Odisha news

ମଧ୍ୟ-ପ୍ରାଚ୍ୟ ରେ ଇରାନ ଇସ୍ରାଏଲ ଯୁଦ୍ଧ ପକାଇବ କି ଭାରତର ବାଣିଜ୍ୟ ଉପରେ ପ୍ରଭାବ

0

ବର୍ତମାନ ଚାଲିଛି ମଧ୍ୟ -ପ୍ରାଚ୍ୟ ରେ ଜ୍ୟଧାର ବିଭୀଷିକା, ଯାହାକି ଧୀରେ ଧୀରେ ନେଉଛି ଭୟଙ୍କର ରୂପ l ଯାହାକି ସାରା ବିଶ୍ୱର ଚିନ୍ତା ବଢ଼ିଛି , ପୂର୍ବରୁ ରୁଷ-ୟୁକ୍ରେନ ଯୁଧ ଚାଲିଥିବା ବେଳେ ବର୍ତମାନ ଇରାନ ଓ ଇସ୍ରାଏଲ ଯୁଦ୍ଧ l ଏହି ଯୁଦ୍ଧକୁ ନେଇ ସାରା ବିଶ୍ୱର ସେୟାର ମାର୍କେଟ ପ୍ରଭାବିତ ରୁ ନେଇ କଞ୍ଚା ତେଲ ଦର ବୃଦ୍ଧି ଉପରେ ପକାଇଛି ପ୍ରଭାବ l ଆଶଙ୍କା କରାଯାଉଛି ଯେ ଯଦି ଏହି ଯୁଦ୍ଧ ଦୀର୍ଘଦିନ ଧରି ଚାଲିବ ତେବେ ଗ୍ଲୋବାଲ ସପ୍ଲାଇ ଚେନ ଉପରେ ମଧ୍ୟ ପ୍ରଭାବ ପକାଇବ l ଏବଂ ଏହାକୁ ନେଇ ଅନେକ ଦେଶ ପ୍ରଭାବିତ ହେବେ l ଯଦି ଭାରତ କଥା କହିବା ଉଭୟ ଦେଶ ଙ୍କ ସହିତ ଭାରତର ବ୍ୟବସାୟ  ରହିଛି , ଏବଂ ଯଦି ଆମଦାନୀ ପ୍ରଭାବିତ ହେବ ତେବେ ଦର ବୃଦ୍ଧି ମଧ୍ୟ ହେବ l

ଆସନ୍ତୁ ଜାଣିବା ଇରାନ ଓ ଇସ୍ରାଏଲ ସହିତ ଭାରତର କେଉଁ ବ୍ୟବସାୟ ରହିଛି –
– ଯଦି ଭାରତ କଥା କହିବା ତେବେ ଭାରତ ଇରାନ ନିକଟରୁ ନିଜର ଆବଶ୍ୟକତା ର ଗୋଟିଏ ବଡ଼ ଅଂଶ କଞ୍ଚା ତେଲ ଇରାନ ନିକଟରୁ କିଣିଥାଏ l ବର୍ତମାନ ଇରାନ ରେ ଯୁଦ୍ଧ ପରିସ୍ଥିତି ସମୟ ରେ କଞ୍ଚା ତେଲ ଆମଦାନୀ ରେ ପ୍ରଭାବ ପଡିଛି l ଯଦି ସପ୍ଲାଏ ଦୃଷ୍ଟିରୁ ଦେଖିବା ତେବେ ଦେଶରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବାର ସମ୍ଭାବନା ରହିଛି l କେବଳ କଞ୍ଚା ତେଲ ନୁହେଁ , ଏହାସହ ଭାରତ ଇରାନ ନିକଟରୁ ଡ୍ରାଏ ଫ୍ରୁଟସ , କାଚ ବାସନ ଏବଂ କେମିକାଲ ମଧ୍ୟ ଆମଦାନୀ କରିଥାଏ l

ଏବଂ ଯଦି ଭାରତ କଥା କହିବା ତେବେ ଭାରତ ପକ୍ଷରୁ ଇରାନ କୁ ବସୁମତୀ ଚାଉଳ ରପ୍ତାନି ହୋଇଥାଏ l ଏବଂ ଚା ମଧ୍ୟ ରପ୍ତାନି ହୋଇଥାଏ l ଯଦି ଇରାନ ଓ ଭାରତର ବ୍ୟବସାୟ ପ୍ରଭାବିତ ହେବ ତେବେ ଉଭୟ ଦେଶ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବେ l

– ଭାରତ ରୁ ଇସ୍ରାଏଲକୁ ହୀରା, ଅଳଙ୍କାର, କଂଜୟୁମର ଇଲେକ୍ଟ୍ରୋନିକ୍ସ, ଇଂଜିନିୟରିଂ ଜିନିଷ, ସପ୍ଲାଏ ହୋଇଥାଏ l ଏବଂ ଇସ୍ରାଏଲ ଭାରତ ସହିତ ଅସ୍ତ୍ର ଶସ୍ତ୍ର ର ରପ୍ତାନି କରିଥାଏ l ଅସ୍ତ୍ରଶସ୍ତ୍ର ବ୍ୟତୀତ ଭାରତ ଇସ୍ରାଏଲ ରୁ  ମୋତୀ , ଇଲେକ୍ଟ୍ରୋନିକ୍ସ ଉପକରଣ, ରାସାୟନିକ ଉତ୍ପାଦକ ମଧ୍ୟ କିଣିଥାଏ l

Leave A Reply