Odisha news

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

0
ଜଗତସିଂହପୁର୦୮/୦୨ : ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ରଞ୍ଜନ କୁମାର ଦାସ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲାର ବିଭିନ୍ନ ରାଜସ୍ୱ ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରାରମ୍ଭରେ ଉପସ୍ଥିତ ସମସ୍ତଙ୍କୁ ସର୍ବଦା ଚାପମୁକ୍ତ ହୋଇ କାର୍ଯ୍ୟ କରିବାର ଉପଦେଶ ଦେଇଥିଲେ ଶ୍ରୀ ଦାସ। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଏଯାବତ ମିଳିଥିବା ସମସ୍ତ କାର୍ଯ୍ୟାଦେଶ ଓ ହୋଇନଥିବା କାର୍ଯ୍ୟାଦେଶ ଗୁଡିକର କାର୍ଯ୍ୟାଦେଶ ପ୍ରଦାନ କରି କାମ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ପାଇଁ କାମ କରିବା ବେଳେ ସେମାନଙ୍କ ବିଶ୍ବାସ ଭାଜନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଉପସ୍ଥିତ ରହି ଜିଲ୍ଲାପାଳ ପାରୁଲ ପଟାୱରି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ବିଭିନ୍ନ ବିଭାଗର କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଜନ କଲ୍ୟାଣ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ଅବଗତ କରାଇଥିଲେ। ବିଭିନ୍ନ ବ୍ଲକର ବିଡିଓ,ତହସିଲଦାର,ଦୁଇ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ,ପରିବହନ, ଅବକାରୀ ବିଭାଗ,
ଜଳ ସମ୍ପଦ ବିଭାଗ,ରାସ୍ତା ଓ କୋଠାବାଡି ଆଦି ବିଭାଗୀୟ ଅଧିକାରୀ ଓ ଅଧୀକ୍ଷଣ ଯନ୍ତ୍ରୀ ମାନଙ୍କ ସହ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରି ତାହାର କାର୍ଯ୍ୟକାରିତା ଓ ସମ୍ପୂର୍ଣ୍ଣତା ବିଷୟରେ ଆଲୋଚନା କରିଥିଲେ । ମ୍ୟୁନିସିପାଲିଟି ଗୁଡିକରେ ନୂତନ ଏବଂ ଇନୋଭେଟିଭ୍ ଉପାୟରେ ଉନ୍ନତିକରଣ କରିବା ପାଇଁ ପରାମର୍ଶ ଦେଇଥିଲେ ।ଅବକାରୀ ବିଭାଗର ସମୀକ୍ଷା  ବେଳେ ପୋଲିସ ଓ ପ୍ରଶାସନର ଏକ ସମନ୍ଵୟ କମିଟି ବୈଠକ ଆୟୋଜନ କରି ଏନ୍ଫୋର୍ସମେଣ୍ଟ ବଢାଇବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ । ଏହି ବୈଠକରେ ଜିଲ୍ଲା ସଦର ମହକୁମା ହସ୍ପିଟାଲ,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା, ମୋ ଘର, ଅମୃତ ସରୋବର,ଆମ ଓଡିଶା ନବୀନ ଓଡିଶା, ବସ୍ ଷ୍ଟାଣ୍ଡ, ଲକ୍ଷ୍ମୀ ବସ୍ ଯୋଜନା, ଓଡିଶା ଆଦର୍ଶ ବିଦ୍ୟାଳୟ, ମିଶନ ଶକ୍ତି , ଅଙ୍ଗନବାଡି କେନ୍ଦ୍ର,
ଭିନ୍ନକ୍ଷମଙ୍କ ସହାୟତା ଆଦି ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ।ଆଗାମୀ  ସମୟରେ ନିଜକୁ ସଜାଗ ଓ ସତର୍କ ରହି ସ୍ଵଚ୍ଛ ଭାବେ କାର୍ଯ୍ୟ ସମ୍ପାଦନ କରିବାପାଇଁ ଶ୍ରୀ ଦାସ ବିଭାଗୀୟ ଅଧିକାରୀ  ଓ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ରାଜସ୍ବ ବିଭାଗର ଏନକ୍ରୋଚମେଣ୍ଟ କେଶ, ମ୍ୟୁଟେସନ କେଶ, ସାର୍ଟିଫିକେଟ କେଶ, କନଭର୍ସନ କେଶ, ସରକାରୀ ଜମି ସୁରକ୍ଷା, ସିକ୍କିମ ପଟ୍ଟା  ଫଇସଲା ସମ୍ପର୍କରେ   ସମୀକ୍ଷା କରିଥିଲେ।ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନୀତା ପାତ୍ର,ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ ,ପାରାଦ୍ୱୀପ  ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ,ଉପ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବି ଡି ଓ, ତହସିଲଦାର ମାନେ ଉପସ୍ଥିତ ଥିଲେ।ପରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆଯୁକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ଉପ ନିବନ୍ଧକ କାର୍ଯ୍ୟାଳୟ,ଜଗତସିଂହପୁର ଥାନା, ପୌରପରିଷଦ କାର୍ଯ୍ୟାଳୟ, ଜଗତସିଂହପୁର ବ୍ଲକ ଓ ତହସିଲ କାର୍ଯ୍ୟାଳୟ, ସିଂହାରପୁର ଗ୍ରାମ ପଂଚାୟତର ମିନିଷ୍ଟାଡ଼ିଅମ ଓ ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ।
Nalco

Leave A Reply