Odisha news

ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟଭାବେ ନିର୍ବାଚିତ ହେଲା

0

ମିଳିତ ଜାତିସଂଘ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟଭାବେ ନିର୍ବାଚିତ ହୋଇଛି ଭାରତ । ଭୋଟିଂ ପ୍ରକ୍ରିୟାରେ ଜାତିସଂଘର  ୧୯୩ ଜଣ ସଦସ୍ୟଙ୍କ ମଧ୍ୟରୁ ଭାରତକୁ ୧୮୪ଜଣଙ୍କ ସମର୍ଥନ ମିଳିଥିଲା । ୨୦୨୧ ଜାନୁଆରୀ ପହିଲାରୁ ଭାରତ ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରହିବ।

ଭାରତ ଏସିଆ- ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ଗୋଟିଏ ସିଟ୍ ପାଇଁ ଏକମାତ୍ର ଦେଶ ଭାବେ ନିର୍ବାଚନରେ ସାମିଲ ହୋଇଥିଲା ।ଗତ ଜୁନ୍ ମାସରେ ଚୀନ, ପାକିସ୍ତାନ ସହ ୫୫ଜଣିଆ ଏସିଆ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ସମୂହ ସର୍ବସମ୍ମତି କ୍ରମେ ଭାରତର ନାଁକୁ ପଠାଇଥିଲେ । ଭାରତ ସହ ମେକ୍ସିକୋ, ଆୟର୍ଲାଣ୍ଡ ଓ ନରୱେ ମଧ୍ୟ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

ସୂଚନାଥାଉ କି, ପୂର୍ବରୁ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ୭ଥର ନିର୍ବାଚିତ ହୋଇଛି। ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ ଓ ଶେଷଥର ପାଇଁ ୨୦୧୧-୧୨ରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଥିଲା।

 

Leave A Reply