ପୁରା ଫର୍ମରେ ଥିବା ଉଇକେଟ କିପର – ବ୍ୟାଟ୍ସମ୍ୟାନ ରୀଷଭ ପନ୍ଥ ଦିଲ୍ଲୀ କ୍ୟାପିଟାଲସର କ୍ୟାପଟେନ ଭାର ସମ୍ଭାଳିଲେ l ଆହତ କାରଣରୁ ଆଇପିଏଲ ଖେଳୁନଥିବା ଶ୍ରେୟସ ଆୟାରଙ୍କ ଜାଗାରେ ରୀଷଭ ପନ୍ଥ ଦିଲ୍ଲୀ କ୍ୟାପିଟାଲସର କ୍ୟାପଟେନ ଭାର ଦିଆଗଲା l ଦିଲ୍ଲୀ କ୍ୟାପିଟାଲ ମଙ୍ଗଳବାର ଟ୍ୱିଟ୍ କରି କହିଛି ରୀଷଭ ପନ୍ତ ଆଇପିଏଲ୍ 2021 ପାଇଁ ଆମର ଅଧିନାୟକ ହେବେ। ଦିଲ୍ଲୀ କ୍ୟାପିଟାଲ ଏକଥା ମଧ୍ୟ କହିଛି ଶ୍ରେୟସ ଆୟାରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲସ ପୂର୍ବବର୍ଷ ଆଇପିଏଲ ଫାଇନାଲରେ ପହଞ୍ଚିଥିଲା l ଯଦି କୌଣସି ପଦକ୍ଷେପର ଆବଶ୍ୟକ ହୁଏ, ତେବେ ଫ୍ରାଞ୍ଚାଇଜି ଯେ କୌଣସି ସାହାଯ୍ୟ ଏବଂ ସହଯୋଗ ପାଇଁ ସର୍ବଦା ପ୍ରସ୍ତୁତ l ଫ୍ରାଞ୍ଚାଇଜ୍ କହିଥିଲା ଯେ ଶ୍ରେୟାସଙ୍କୁ ବହୁତ ମିସ୍ କରିବୁ ଏବଂ ଆମେ ତାଙ୍କର ଶୀଘ୍ର ଭଲ ହେବା ଆସ କରୁଛୁ l
ଅଷ୍ଟ୍ରେଲିଆ ଗସ୍ତ ପରେ ଇଂଲଣ୍ଡ ବିପକ୍ଷ ସିରିଜ୍ରେ ପନ୍ତଙ୍କ ବ୍ୟାଟ୍ରୁ ଖୁବ୍ ରନ ବର୍ଷା ହୋଇଛି। ୨୩ ବର୍ଷୀୟ ଏହି ଖେଳାଳି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତକୁ ୩-୧ରେ ଜିତାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ପନ୍ତ ଇଂଲଣ୍ଡ ବିପକ୍ଷ ଟି-୨୦ ଅନ୍ତରାଷ୍ଟ୍ରୀୟ ପରେ ଦିନିକିଆ ସିରିଜ୍ରେ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ। ଦିନିକିଆ ସିରିଜ୍ରେ ଖେଳିଥିବା ଦୁଇଟି ମ୍ୟାଚ୍ରେ ସେ ଯଥା କ୍ରମେ ୭୭ ଓ ୭୮ ରନର ଇନିଂସ ଖେଳିଥିଲେ।
Comments are closed.