ଚାକିରିଆ ମାନଙ୍କ ପାଇଁ ଖୁସିଖବର : କମ୍ପାନୀ ପରିବର୍ତନ କଲେ ମିଳିବ ଗ୍ରାଚୁଇଟି ଟ୍ରାନ୍ସଫରର ବିକଳ୍ପ , ଜାଣନ୍ତୁ ଏହି ବିଷୟରେ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚାକିରିଆ ମାନଙ୍କ ପାଇଁ ଯଥା ଶୀଘ୍ର ନୂଆ ବ୍ୟବସ୍ତା ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରୁଛନ୍ତି l ଏହି ଯୋଜନା ଅନୁସାରେ କର୍ମଚାରୀ ମାନଙ୍କୁ EPF ଭଳି ଚାକରି ପରିବର୍ତନ କଲେ ଗ୍ରାଚୁଇଟି ଟ୍ରାନ୍ସଫରର ସୁବିଧା ମିଳିବ l ଏଥିପାଇଁ କେନ୍ଦ୍ର ସରକାର , କର୍ମଚାରୀ ୟୁନିଅନ ଓ ଶିଳ୍ପ ଉଦ୍ୟଗ ମଧ୍ୟରେ ଗ୍ରାଚୁଇଟି ଟ୍ରାନ୍ସଫରକୁ ନେଇ ସହମତି ମିଳିଛି l ବର୍ତମାନ ଗ୍ରାଚୁଇଟି ଟ୍ରାନ୍ସଫରକୁ ସାମାଜିକ ସୁରକ୍ଷା କୋଡ ସହିତ ଯୋଡିହୋଇଥିବା ନିୟମରେ ସାମିଲ କରାଯିବ l
ଆସନ୍ତା ମାସରେ ଆସିପାରେ ଅନ୍ତିମ ସୂଚନା : CNBC ନିକଟରୁ ମିଳିଥିବା ସୂଚନା ଅନୁସାରେ , ବର୍ତମାନ୍ ପ୍ରୋଭିଡେଣ୍ଟ ଭଳି ଚାକିରିଆ ମାନଙ୍କୁ ଗ୍ରାଚୁଇଟି ଟ୍ରାନ୍ସଫରର ବିକଳ୍ପ ମିଳିବ l ଗ୍ରାଚୁଇଟି ପୋର୍ଟାବିଲିଟି ଉପରେ ଉଦ୍ୟୋଗ ଓ କର୍ମଚାରୀ ୟୁନିଅନ୍ ରେ ସହମତି ପରେ ଚାକିରୀ ବଦଳାଉଥିବା ବ୍ୟକ୍ତି ମାନଙ୍କର ଗ୍ରାଚୁଇଟି ଟ୍ରାନ୍ସଫରର ବ୍ୟବସ୍ତା ହେବ l ଏହା ସହିତ PF ଭଳି ପ୍ରତେକ ମାସରେ ଗ୍ରାଚୁଇଟି ଅନୁଦାନକୁ ନେଇ ସହମତି ପ୍ରକାଶ ପାଇଛି l ମିଳିଥିବା ସୂଚନା ଅନୁସାରେ ଶ୍ରମ ମନ୍ତ୍ରଣାଳୟ – ୟୁନିୟନ -ଉଦ୍ୟୋଗର ବଇଠକରେ ସହମତି ମିଳିଥିଲା l
କାର୍ଯ୍ୟ କରିବାର ଦିନ ବଢାଇବାକୁ ନେଇ ମିଳିଲାନି ସହମତି :
ଗ୍ରାଚୁଇଟି ପାଇଁ କାର୍ଯ୍ୟ କରିବାର ଦିନ ବଢାଇବା ପାଇଁ ଉଦ୍ୟୋଗ ଗୁଡିକ ସହମତି ମିଳିଲାନି l ଉଦ୍ୟୋଗ ଗୁଡିକ ଗ୍ରାଚୁଇଟି ପାଇଁ କାର୍ଯ୍ୟ କରିବାର ଦିନକୁ ୧୫ ଦିନରୁ ୩୦ ଦିନ କରିବାର ପ୍ରସ୍ତାବରେ ଅସହମତ ଅଟନ୍ତି l କହି ରଖୁଯୁଯେ କୌଣସି କମ୍ପାନୀରେ ଲଗାତାର ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା କର୍ମଚାରୀଙ୍କର ଦରମା ,ପେନସନ ଓ ପ୍ରୋଭିଡେଣ୍ଟ ଫଣ୍ଡ ବ୍ୟତୀତ ଯେଉଁ ପଇସା ମିଳିଥାଏ ,ତାହାକୁ ଗ୍ରାଚୁଇଟି କୁହାଯାଏ l ଏହାର ଏକ ଛୋଟ ଅଂଶ କର୍ମଚାରୀଙ୍କ ଦରମାରୁ କଟିଥାଏ l ଗ୍ରାଚୁଇଟିର ବଡ ଅଂଶଟି କମ୍ପାନୀ ନିଜ ପକ୍ଷରୁ ଦେଇଥାଏ l
ଏହି ଭଳି ଭାବରେ ନିର୍ଧାରିତ କରାଯାଇଥାଏ ଗ୍ରାଚୁଇଟି :
କୌଣସି କର୍ମଚାରୀଙ୍କୁ ମିଳୁଥିବା ଗ୍ରାଚୁଇଟି ୨ ଟି କଥା ଉପରେ ନିର୍ଭର କରେ l ପ୍ରଥମଟି ହେଲା ଜଣେ କର୍ମଚାରୀକୁ ଗୋଟିଏ କମ୍ପାନୀରେ ଅତିକମରେ ୫ ବର୍ଷ କାମ କରିବା ଆବଶ୍ୟକ l ମାସକୁ ଛବିସ ଦିନ କମ୍ପାନୀରେ କାମ କରିବାକୁ ପଡିଥାଏ କାରଣ ଚାରି ଦିନ ଛୁଟି ପଡିଥାଏ ଗୋଟିଏ ବର୍ଷରେ ପନ୍ଦର ଦିନ ଆଧାର ଉପରେ ଗ୍ରାଚୁଇଟି ଗଣନା କରାଯାଇଥାଏ l
Comments are closed.