Odisha news

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ପରିସରରେ ଏକ ଦିବସୀୟ ବନାଗ୍ନି ପ୍ରଶମନ ଓ ସୁପରିଚାଳନା ବୈଠକ ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଟିତ

0

ଜଗନ୍ନାଥ ପ୍ରସାଦ,୧୨/୦୩(ଗଞ୍ଜାମ ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ପରିସରରେ ଏକ ଦିବସୀୟ ବନାଗ୍ନି ପ୍ରଶମନ ଓ ସୁପରିଚାଳନା ବୈଠକ ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଆଞ୍ଚଳିକ ବନ ସଂରକ୍ଷକ ଶ୍ରୀ ସୁବ୍ରତ କୁମାର ପାତ୍ର, ଜଗନ୍ନାଥ ପ୍ରସାଦ ଫାୟର ଅଫିସର, Dr. ଉଦୟ କୁମାର ଦାସ ବନ୍ୟ ପ୍ରାଣୀ ଏକ୍ସପାର୍ଟ, ବିଡ଼ିପୁର ଅଚଳିକ ଡିଗ୍ରୀ କଲେଜ ଅଧ୍ୟକ୍ଷ, ସମାଜସେବୀ ଶୁଳପାଣି ଶତପଥି ମଧ୍ୟ ଯୋଗ ଦେଇଥିଲେ । ଉଭୟ ଜଗନ୍ନାଥ ପ୍ରସାଦ ଓ ତାରାସିଙ୍ଗି ଵନାଞ୍ଚଳର ୫୦ ଗୋଟି ବନ ସୁରକ୍ଷା ସମିତି ମଧ୍ୟରୁ ଶତାଧିକ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଯୋଗ ଦେଇ ଜଙ୍ଗଲ ନିଆଁକୁ କିପରି ପ୍ରତିହତ କରିହେବ ସେ ବିଷୟରେ ନିଜ ନିଜର ଅଭିଜ୍ଞତା ଓ ମତାମତ ସାବ୍ୟସ୍ତ କରିଥିଲେ । ନିକଟସ୍ଥ ପ୍ରଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ଭଉଣୀ ମାନେ ମଧ୍ୟ ଯୋଗ ଦେଇ ବୃକ୍ଷକୁ ଧର୍ମ ସହିତ ସଂଯୋଗ ଏବମ ମାନବ ସମାଜ ପ୍ରତି ଜଙ୍ଗଲର ଅବଦାନ ବିସୟରେ ଆଲୋକପାତ କରିଥିଲେ l ବନାଞ୍ଚଳ ଅଧିକାରୀ ସୁଶ୍ରୀ ସୁଜାତା ରାଣୀ ପଣ୍ଡା ସ୍ବାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସହିତ ଖେତମୁଣ୍ଡାଳି ଗ୍ରାମପଞ୍ଚାୟତର ସମିତି ସଭ୍ୟ ଶ୍ରୀ ନୀଳାଞ୍ଚଳ ଖିଲାର ମଧ୍ୟ ଉପସ୍ଥିତ ଥିଲେ I ତାରାସୀଙ୍ଗି ରେଞ୍ଜର ଅରୁଣ କୁମାର ପ୍ରଧାନ, ଡିଭିଜନ ଅଫିସ୍ ର ଦୁଇଜଣ ବିଷୟ ବସ୍ତୁ ବିଶେଷଜ୍ଞ ଙ୍କ ସମେତ ଉଭୟ ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ , ସ୍କାର୍ଡ ,ଗଜସାଥୀ ,ଅନିମେଟର ମାନେ ଉପସ୍ଥିତ ଥିଲେ । ପ୍ରକଳ୍ପ ସଂଯୋଜକ ରାମଚନ୍ଦ୍ର ବାରିକ ମଞ୍ଚ ପରିଚାଳନା କରିଥିଲେ I ନିକଟସ୍ଥ ଲେମ୍ବେଇ ଗ୍ରାମର ଜଗାବଳିଆ ଦାସକାଠିଆ ଟିମ୍ ଉପସ୍ଥିତ ସମସ୍ତ ଅଂଶ ଗ୍ରହଣକାରି vss କର୍ମ କର୍ତ୍ତା ମାନଙ୍କୁ ବିଭିନ୍ନ ଗୀତ ନାଚ ମାଧ୍ଯମରେ ଜଙ୍ଗଲ ନିଆଁ ଉପରେ ସଚେତନ କରିଥିଲେ l ଏହାସହିତ ଜଙ୍ଗଲ ନିଆଁ ନିରାକରଣ ନିମନ୍ତେ ଏକ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା l ବନଖଣ୍ଡ ଅଧିକାରୀ ଅଗ୍ନି ନିରାକରଣ ରଥକୁ ସବୁଜ ପତାକା ଦେଖାଇ ଜନସାଧାରଣଙ୍କ ନିମନ୍ତେ ସମର୍ପଣ କରିଥିଲେ l ଜଙ୍ଗଲ ନିଆଁକୁ ପ୍ରତିହତ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ l ଏଥିରେ ସମସ୍ତ ମିଡ଼ିଆ ବନ୍ଧୁ ମାନେ ମଧ୍ୟ ଉପସ୍ଥିତ ଥିଲେ I ଶେଷରେ ବନପାଳ ଶ୍ରୀ ଦିଲ୍ଲୀପ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

Nalco

Leave A Reply