ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟାର ରୋଡ଼ମ୍ୟାଫ ନିର୍ଧାରିତ କରିବାରେ ଅନ୍ୟ ୫ଟି ଦେଶ ସହିତ ବର୍ତ୍ତମାନ ଭାରତର ଭାରତର ଭୂମିକା ମଧ୍ୟ ରହିବ ମିଳିଥିବା ସୂଚନା ଅନୁସାରେ ୬ ମାସ ଧରି ଚାଲିଥିବା କୂଟନୀତି ପରେ ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟାର କାର୍ଯ୍ୟରେ ରୁଷ ,ଇରାନ ,ଚୀନ ଓ ପାକିସ୍ତାନ ବ୍ୟତୀତ ଭାରତ ମଧ୍ୟ ସାମିଲ ହେବ l ଆମେରିକା ଭାରତକୁ ଏଥିରେ ସାମିଲ କରିବା ପାଇଁ ପ୍ରସ୍ତାବ ରଖିଥିଲା ,ଯେବେକି ରୁଷ ଏହି ଯୋଜନା ପ୍ରସ୍ତୁତ କରି ଭାରତକୁ ବାହାରେ ରଖିଥିଲା l ଆଫଗାନିସ୍ତାନରେ ଅନେକ ବର୍ଷରୁ ଗୃହ ଯୁଦ୍ଧ ଲାଗି ରହିଛି l
ଏହି ଗୃହ ଯୁଦ୍ଧରେ ଆମେରିକା ଓ ରୁଷ ମଧ୍ୟ ସାମିଲ ଥିଲେ l ଭାରତର ଚିନ୍ତା ଏହାକି ଆଫଗାନିସ୍ତାନରୁ ଆମେରିକା ସୈନିକ ମାନେ ଫେରିଯିବା ପରେ ଏଠାରେ ଆତଙ୍କବାଦୀଙ୍କ ସଂଗଠନ ସକ୍ରିୟ ହୋଇ ପାରନ୍ତି ଓ ଅସ୍ଥିରତା ବଢି ପାରେ l ତାଲିବାନକୁ ପ୍ରୋତ୍ସାନ ଦେଇଥିବା ପାକିସ୍ତାନ ଆହୁରି ମଝବୁତ ହୋଇଯିବ l ଏପରି ସ୍ଥଳେ ଆଫଗାନିସ୍ତାନରେ ଭାରତର ନିବେଶ ଓ ସାମରିକ ରଣନୀତି ଉପରେ ଖରାପ ପ୍ରଭାବ ପଡି ପାରେ l ମିଳିଥିବା ସୂଚନା ଅନୁସାରେ ରୁଷ ସହିତ ଚୀନର ଘନିଷ୍ଠତା ବଢି ଯାଇଥିବା କାରଣରୁ ,ରୁଷ ଚୀନ ,ଆମେରିକା ,ପାକିସ୍ତାନ ଓ ଇରାନକୁ ସାମିଲ କରିଥିଲା କିନ୍ତୁ ଭାରତକୁ ଦୁରେଇ ରଖ ଯାଇଥିଲା l
ଗବେଷକ ମାନଙ୍କ ଅନୁସାରେ ପାକିସ୍ତାନ ଚାହୁଁ ନଥିଲା ଭାରତ ଏହି କାର୍ଯ୍ୟକ୍ରମରେ ସାମିଲ ହେଉ ବୋଲି l ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଭାରତର ସୁରକ୍ଷା ନିହାତି ଆବଶ୍ୟକ ତେଣୁ ଗତ ୬ ମାସ ହେଲାଣି ଏହାକୁ ନେଇ ଚର୍ଚା ଚାଲିଛି l ଭ୍ରାତାର ବିଦେଶ ମନ୍ତ୍ରୀ ଗୋଟିଏ କନ୍ଫରେସରେ ଭାଗ ନେଇ ପାରନ୍ତି ଓ ଭାରତର ନେତୃତ୍ବ ମଧ୍ୟ ନେଇ ପାରନ୍ତି l ବାଇଡେନ ପ୍ରଶାସନ ମଧ୍ୟ ଏହାକୁ ସ୍ୱାଗତ କରିଛି l ଆମେରିକା ଆଫଗାନିସ୍ତାନରେ ଭାରତର ସକ୍ରିୟ ଭୂମିକା ଚାହୁଁଛି ତେଣୁ ସେ ଭାରତକୁ ଗୁରୁତ୍ୱ ଦେଇଛି l