Odisha news

HPV ଭାଇରସ କଣ ? କାହିଁକି ଏହା ଯୁବକ ଯୁବତୀ ମାନଙ୍କ ନିକଟରେ ଅଧିକ ଦେଖା ଦେଉଛି ଓ ଟାଣି ନେଉଛି ଭୟଙ୍କର ରୋଗ ଆଡକୁ 

0
HPV ଅର୍ଥାତ ହ୍ୟୁମାନ ପେପିଲୋମା ଭାଇରସ ସାରା ବିଶ୍ୱ ପାଇଁ ଗୋଟିଏ ବଡ଼ ବିପଦ ଭାବରେ ଦେଖାଯାଉଛି l ଏହି ଭାଇରସ ସ୍ୱାସ୍ଥ୍ୟକୁ ଅନେକ ମାତ୍ରାରେ ପ୍ରଭାବିତ କରୁଛି l HPV ଯୋଉଁ ସମ୍ବନ୍ଧିତ ସଂକ୍ରମଣ ଅଟେ, l ନିକଟରେ ଏହି ଭାଇରସ କୁ ନେଇ ଗୋଟିଏ ଅଧ୍ୟୟନ ହଵାଈଥିଲା l ଏହି ଅଧ୍ୟୟନ ଅନୁସାରେ ଗବେଷକ ମାନେ ମତ ଦେଇଛନ୍ତି ଯେ ୧୫ ବର୍ଷରୁ ଉର୍ଧ୍ଵ ପ୍ରତ୍ୟେକ ତିନିଜଣ ଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଏହି ଭାଇରସ ଦ୍ୱାରା ପ୍ରଭାବିତ ହେଉଛି l ଏହା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିପାରେ l
* HPV ଭାଇରସ କଣ ? –
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଗୋଟିଏ ଭାଇରଲ ଇନଫେକ୍ସନ l ଯାହାକି ସାଧାରଣ ଭାବରେ ତ୍ୱଚା କିମ୍ବା ଚର୍ମର ଝିଲ୍ଲୀ ରେ କୋଷିକା ରେ ଜମିବା କାରଣରୁ ହୋଇଥାଏ l HPV ୧୦୦ ରୁ ଉର୍ଧ୍ଵ ପ୍ରକାରର ହୋଇଥାଏ l WHO ର ସୂଚନା ଅନୁସାରେ ଏହି ଭାଇରସ ପୁରୁଷ ମାନଙ୍କ ମଧ୍ୟରେ ଅନେକ ପ୍ରକାରର କ୍ୟାନ୍ସର ସେଲ କୁ ବୃଦ୍ଧି କରୁଛି l
* କେଉଁମାନେ ଅଧିକ ପ୍ରଭାବିତ ହେଉଛନ୍ତି ? –
ଗବେଷକ ଙ୍କ ମତ ଅନୁସାରେ HPV -16 ସବୁଠୁ ପ୍ରଚଳିତ ଭାଇରସ ଅଟେ l ଏହା ଯୁବ ପିଢ଼ି ଙ୍କ ନିକଟରେ ଅଧିକ ଦେଖିବାକୁ ମିଳୁଛି l ଗବେଷକ ଙ୍କ ମତରେ ଉଭୟ ପୁରୁଷ ଓ ମହିଳା ମାନଙ୍କ ନିକଟରେ ଏହି ଭାଇରସ ଦେଖିବାକୁ ମିଳୁଛି l ଯାହାକି ପ୍ରାଣ ଘାତକ ହୋଇଥାଏ l ଏହି ଭାଇରସ କାରଣରୁ ପ୍ରତି ବର୍ଷ ୩୪୦ ହଜାର ରୁ ଅଧିକ ମହିଳା ସର୍ଭିକଲ କ୍ୟାନ୍ସର ରେ ପୀଡିତ ହେଉଛନ୍ତି l ଏହା ମଧ୍ୟ ଏହି ଭାଇରସ ର ଗୋଟିଏ କାରଣ l
* HPV ଭାଇରସ ଠାରୁ କିପରି ରକ୍ଷା ପାଇବେ –
ଇଣ୍ଟରନେଶନାକ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନ୍ସର ର ସୂଚନା ଅନୁସାରେ , ୨୦୧୮ ରେ ଏହି ଭାଇରସ କାରଣରୁ ପୁରୁଷ ମାନଙ୍କ ନିକଟରେ ୬୯ ହଜାର ଲୋକେ ଆକ୍ରାନ୍ତ ହୋଇଥିଲେ l ବର୍ତମାନ ଏହି ସମୟରେ ଦୁନିଆରେ ଏହି ଭାଇରସ ବିପଦର କାରଣ ହୋଇଛି l
– ଏହି ଭାଇରସ ରୁ ରକ୍ଷା ପାଇବା ପାଇଁ ସବୁଠୁ ଜରୁରୀ ସୁରକ୍ଷିତ ଯୌନ ସମ୍ବନ୍ଧ l
– ଏହାଛଡା ଯୋଉଁ ସମ୍ବନ୍ଧ ରଖିବା ପୂର୍ବରୁ ଜାଣି ରଖିବା ଉଚିତ ଯେ ଏହି ଭାଇରସ ଦ୍ୱାରା ଉକ୍ତ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି କି ନାହିଁ l
– ସବୁଠୁ ଗୁରୁତ୍ୱ ପୁର୍ଣ ହେଲା ଏକାଧିକ ମହିଳା କିମ୍ବା ଏକାଧିକ ପୁରୁଷ ଙ୍କ ସହିତ ଯୌନ ସମ୍ବନ୍ଧ ରଖୁଛନ୍ତି ତେବେ ସେଥିପ୍ରତି ସତର୍କ ରହିବା ଜରୁରୀ l
Har Ghar Tiranga

Leave A Reply