Odisha news

ହୋଲିରେ କେଉଁ ରାଶି ପାଇଁ କେଉଁ ରଙ୍ଗ ଶୁଭ : ବାଛନ୍ତୁ ନିଜ ପାଇଁ ରଙ୍ଗ, ନବଗ୍ରହ ହୋଇଯିବେ ପ୍ରସନ୍ନ

0

ହୋଲି ରଙ୍ଗ ର ପର୍ବ ଅଟେ, ଏହିଦିନ ଜ୍ୟୋତିଷଶାସ୍ତ୍ର ର ମଧ୍ୟ ଅନେକ ମାନ୍ୟତା ରହିଛି l ଶାସ୍ତ୍ର ଅନୁସାରେ ଏହି ଉତ୍ସବ ରେ ଗ୍ରହ ମାନଙ୍କର ସନ୍ତୁଷ୍ଟି ପାଇଁ ରଙ୍ଗ ଗୁଡିକ ଉପରେ ବିଶେଷ ଗୁରୁତ୍ୱ ଦେବା ଜରୁରୀ l ପ୍ରତ୍ୟେକ ଗ୍ରହ ଙ୍କର ନିଜର ପ୍ରିୟ ରଙ୍ଗ ରହିଛି l ମାନ୍ୟତା ରହିଛି ଯେ ରଙ୍ଗର ଦୁଃସପ୍ରଭାବ ରୁ ରକ୍ଷା ପାଇବା ପାଇଁ ରଙ୍ଗ ମଧ୍ୟ ଜନ୍ମ କୁଣ୍ଡଳୀ ର ଗ୍ରହ ଓ ନକ୍ଷତ୍ର ଙ୍କ ଅନୁସାରେ କରିବା ଆବଶ୍ୟକ l

ରାଶି ଓ ଗ୍ରହ ଅନୁସାରେ ରଙ୍ଗର ମହତ୍ୱ ରହିଥାଏ l ରଙ୍ଗ ର ପ୍ରଭାବ ମାନବ ଜୀବନ ଉପରେ ଶାସ୍ତ୍ର ଅନୁସାରେ ମଧ୍ୟ ପଡିଥାଏ l

କେଉଁ ରାଶି ପାଇଁ କେଉଁ ରଙ୍ଗ ଶୁଭ –
– ମେଷ ରାଶି ପାଇଁ ନାଲି ରଙ୍ଗ ଶୁଭ ଅଟେ l
– ବୃଷ ରାଶି ପାଇଁ ଧଳା ରଙ୍ଗ ଶୁଭ ଅଟେ l
– ମିଥୁନ ରାଶି ଲୋକେ ସବୁଜ ରଙ୍ଗର ଅଭିର ଖେଳିବା ଉଚିତ l
– କର୍କଟ ରାଶି ବ୍ୟକ୍ତିଙ୍କ ପାଇଁ ଧଳା ରଙ୍ଗ ଶୁଭ ଅଟେ l
– ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ନାଲି ଓ ନାରଙ୍ଗୀ ରଙ୍ଗ ଶୁଭ ଅଟେ l
– କନ୍ୟା ରାଶି ପାଇଁ ସବୁଜ ଶୁଭ ରଙ୍ଗ l
– ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଧଳା ରଙ୍ଗ ଶୁଭ ସୂଚକ l
– ବିଛା ରାଶି ପାଇଁ ନାଲି ରଙ୍ଗ ଶୁଭ ଅଟେ l
– ଧନୁ ରାଶିର ଶୁଭ ରଙ୍ଗ ହଳଦିଆ ଓ ସୁନେଲି ରଙ୍ଗ ଅଟେ l
– ମକର ଓ କୁମ୍ଭ ରାଶି ର ଶୁଭ ରଙ୍ଗ କଳା ଅଟେ l
– ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ ରଙ୍ଗ ଶୁଭ ରଙ୍ଗ ଅଟେ l

– ଯଦି ଜନ୍ମ କୁଣ୍ଡଳୀ ରେ ସୂର୍ଯ୍ୟ କଷ୍ଟ ଦେଉଛନ୍ତି ତେବେ ନାଲି ରଙ୍ଗ, ଅଭିର ଅଧିକ ପ୍ରୟୋଗ କରିବା ଆବଶ୍ୟକ l

– ଯଦି ଚନ୍ଦ୍ରମା ଦୁର୍ବଳ ରହୁଛନ୍ତି ତେବେ ଧଳା ରଙ୍ଗ ର ଅଧିକ ପ୍ରୟୋଗ କରିବା ଆବଶ୍ୟକ l

-ବୁଧ ଙ୍କ ପ୍ରଭାବ ରୁ ମୁକ୍ତି ପାଇବା ପାଇଁ ସବୁଜ ରଙ୍ଗ ରେ ହୋଲି ଖେଳନ୍ତୁ l

– ଯଦି ବୃହସ୍ପତି ଙ୍କ ଖରାପ ପ୍ରଭାବ ରହୁଛି ଆପଣଙ୍କ ଉପରେ ତେବେ ହଳଦିଆ ରଙ୍ଗ ପ୍ରୟୋଗ କରିବା ଜରୁରୀ l

– ଯଦି ଶୁକ୍ର ଙ୍କର ଖରାପ ପ୍ରଭାବ ଜାତକ ଉପରେ ରହୁଛି ତେବେ ଚମକୁ ଥିବା ଧଳା ରଙ୍ଗ ବ୍ୟବହାର କରନ୍ତୁ l

– ଶନି ଗ୍ରହ ଙ୍କ କୋପରେ ପ୍ରଭାବିତ ଲୋକେ କଳା ରଙ୍ଗର ବ୍ୟବହାର କରନ୍ତୁ l

– ରାହୁ ଙ୍କ କୋପରେ ପ୍ରଭାବିତ ଲୋକେ ବେଲୁନ ରେ ରଙ୍ଗ ଭାରି ହୋଲି ଖେଳନ୍ତୁ l

– ଯେଉଁ ମାନଙ୍କ ଜାତକ ରେ କେତୁ ଙ୍କ ପ୍ରଭାବ ରହୁଛି ସେମାନେ ଯେକୌଣସି ଦୁଇଟି  ରଙ୍ଗର ବ୍ୟବହାର କରନ୍ତୁ l ଏହାଦ୍ୱାରା କେତୁ ମହାରାଜ ଶାନ୍ତ ରହିବେ l

Har Ghar Tiranga

Leave A Reply