Odisha news

ରାବଣର ପୁଷ୍ପକ ବିମାନ ପୁଣି ଚର୍ଚ୍ଚାରେ , ଇସ୍ରୋ ରଚିଲା ପୁଣି ଇତିହାସ : ଜାଣନ୍ତୁ ପୁଷ୍ପକ ବିମାନ ର ସମ୍ପୂର୍ଣ କାହାଣୀ

0

ମାର୍ଚ୍ଚ ୨୨ ତାରିଖରେ ଇସ୍ରୋ ପୁଷ୍ପକ ବିମାନ କୁ ସଫଳତା ପୂର୍ବକ ଅବତରଣ କରାଇ ଇତିହାସ ରଚନା କରିଛି l ପୁଷ୍ପକ ବିମାନ ଏସୟୁବି ସାଇଜ ର ପଙ୍ଖା ଯୁକ୍ତ ଗୋଟିଏ ରକେଟ ଅଟେ l ଯାହାକୁ ସ୍ବଦେଶୀ ସ୍ପେସ ସଟଲ ମଧ୍ୟ କୁହାଯାଇ ଥାଏ l ଏହି ରକେଟ ଟିକୁ ଭାରତର ଗୋଟିଏ ବଡ଼ ସଫଳତା ଭାବରେ ମଧ୍ୟ ଗ୍ରହଣ କରାଯାଇ ଥାଏ l ପୁଷ୍ପକ ବିମାନ ର ଏହି ଟେଷ୍ଟ କୁ କର୍ଣ୍ଣାଟକ ର ଚିତ୍ରଦୁର୍ଗ ରେ କରାଯାଇଛି l ଏହି ସ୍ବଦେଶୀ ସ୍ପେସ ସଟଲ ର ଯଦି ଧାର୍ମିକ ମହତ୍ୱ କଥା କହିବା ତେବେ ରାବଣର ପୁଷ୍ପକ ବିମାନ ନାମ ଅନୁସାରେ ଏହାର ନାମ ରଖାଯାଇଛି l କିନ୍ତୁ ଅନେକ ଲୋକ ଜାଣିଛନ୍ତି ରାବଣର ପୁସ୍କ ବିମାନ ତାର ନଥିଲା , ସେ ଏହାକୁ ବଳପୂର୍ବକ କୁବେର ଙ୍କ ନିକଟରୁ ନେଇଥିଲା l ସେହି ସମୟ ର ପୁଷ୍ପକ ବିମାନ ରେ ଆଜିର ଯୁଗର ଅନେକ ଟେକ୍ନୋଲୋଜି ବିଶେଷତା ରହିଥିଲା l ଯେଉଁ କାରଣରୁ ପୁଷ୍ପକବିମାନ କୁ ଆଦି କାଳର ପ୍ରଥମ ବିମାନ କୁହାଯାଇଛି l

* ରାବଣକୁ କିପରି ମିଳିଥିଲା ପୁଷ୍ପକ ବିମାନ –
ରାବଣର ପୁଷ୍ପକ ବିମାନ ଯାହହା ତିନିଲୋକ ରେ ପ୍ରସିଦ୍ଧ ଥିଲା ତାହା ପ୍ରକୃତ ରେ ରାବଣ ର ନଥିଲା l ସେ ଏହାକୁ ନିଜ ବଡଭାଇ କୁବେର ଙ୍କ ନିକଟରୁ ଛଡାଇ ନେଇଥିଲା l ସର୍ବ ପ୍ରଥମେ ବିଶ୍ୱକର୍ମା ଏହି ବିମାନ କୁ ଭଗବାନ ବ୍ରହ୍ମା ଙ୍କ ତିଆରି କରିଥିଲେ l ଏବଂ କୁବେର ଙ୍କ ଉପରେ ପ୍ରସନ୍ନ ହୋଇ ବ୍ରହ୍ମା ଉପହାର ଭାବରେ ଦେଇଥିଲେ l ଏହି ପୁଷ୍ପକ ବିମାନ କାରଣରୁ କୁବେର ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା l

* ପୁଷ୍ପକ ବିମାନ କିପରି ଥିଲା –
ପୁଷ୍ପକ ବିମାନକୁ ଆଦିକାଳର ପ୍ରଥମ ବିମାନ କୁହାଯାଇ ଥାଏ l ଏହାର ଆକୃତି ମୟୁର ଭଳି ଥିଲା, ଏଥିରେ ଅସୀମ ମନ୍ତ୍ରଶକ୍ତି ରହିଥିବାରୁ ଏହାକୁ ଯୁଦ୍ଧରେ ବ୍ୟବହାର କରାଯାଉ ଥିଲା l ରାମାୟଣ ର ସୁନ୍ଦରଃକାଣ୍ଡ ଅଧ୍ୟାୟ ରେ ମଧ୍ୟ ଏହାର ଆଲୋଚନା ହୋଇଛି l ଏହି ବିମାନ କୁ ବାୟୁ ଓ ଅଗ୍ନି  ଙ୍କ ନିକଟରୁ ଶକ୍ତି ମିଳୁଥିଲା l ଯେଉଁ କାରଣରୁ ଏହା ଦ୍ରୁତ ବେଗରେ ଉଡୁଥିଲା l

* ପୁଷ୍ପକ ବିମାନ ରେ ରହିଥିଲା ଅନେକ ଜିନିଷ –
ସେତେବେଳର ପୁଷ୍ପକ ବିମାନ ରେ ବାତାବରଣ ଅନୁସାରେ ନିଜକୁ ପରିଚାଳିତ କରିବାର ଶକ୍ତି ରହିଥିଲା l ପୁଷ୍ପକ ବିମାନଟି ସୁନାର ଥିଲା l ଯାହା ଉପରେ ଅନେକ ଗୁଡିଏ ମୂଲ୍ୟବାନ ଧାତୁ ଓ ପଥର ଲାଗିଥିଲା l ପୁଷ୍ପକ ବିମାନର ସ୍ୱାମୀ ନିଜ ଅନୁସାରେ ନିୟନ୍ତ୍ରଣ କରିବାର ଶକ୍ତି ରଖିଥିଲା l ଏହାକୁ ସଂଚାଳନ କରିବା ପାଇଁ ଗୋଟିଏ ମନ୍ତ୍ର ମଧ୍ୟ ଥିଲା ଯାହାକୁ ରାବଣ କୁବେର ଙ୍କ ନିକଟରୁ ଶିଖିଥିଲା l

* ରାବଣର ମୃତ୍ୟୁ ପରେ କେଉଁଆଡେ ଗଲା ପୁଷ୍ପକ ବିମାନ –
ରାମାୟଣ ର କଥା ଅନୁସାରେ ମାତା ସୀତା ଙ୍କୁ ଅପହରଣ କରିବା ପାଇଁ ରାବଣ ଏହି ପୁଷ୍ପକ ବିମାନ ର ବ୍ୟବହାର କରିଥିଲା l ମାତା ସୀତାଙ୍କ ଠାବ କରିବା ପରେ ହନୁମାନ , ପ୍ରଭୁ ଶ୍ରୀରାମ , ଭାଇ ଲକ୍ଷ୍ମଣ ଓ ବାନର ସେନାଙ୍କ ଓ ହନୁମାନ , ଜାମ୍ବବନ୍ତ, ସୁଗ୍ରୀବ ଙ୍କ ସହିତ ମିଶି ଲଙ୍କା ଆକ୍ରମଣ କରିଥିଲେ l ଏହି ଯୁଦ୍ଧରେ ପ୍ରଭୁ ଶ୍ରୀରାମ ଙ୍କ ଦ୍ୱାରା ରାବଣ ର ମୃତ୍ୟୁ ହୋଇଥିଲା ଏବଂ ଏହି ପୁଷ୍ପକ ବିମାନ ର ସ୍ୱାମୀ ବିଭୀଷଣ ହୋଇଥିଲେ l ଏବଂ ବିଭୀଷଣ ଏହାର ପ୍ରକୃତ ସ୍ୱାମୀ କୁବେର ଙ୍କୁ ଏହା ଫେରସ୍ତ କରିଥିଲେ l ଏବଂ କୁବେର ଏହାକୁ ଭେଟି ଭାବରେ ଭଗବାନ ରାମଚନ୍ଦ୍ର ଙ୍କୁ ଦେଇଥିଲେ l

Nalco

Leave A Reply