Odisha news

ଘରେ ଯଦି ଦେଖା ଯାଉଛି ଏହି ୫ଟି ଜିନିଷ ତେବେ ଏହା ହୋଇଥାଏ ଖରାପ ସମୟ ର ସଂକେତ, କରନ୍ତୁ ଏଭଳି ଦୂର

0

ଅନେକ ସମୟ ରେ ଯେତେ ଚେଷ୍ଟା କଲେ ମଧ୍ୟ ଦୁଃଖ ଓ କଷ୍ଟ ମଣିଷର ପିଛା ଚଡି ନଥାଏ, ଯଦି ଏଭଳି ଘଟୁଛି ତେବେ ଜାଣି ରଖିବା ଆବଶ୍ୟକ ଯେ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ରହୁଛି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ଯଦି ନକାରାତ୍ମକ ଶକ୍ତି ରହୁଛି ସେଥିପାଇଁ କିଛିଟା ବିଶେଷ ସଂକେତ ମଧ୍ୟ ମିଳିଥାଏ l ପ୍ରଥମେ ଏହି ସଂକେତ କୁ ଜାଣିବା ଜରୁରୀ l

– ଆପଣଙ୍କ ଘର କିମ୍ବା ଅଗଣାରେ ଲଗାଇଥିବା କୁଣ୍ଡର ଗଛ ଯଦି ଅଚାନକ ଭାବରେ ସୁଖିବାକୁ ଲାଗୁଚି ତେବେ ଜାଣି ରଖନ୍ତୁ ଯେ ଏହା ନକାରାତ୍ମକ ଶକ୍ତିର ପ୍ରଭାବ ଏବଂ ଏହା ଆର୍ଥିକ ଅସୁବିଧା ଉପରେ ପ୍ରଭାବ ପକାଇବ l

– ଘରର ସଦସ୍ୟ ଙ୍କ ମଧ୍ୟରେ ଯଦି ସବୁବେଳେ କଳହ ଦେଖା ଯାଉଛି ଏବଂ କଳି ଝଗଡା ହେଉଛି କୌଣସିନା କୌଣସି କାରଣରୁ ତେବେ ଏହା ନକାରାତ୍ମକ ଶକ୍ତିର ସଂକେତ ହୋଇଥାଏ, ଏବଂ ଯଦି କଳି ଝଗଡା ସବୁବେଳେ ଜାରି ରୁହେ ତେବେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି l

– ଅନେକ ସମୟ ରେ ଆମେ କରୁଥିବା କାର୍ଯ୍ୟ ଅଧାରେ ରହିଯାଏ, ଯେତେ ଚେଷ୍ଟା କଲେ ମଧ୍ୟ ହୁଏନାହିଁ l ତେବେ ଜାଣିବେ ଯେ ଏହା ନକାରାତ୍ମକ ଶକ୍ତିର ପ୍ରଭାବ l ଏହାଦ୍ୱାରା ପଇସାର ଅସୁବିଧା ଦେଖା ଦେଇଥାଏ l

– ଘର ପରିବାର ରେ ଯଦି ସର୍ବଦା ରୋଗ ବୈରାଗ ଦେଖା ଯାଉଛି ଏବଂ ଔଷଧ ପତ୍ର ପାଇଁ ଅଧିକ ପଇସା ଖର୍ଚ୍ଚ ହେଉଛି ତେବେ ଏହା ନକର୍ତ୍ତମ ଶକ୍ତିର ପ୍ରଭାବ ଅଟେ l

– ଘରେ ପୋଷା ରଖିଥିବା ଜୀବଜନ୍ତୁ ଯେପରିକି ବିଲେଇ , କୁକୁର ,ଗାଈ କୌଣସି ଅସହଜ ହୋଇ ମୃତ୍ୟୁବରଣ କରୁଛନ୍ତି ତେବେ ଘର ପରିବାର ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ରହୁଛି ବୋଲି ଜାଣିବେ l

* କଣ ରହିଛି ଏହା ପଛର ଉପଚାର –
ଜ୍ୟୋତିଷଶାସ୍ତ୍ର ଅନୁସାରେ ଯଦି କୌଣସି ଘରେ ଯଦି ଏଭଳି ସମସ୍ୟା ରହୁଛି ତେବେ ସପ୍ତାହ କୁ ମାତ୍ର ୨ଦିନ ଘର ପୋଛିବା ସମୟ ରେ ପାଣିରେ ଲୁଣ ମିଶାଇ ଘର ପୋଛନ୍ତୁ l

Leave A Reply