ହୋଲି ପାଳନ କରିବାର ଉପାୟ ସମସ୍ତଙ୍କର ଅଲଗା ଅଲଗା ଅଟେ l କିଛି ଲୋକ ଅନେକ ଗୁଡିଏ ମିଠା ଜିନିଷ ପ୍ରସ୍ତୁତ କରି ଥାଆନ୍ତି ତ ଆଉ କେହି ଘରକୁ ସୁସଜ୍ଜିତ କରି ନୂଆ ପୋଷାକ ପିନ୍ଧି ଥାଆନ୍ତି l ଆପଣ ଯେମିତିଵି ପାଳନ କରନ୍ତୁ କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ହୋଲି ରେ କିଛିଟା ଜିନିଷ କିଣି ଘରକୁ ଆଣିବା ଦ୍ୱାରା ଶୁଭ ହୋଇଥାଏ l
* ବାଉଁଶ ଗଛ – ବାଉଁଶ ଗଛ ଅର୍ଥାତ ବାମ୍ବୁ ଟ୍ରି କୁ ଗୋଟିଏ ଲକି ପ୍ଲାଣ୍ଟ ବୋଲି କୁହାଯାଇ ଥାଏ l ଯଦି ଆପଣ ହୋଲି ଦିନ ଏହି ଗଛଟିକୁ କିଣି ଘରକୁ ଆଣିବେ ତେବେ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ଓ ଆପଣଙ୍କ ପରିବାର ଉପରେ ରହିବ l ଏବଂ ଜୀବନ ରେ ସକାରାତ୍ମକ ଉର୍ଜା ମଧ୍ୟ ରହିବ l
* ରୂପା ମୁଦ୍ରା – ହୋଲି ଦିନ ରୂପା ମୁଦ୍ରା କିଣିବା ଖୁବ ଶୁଭ ଅଟେ l ବିଶେଷ ଭାବରେ ଦୋଳ ପୂର୍ଣିମା ଦିନ ରୂପା ମୁଦ୍ରା କିଣି ପୂଜାରେ ଶାମିଲ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ l ଏହି ରୁପା ମୁଦ୍ରାକୁ ସିନ୍ଦୁର ଲଗାଇ ଗୋଟିଏ ନାଲି କପଡା ରେ ମାତା ଲକ୍ଷ୍ମୀ ଙ୍କୁ ଅର୍ପଣ କରନ୍ତୁ l
* କେଶର – ମାତାଲକ୍ଷ୍ମୀ ଙ୍କ କେଶର ମଧ୍ୟ ଖୁବ ପ୍ରିୟ ଅଟେ l ବିଶେଷ ଭାବରେ ଆପଣ ହୋଲି ଦିନ ନିହାତି କେଶର କିଣନ୍ତୁ l ଏହିଦିନ ମାତାଲକ୍ଷ୍ମୀ ଙ୍କୁ କେଶର କ୍ଷୀରି ଅର୍ପଣ କରିବା ଦ୍ୱାରା କୃପା ଲାଭ ହୋଇଥାଏ l
* କୌଣସି ଧାତୁ ରେ ପ୍ରସ୍ତୁତ କଇଁଛ – ବାସ୍ତୁ ଶାସ୍ତ୍ର ଅନୁସାରେ କଇଁଛ ଶୁଭ ଅଟେ l ମାନ୍ୟତା ରହିଛି ଯେ ଧାତୁ ର କଇଁଛ ଘରକୁ ସକାରାତ୍ମକ ଉର୍ଜା ଆଣିଥାଏ l ଏହା ଜୀବନ ରେ ଉନ୍ନତି ର ମାର୍ଗ ଆଡକୁ ନେଇଥାଏ l
* ରଙ୍ଗର ଡବା – ହୋଲିରେ ରଙ୍ଗ ବା ଅଭିର କୁ ଗୋଟିଏ ଶୁଭ ସୂଚକ ଭାବରେ ଗ୍ରହଣ କରାଯାଇ ଥାଏ l ତେଣୁ ଏହିଦିନ ଘରକୁ ସାତଟି ରଙ୍ଗ ଘରକୁ ଆଣନ୍ତୁ l ଏବଂ ଏହାକୁ ମାତାଲକ୍ଷ୍ମୀ ଙ୍କ ନିକଟରେ ଅର୍ପଣ କରନ୍ତୁ l ଏହାଦ୍ୱାରା ଜୀବନ ରେ ଯଶ ପ୍ରାପ୍ତି ହୋଇଥାଏ l