାଇପ୍ ମାଧ୍ୟମରେ ପାନୀୟ ଜଳ ଯୋଗାଣ ସଂପର୍କୀୟ ଅଭିଯୋଗ କଲେ ୪୮ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରାଯିବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ,ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ସରୋଜକାନ୍ତ ମହାନ୍ତି,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ୱନାଥ ମିଶ୍ର,ଜିଲ୍ଲ୍ାସ୍ତରୀୟ ଅଧିକାରୀ,ବିଭାଗୀୟ ନିର୍ବାହୀ ଯନ୍ତ୍ରୀ,ସ୍ୱେଛାସେବୀ ସଂଗଠନର କର୍ମକର୍ତା,ଆପଦ ମିତ୍ର ଓ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଡେପୁଟୀ କଲେକ୍ଟର ଜରୁରୀ ଶ୍ରୀ ଶାଶ୍ୱତ ରଂଜନ ଦାଶ ବୈଠକର ବିବରଣୀ ଅନୁଯାୟୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

Leave A Reply