Odisha news

ଭାରତରେ ମୃତୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି

0

ନୂଆଦିଲ୍ଲୀ: ଦେଶରେ ୧ ଲକ୍ଷ ୫୧ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୭୦ ଜଣଙ୍କ ଜୀବନ ଯାଇଥିବାବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି ପାଇଛି। ଏବେ ଦେଶରେ ୮୩ ହଜାର ୪ଟି ଆକ୍ଟିଭ କେସ୍ ରହିଥିବା ବେଳେ ସୁସ୍ଥ ହେଲେଣି ୬୪ ହଜାର ୪ ୨୫ ଜଣ ଲୋକ।

ମହାରାଷ୍ଟ୍ରରେ ସ୍ଥିତି ଅଧିକ ସଂଗୀନ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୭୫୮ ଛୁଇଁଥିବା ବେଳେ ୧୭୯୨ ଜଣଙ୍କ ମୃତ୍ୟୁ ହେଲାଣି। ମହାରାଷ୍ଟ୍ରରେ କରୋନା ମୁକାବିଲା ନେଇ ଉଦ୍ଧବ ସରକାର ଫେଲ୍‌ ମାରିଥିବା ଅଭିଯୋଗ ଆଣିଛି ବିରୋଧୀ। ଏଥିପାଇଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ମଧ୍ୟ ଦଳ ଦାବି କରିଥିଲା। ସେହିଭଳି ଉଦ୍ଧବଙ୍କ ବିଫଳତାକୁ ନେଇ ପରୋକ୍ଷରେ ରାହୁଲଙ୍କ ଟାର୍ଗେଟ୍ ପରେ କଂଗ୍ରେସ ମେଣ୍ଟ ସରକାରରେ ଗଡ଼ବଡ଼ ଥିବା ଚର୍ଚ୍ଚା ଜୋର୍ ଧରିଛି।

 

ତେବେ ମହାରାଷ୍ଟ୍ରକୁ ସହିତ ଗୁଜରାଟ ମଧ୍ୟପ୍ରଦେଶ ପଶ୍ଚିମବଙ୍ଗ ଆଦି ରାଜ୍ୟଗୁଡ଼ିକରେ ସଂକଟରେ କରୋନା ସ୍ଥିତି। ଗୁଜରାଟରେ ୯୧୫, ମଧ୍ୟପ୍ରଦେଶରେ ୩୦୫, ପଶ୍ଚିମବଙ୍ଗରେ ୨୮୩, ଦିଲ୍ଲୀରେ ୨୮୮, ରାଜସ୍ଥାନରେ ୧୭୦ ଏବଂ ୟୁପିରେ ୧୭୦ ଜଣଙ୍କ ଜୀବନ ନେଲାଣି ମହାମାରୀ କରୋନା ଭାଇରସ୍। ସେହିଭଳି ତାମିଲ୍‌ନାଡୁରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୭ରେ ପହଞ୍ଚିଛି।

ଭାରତର ଉପରୋକ୍ତ ରାଜ୍ୟଗୁଡ଼ିକରେ କରୋନା ଭୟଙ୍କର ତାଣ୍ଡବ ରଚାଇଥିବା ବେଳେ ଆଣ୍ଡାମାନ ନିକୋବାର ଦ୍ୱିପପୂଞ୍ଜ(୩୩ ଆକ୍ରାନ୍ତରୁ ସମସ୍ତେ ସୁସ୍ଥ, ମୃତ୍ୟୁ ସଂଖ୍ୟ-୦), ଅରୁଣାଚଳ ପ୍ରଦେଶ(୨ଆକ୍ରାନ୍ତ,୧ ସୁସ୍ଥ ଓ ମୃତ୍ୟୁ ସଂଖ୍ୟା-୦), ଦାଦର ନଗର ହାବେଳି(ଆକ୍ରାନ୍ତ ୨), ମିଜୋରାମ(ଆକ୍ରାନ୍ତ-୧, ସୁସ୍ଥ-୧) ଓ ନାଗାଲାଣ୍ଡରେ ୪ ଜଣ ଆକ୍ରାନ୍ତ ହୋଇଛନ୍ତି।

Leave A Reply