Odisha news

ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ

0
ଜଗତସିଂହପୁର୧୮/୧୧  : ୭୦ତମ  ସର୍ବଭାରତୀୟ ସମବାୟ ସପ୍ତାହ ୨୦୨୩ ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ଅବସରରେ ଜିଲ୍ଲା ସ୍ତରୀୟ ସମବାୟ  ମହୋତ୍ସବ ସ୍ଥାନୀୟ ସଂସ୍କୃତି ଭବନ ଠାରେ  ଅତିରିକ୍ତ ଜିଲ୍ଲାପାଳ  ଚିନ୍ମୟୀ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲିକୁଦା- ଏରସମା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁନନ୍ଦନ ଦାସ ଗତ ୨୪ ବର୍ଷ ମଧ୍ୟରେ ସମବାୟ କିପରି ଲୋକମାନଙ୍କ ନିକଟତର ହୋଇପାରିଛି ଓ  ଲୋକଙ୍କୁ ସ୍ୱାବଲମ୍ବୀ କରିପାରିଛି ବୋଲି କହିଥିଲେ।  ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତ ରେ କ୍ଷୁଦ୍ର ତଥା ଦୀର୍ଘ ମିଆଦି ଋଣ,କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କ ପାଇଁ ଋଣ ସୁବିଧା କରି ମା’ ଭଉଣୀ ମାନଙ୍କୁ ସ୍ବାବଲମ୍ବୀ କରିପାରିଛି।ସରକାର ଙ୍କ ଅଭିନବ ପ୍ରକ୍ରିୟା ରେ ପ୍ରତ୍ୟେକ ପଞ୍ଚାୟତ ରେ ସମବାୟ ସମିତି କର୍ଯ୍ୟକାରୀ ହେବ ଓ ସମସ୍ତଙ୍କ ସହଯୋଗରେ ଜିଲ୍ଲା ର ସବୁ ଚାଷୀ ମାନଙ୍କର ମଙ୍ଗଳ ସାଧନ ଦିଗରେ ତତ୍ପର ହୋଇପାରିବ ବୋଲି ଶ୍ରୀ ଦାସ କହିଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦର ସଭାପତି ମନୋଜ କୁମାର ଭୋଇ ସରକାରଙ୍କ ତରଫରୁ ପ୍ରତ୍ୟେକ ପଞ୍ଚାୟତ ରେ ଗୋଟିଏ ଗୋଟିଏ ସମବାୟ ସମିତି ଗଠନ କରି କୃଷକ ମାନଙ୍କର  ଉନ୍ନତି ଦିଗରେ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଥିଲେ। ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ଵାଳ ସମସ୍ତଙ୍କର ସହଯୋଗରେ ଜିଲ୍ଲାରେ କୃଷି ଓ କୃଷକ ର ସର୍ବାଙ୍ଗୀନ ଉନ୍ନତି କରିବାପାଇଁ ଆହ୍ଵାନ ଦେଇଥିଲେ। ଚାଷୀମାନଙ୍କୁ ଋଣ ଯୋଗାଇବା ସହ ଋଣର ପରିଶୋଧ ଏବଂ ଠିକ୍ ସମୟରେ ପରିଶୋଧ କରୁଥିବା ଚାଷୀ ମାନଙ୍କୁ ୫ ପ୍ରତିଶତ ସୁଧ ରିହାତି ଭଳି ବ୍ୟବସ୍ଥାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ। ସମ୍ମାନିତ ଅତିଥିଭାବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ପାଲ୍ ସରକାରଙ୍କ ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚାଇ ଆଗାମୀ ଦିନପାଇଁ ବିକାଶର ପନ୍ଥା ଖୋଲିବା ସହ ଚାଷୀମାନଙ୍କ ଉନ୍ନତିରେ ଦେଶ ତଥା ରାଜ୍ୟର ଉନ୍ନତି ହେବ ବୋଲି କହିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି  ପ୍ରଭାତ କୁମାର କାନୁନଗୋ,କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ସରୋଜ କୁମାର ମହାପାତ୍ର,  କଟକ କେନ୍ଦ୍ର ସମବାୟ  ବ୍ୟାଙ୍କର ଉପସଭାନେତ୍ରୀ ଆରତୀମହାନ୍ତି, ପ୍ରମୁଖ ଜିଲ୍ଲା ରେ କୃଷି ଓ କୃଷକଙ୍କ ନୂତନ ପ୍ରତିଛବି ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ବଦ୍ଧ ହେବାପାଇଁ କହିଥିଲେ।  ସହକାରୀ  ନିବନ୍ଧକ,  ସମବାୟ ସମିତି ସମୁହ  ଜଗତସିଂହପୁର ସନ୍ତୋଷ କୁମାର ମଲ୍ଲିକ ସ୍ଵାଗତ ଭାଷଣ ଦେଇଥିବା ବେଳେ ଉପସହକାରୀ ନିବନ୍ଧକ ଶିବ ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଆର୍ଏମ୍ ସିର ସମ୍ପାଦକ ସୂର୍ଯ୍ୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।ଦୁଃଖୀରାମ ସ୍ଵାଇଁ କଳା ପ୍ରତିଷ୍ଠାନ ର ସଦସ୍ୟ ମାନେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରକାଶ ଥାଉକି, ଜିଲ୍ଲା ରେ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ସମବାୟ ସଚେତନତା ରଥ ପ୍ରତ୍ୟେକ ବ୍ଲକ ତଥା ପୌର ପରିଷଦ ପରିକ୍ରମା  କରି ସରକାରଙ୍କର ବିଭିନ୍ନ ଯୋଜନା ଓ ଏହାର ଉପଯୋଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଉଛି। ଏହି ସମବାୟ ମହୋତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଏ ଆର୍ ସି  ଏସ୍ ଅଫିସର ରାଖାଲ ଚନ୍ଦ୍ର ସାମଲ, ବିବେକାନନ୍ଦ ବେହେରା, ଚିତ୍ରା ଚିନ୍ମୟୀ ଦାସ, ଫରଜାନା ପରବିନ,ପ୍ରଭାତ କୁମାର  ମହାପାତ୍ର, ପ୍ରାଥମିକ କୃଷି ସମବାୟ ସମିତିର କର୍ମକର୍ତ୍ତା, ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
Nalco

Leave A Reply