ଫୁଲବାଣୀ : ଆଜି କନ୍ଧମାଳ ଜିଲାରେ ଆଉ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେ ଜଣେ ୨୩ ବର୍ଷର ମହିଳା ବୋଲି ଜିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜଣାପଡିଛି । ସେ ଗତ ୧୬ ତାରିଖରେ ଗୁଜୁରାଟର ସୁରଟରୁ ଆସି କନ୍ଧମାଳ ଜିଲାରେ ଥିବା ବନ୍ଧଗଡର ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ ।
ତାଙ୍କର ସ୍ୱାବଟେଷ୍ଟରେ କରୋନା ପଜିଟିଭ ରିପୋର୍ଟ ଆସିବାପରେ ତାଙ୍କୁ ଭୁବନେଶ୍ୱର କିମସ୍ କୋଭିଡ-୧୯ ହସପିଟାଲକୁ ପଠାଇଦିଆଯାଇଛି । ଏହାସହିତ ସେହି ସଙ୍ଗରୋଧ କେନ୍ଦ୍ରକୁ ସିଲ କରିବାସହିତ ସେହି କେନ୍ଦ୍ରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ବୋଲି ଜିଲାପାଳ ଡ.ବୃନ୍ଦା ଡି କହିଛନ୍ତି । ଏହାପରେ ଜିଲାରେ ମୋଟ ୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣପଡିଛି