Odisha news

ହୁକା ସେବନ ଯୁବପିଢ଼ୀ ଙ୍କୁ ଟାଣି ନେଉଛି ମୃତ୍ୟୁ ମୁଖକୁ : ରିସର୍ଚ୍ଚ

0

ଆଜିକାଲି ଆଧୁନିକ ସମାଜ ରେ ହୁକା ପିଇବା ବା ଟାଣିବା ଗୋଟିଏ ଷ୍ଟାଇଲ ରେ ପରିଣତ ହୋଇ ସାରିଛି l କିନ୍ତୁ ଏହା ଶରୀରରେ ଗମ୍ଭୀର ରୋଗର କାରଣ ମଧ୍ୟ ହେଉଛି l ଗୋଟିଏ ରିସର୍ଚ୍ଚ ଅନୁସାରେ ଏହି ଆଧୁନିକ ହୁକା ସେବନ ଯୁବ ସମାଜ ଙ୍କୁ ମୃତ୍ୟୁର ଦ୍ୱାର ଆଡକୁ ଟାଣି ନେଉଛି l

= ହୁକା ସେବନ ନିୟମିତ ଯଦି କରୁଛନ୍ତି ଏହା ଆପଣଙ୍କ ଜୀବନ ର ପ୍ରତି ବିପଦ ର କାରଣ ହେଉଛି, ହୁକା ଟାଣିବା ଦ୍ୱାରା ଫୁସଫୁସ ସର୍ବପ୍ରଥମେ ପ୍ରଭାବିତ ହେଉଛି l ଏହାଦ୍ୱାରା ଅଧିକ ଯୁବପିଢୀ ଆସ୍ଥମା ରେ ପୀଡିତ ହେଉଛନ୍ତି l

= ହୁକା ସେବନ ଦ୍ୱାରା ଧମନୀ ରେ ବ୍ଳକେଜ ହୋଇପାରେ, ଯାହାଦ୍ୱାରା ହାର୍ଟ ଆଟାକ ଓ ଷ୍ଟ୍ରୋକ ର ବିପଦ ମଧ୍ୟ ଦେଖା ଦେଇଥାଏ l ତେଣୁ ଆଜିକାଲି ସର୍ବାଧିକ ଯୁବକ ମାନେ ଷ୍ଟ୍ରୋକ ର ସମୁଖୀନ ହେଉଛନ୍ତି l

= ହୁକା ସେବନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ପାଇପ କୁ ହିଁ ବ୍ୟବହାର କରି ଥାଆନ୍ତି l ଯାହାଦ୍ୱାରା ସଂକ୍ରମଣ ବୃଦ୍ଧି ହେବାର ଦେଖା ଯାଇଥାଏ l ଏହାଛଡା ଟିବି, ହର୍ପିସ ଏବଂ ଅନ୍ୟ ସଂକ୍ରମଣ ମଧ୍ୟ ଦେଖାଯାଇଥାଏ l

= ହୁକା ଧୂଆଁ ରେ ନିକୋଟୀନ ଅଧିକ ମାତ୍ରାରେ ରହିଥାଏ, ଯାହାକି ନର୍ଭ ସିଷ୍ଟମ କୁ ଅଧିକ ପ୍ରଭାବିତ କରିଥାଏ l ଏହାଦ୍ୱାରା ଚିନ୍ତା ଏବଂ ଡିପ୍ରେସନ ସମସ୍ୟା ଦେଖା ଯାଇଥାଏ l

= ହୁକl ଯେଉଁ ବ୍ୟକ୍ତିମାନେ ଅଧି ଟାଣୁଛନ୍ତି ସେମାନଙ୍କ ନିକଟରେ କ୍ୟାନ୍ସର ସମସ୍ୟା ମଧ୍ୟ ଦେଖା ଦେଉଛି, କାହିଁକି ନା ଏଥିରେ ଥିବା ନିକୋଟୀନ ଲିପ କ୍ୟାନ୍ସର ଏବଂ ଗଳା କ୍ୟାନ୍ସର ର କାରଣ ହୋଇଥାଏ l

Leave A Reply