Odisha news

ଭାରତ-ରୁଷର ସମ୍ବନ୍ଧ କେବଳ ଅସ୍ତ୍ର ବ୍ୟବସାୟ ନୁହେଁ, ଭରସାକୁ ନେଇ ରହିଛି ଏହି ସମ୍ପର୍କ ‘ ବିଶ୍ୱକୁ ରୁଷ ର ବାର୍ତା

0

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ଭାରତ ବୈଶ୍ୱିକ ମହାଶକ୍ତି ସୂଚୀରେ ସାମିଲ ହେବାର ହକଦାର ଅଟେ, କାହିଁକି ନା ବର୍ତମାନ ଭାରତର ଅର୍ଥ ବ୍ୟବସ୍ଥା ଅନ୍ୟ ଦେଶ ତୁଳନାରେ ଦୃତ ବେଗରେ ବୃଦ୍ଧି ପାଉଛି l ଦୁନିଆ ଦେଖିବା ଜରୁରୀ ଯେ ଭାରତୀୟ ସଶସ୍ତ୍ର ଯବାନ ଙ୍କ ସହିତ କେତେ ପ୍ରକାରର ରୁଷ ସୈନ୍ୟ ଯୁଦ୍ଧ ଅଭ୍ୟାସ ରେ ରହିଛନ୍ତି l ଏହି ସମ୍ପର୍କ ରେ ରୁଷ ର ସମ୍ପୂର୍ଣ ଭରସା ରହିଛି l ରୁଷ କେବଳ ଭାରତକୁ ଅସ୍ତ୍ର ବିକ୍ରି କରୁନାହିଁ ବରଂ ଉଭୟ ଦେଶ ତାହାକୁ ମିଳିତ ଭାବରେ ଡିଜାଇନ କରୁଛନ୍ତି l ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସୋଚି ରେ ବ୍ଳଦlଇ ଡିସ୍କସନ କ୍ଲବ କୁ ସମ୍ବୋଧିତ କରି ଏହା କହିଛନ୍ତି l

ପୁତିନ ଏହା ମଧ୍ୟ କହିଛନ୍ତି ଯେ ରୁଷ ସମସ୍ତ କ୍ଷେତ୍ରରେ ସମ୍ବନ୍ଧ ବିକଶିତ କରୁଛି l ଦ୍ୱିପାକ୍ଷିକ ସମ୍ବନ୍ଧ ରେ ଉଭୟ ଦେଶ ଙ୍କର ଗମ୍ଭୀର ସମ୍ବନ୍ଧ ରହିଛି l ଭାରତକୁ ଗୋଟିଏ ମହାନ ଦେଶ କହିବା ସହିତ ପୁତିନ କହିଛନ୍ତି ଯେ ଉଭୟ ଦେଶ ସମସ୍ତ କ୍ଷେତ୍ରରେ ସମ୍ବନ୍ଧ ବିକଶିତ କରୁଛନ୍ତି l ଭାରତ ଗୋଟିଏ ମହାନ ଦେଶ, ବର୍ତମାନ ଆର୍ଥିକ ପ୍ରଗତୀ ରେ ଦୁନିଆର ନେତୃତ୍ୱ କରୁଛି l ଆମର ସହଯୋଗ ଆଜି ମଧ୍ୟ ବାସ୍ତବିକତା ଉପରେ ଆଧାରିତ ଅଟେ l

ପୁତିନ ଙ୍କ ର ଏହି ସମ୍ବୋଧନ ରେ ସାରା ବିଶ୍ୱ ର ଦୃଷ୍ଟି ଆକର୍ଷଣ କରିଛି, ଏବଂ ବୁଦ୍ଧିଜୀବୀ ଙ୍କ ମତରେ ଏହା ଦର୍ଶାଉଛି ଯେ ଭାରତ ସହିତ ରୁଷ ର ସମ୍ବନ୍ଧ ଗୋଟିଏ ମଜବୁତ ସମ୍ପର୍କ ଅଟେ l

Leave A Reply