Odisha news

ସ୍ୱାମୀ-ସ୍ତ୍ରୀ ନିଜ ସମ୍ପର୍କ ରେ ଏହି କଥା ଗୁଡିକୁ ନିହାତି ଧ୍ୟାନ ରଖିବା ଜରୁରୀ, ନଚେତ ସମ୍ପର୍କ ରେ ଆସିପାରେ ବାଧା

0

ସବୁ ସମ୍ପର୍କ ରେ ପ୍ରାୟ ଛୋଟ ମୋଟ ମନୋମାଳିନ୍ୟ ହୋଇଥାଏ, କିନ୍ତୁ ଏହି ଝଗଡା ବଢିବା ଆଦୌ ଠିକ ନୁହେଁ l କାହିଁକି ନା ସମସ୍ତ ସମ୍ପର୍କ ଭରସା ଓ ବିଶ୍ୱାସରେ ରେ ଚାଲିଥାଏ, ଯଦି ଥରେ ଏହା ଭାଙ୍ଗିଲା ତେବେ ସମ୍ପର୍କ ରେ ଫାଟ ସୃଷ୍ଟି ହେବା ଭଳି ସ୍ଥିତି ଆସି ଯାଇଥାଏ l

ପ୍ରତ୍ୟେକ ଦମ୍ପତି ନିଜ ସମ୍ବନ୍ଧ କୁ ମଜବୁତ କରିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇ ଥାଆନ୍ତି l କିନ୍ତୁ ଅନେକ ସମୟରେ ସେମାନଙ୍କର ଗୋଟିଏ ଛୋଟିଆ ଭୁଲ ସମ୍ପର୍କ ରେ ଫାଟ ସୃଷ୍ଟି କରିଦେଇ ଥାଏ l ଏବଂ ଅନେକ ସମୟରେ ଦେଖା ଯାଇଥାଏ ଯେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ଫାଟ କୌଣସି ତୃତୀୟ ବ୍ୟକ୍ତି ଯୋଗୁଁ ସୃଷ୍ଟି ହୋଇଥାଏ l ଏପରି ସ୍ଥିତିରେ ସ୍ୱାମୀ -ସ୍ତ୍ରୀ କିଛିଟା କଥାକୁ ବିଶେଷ ଭାବରେ ଧ୍ୟାନ ରଖିବା ଜରୁରୀ l

* ଉଭୟ ସ୍ୱାମୀ-ସ୍ତ୍ରୀ ସବୁବେଳେ ଜାଣି ରଖିବା ଜରୁରୀ ଯେ ନିଜ ସମ୍ପର୍କ ର କିଛିଟା ଗୋପନୀୟ କଥା ଉଭୟଙ୍କ ମଧ୍ୟରେ ସୀମିତ ରହିବା ଜରୁରୀ l କାହିଁକିନା ଆପଣ ଯେଉଁ ତୃତୀୟ ବ୍ୟକ୍ତି ନିକଟ ରେ ନିଜ ମଧ୍ୟର ଗୋପନୀୟତା କୁ ପ୍ରକାଶ କରିବେ ତେବେ ସେ ନିଜ ଭିତରେ ଏହାକୁ ସୀମିତ ରଖିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ l ତେଣୁ ସେଥିପ୍ରତି ସର୍ବପ୍ରଥମେ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ l

* ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯଦି କିଛି ଝଗଡା ହେଉଛି , ନଚେତ ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ ଆପଣଙ୍କ ପାର୍ଟନର ଙ୍କର ଭଲ ପଡୁନି, ତେବେ ଏହାକୁ ନେଇ କୌଣସି ବାହାର ଲୋକଙ୍କ ସହିତ ଆଲୋଚନା କରନ୍ତୁ ନାହିଁ l ଏହା ଆପଣଙ୍କ  ପରିବାରର କଥା ଏହାକୁ ଆପଣ ହିଁ ସମାଧାନ କରିବେ l

* ଯଦି ଆପଣଙ୍କ ଆର୍ଥିକ ସ୍ଥିତି ସାମାନ୍ୟ ଖରାପ ଅଟେ, ଏହାକୁ ନିଜ ଓ ନିଜ ପାର୍ଟନର ମଧ୍ୟରେ ସୀମିତ ରହିବାକୁ ଦିଅନ୍ତୁ l ଯଦି ଏହା କୌଣସି ତୃତୀୟ ବ୍ୟକ୍ତି ଜାଣିବ ତେବେ ଏହା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ର ସମ୍ମାନ ହାନି ହେବ l

* ଏହାକୁ ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ ଜାଣି ରଖିବା ଜରୁରୀ ଯେ ଯଦି ସ୍ୱାମୀଙ୍କ ନିକଟରେ କିଛି କମି ଅଛି ନଚେତ ସ୍ତ୍ରୀଙ୍କ ନିକଟରେ କିଛି କମି ଅଛି ଏହାକୁ ନେଇ କୌଣସି ତୃତୀୟ ବ୍ୟକ୍ତି ନିକଟରେ ପ୍ରକାଶ କରନ୍ତୁ ନାହିଁ l ଏହାଦ୍ୱାରା ବାହାର ଲୋକ ଏହାର ମଜାକ ଉଡାଇବେ l ଏବଂ ଏଭଳି ଗୋଟିଏ ସମୟ ଆସିବ ଯାହା ଆପଣଙ୍କୁ ଏହି କଥା ବ୍ୟଥା ଦେବ l ତେଣୁ ଏହାର ସମାଧାନ ଖୋଜନ୍ତୁ l

* ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏଭଳି କିଛିଟା ଗୁରୁତ୍ୱପୂର୍ଣ କଥା ରହିଛି ଯାହାକୁ ପରିବାର ର ଅନ୍ୟ ସଦସ୍ୟ ମଧ୍ୟ ଜାଣିବା ଉଚିତ ନୁହେଁ l ତେଣୁ ଉଭୟ ସ୍ୱାମୀ-ସ୍ତ୍ରୀ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ l ନଚେତ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇପାରେ l ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯାହାବି ମନୋମାଳିନ୍ୟ ଘଟୁଛି ତାହା ନିଜ ମଧ୍ୟରେ ସମାଧାନ କରନ୍ତୁ l

Nalco

Leave A Reply