ISRO ଜାନୁଆରୀ ୨୯ ତାରିଖ ଦିନ ୬ଟା ୨୩ ମିନିଟ ସମୟ ରେ GSLV -F15 ରାକେଟ ରୁ NVS -02 ମିଶନ ଲଞ୍ଚ କରିବାକୁ ଯାଉଛି, ଏହା ଶ୍ରୀହରିକୋଟା ରୁ ୧୦୦ ତମ ଲଞ୍ଚ ଅଟେ, GSLV -F 15 ର ୧୭ ତମ ଉଡାଣ ହେବ , NBS -02 ଉପଗ୍ରହ ଅଟେ, ଯାହାକି ନାବିକ ଉପଗ୍ରହ ପ୍ରଣାଳୀ ର ଅଂଶ ଅଟେ, ଲଞ୍ଚ ସାଇଟ ସତୀଶ ଧବନ ଅନ୍ତରୀକ୍ଷ କେନ୍ଦ୍ର ର ଅନ୍ୟ ଗୋଟିଏ ଲଞ୍ଚ ପ୍ୟାଡ଼ ଅଟେ, ନାବିକ ର ଅର୍ଥ ନାଭିଗେସନ ଉଇଥ ଇଣ୍ଡିଆନ କନଷ୍ଟେଲେସନ , ନାବିକ ଭାରତର ସ୍ୱତନ୍ତ୍ର କ୍ଷେତ୍ରୀୟ ନାଭିଗେସନ ସ୍ୟାଟେଲାଇଟ ପ୍ରଣାଳୀ ଅଟେ, ଯାହା ଭାରତ ଓ ଏହାର ଆଖପାଖ କ୍ଷେତ୍ର ରେ ସଠିକ ସ୍ଥିତି, ବେଗ ଓ ସମୟ ସେବା ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି, ନାବିକ ଭାରତର ଭୂମି ରୁ ପାଖାପାଖି ୧୫୦୦ କିଲୋମିଟର ପର୍ଯ୍ୟନ୍ତ କ୍ଷେତ୍ରରେ ସେବା ପ୍ରଦାନ କରିବ, ନାବିକ ଦୁଇ ପ୍ରକାର ସେବା ପ୍ରଦାନ କରିବ, ଷ୍ଟାଣ୍ଡାର୍ଡ ପୋଜିସନିଙ୍ଗ ସର୍ଭିସ ଓ ରଷ୍ଟ୍ରିକଟେଡ଼ ସର୍ଭିସ ଏହି ସେବା ଅଧିକୃତ ପାଇଁ ଏହା ଉପଯୋଗୀ ହେବ l NVS -02 ଉପଗ୍ରହ ନାବିକ ପ୍ରଣାଳୀ ର ଅଂଶ ଅଟେ, ଭାରତୀୟ କ୍ଷେତ୍ରରେ ନାଭିଗେସନ ସେବା ପ୍ରଦାନ କରିବ, ଉପଗ୍ରହ କୁ GSLV -F15 ରାକେଟ ଦ୍ୱାରା ଭୁ ସ୍ଥିର ସ୍ଥାନାନ୍ତରଣ ରେ ସ୍ଥାପିତ କରାଯିବ , ଏହା ଇସ୍ରୋର ଗୋଟିଏ ପଦକ୍ଷେପ ହେବ, ନାବିକ ର ସେବା ଭାରତୀୟ ଉଦ୍ୟୋଗ କୁ ଆର୍ଥିକ ଲାଭ ପ୍ରଦାନ କରିପାରେ l ନାବିକ ଭାରତୀୟ କ୍ଷେତ୍ରରେ ନେଭିଗେସନ ସେବା ପ୍ରଦାନ କରିବ, ଯାହାଦ୍ୱାରା ବିଦେଶୀ ନେଭିଗେସନ ପ୍ରଣାଳୀ ଉପରେ ଭାରତ ଆଉ ନିର୍ଭର କରିବନାହିଁ l