କୋଭିଡ ମହାମାରୀ ଅଚାନକ ଆସିଥିଲା, ଦ୍ରୁତ ବେଗରେ ବ୍ୟାପିଥିଲା, ଏବଂ ଦୁନିଆର ଅନେକ ଲୋକଙ୍କ ଜୀବନ ନେଇଗଲା, ତେଣୁ ବର୍ତମାନ ଯେକୌଣସି ରୋଗ କିମ୍ବା ମହାମାରୀ କଥା ଆମେ ଶୁଣୁଛୁ ଦେହ ଥରି ଯାଉଛି, ଅଚାନକ ଭାବରେ କୌଣସି ନା କୌଣସି ଭାଇରସ, ଫଙ୍ଗସ, ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହୁଛି, ଅଧୟନ ଅନୁସାରେ ପ୍ରାୟ ପ୍ରତ୍ୟେକ ବର୍ଷ ୨୦ ଲକ୍ଷ ଲୋକ ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରୁଛନ୍ତି l
ତେଣୁ ବୈଜ୍ଞାନିକ ମାନେ ଆଗୁଆ ସତର୍କ ରହିବା ପାଇଁ ଲୋକଙ୍କୁ ନିବେଦନ କାରୀସହନ୍ତି କାହିଁକିନା ଯେକୌଣସି ରୋଗ କେତେବେଳେ ନା କେତେବେଳେ ବ୍ୟାପି ପାରେ , ବର୍ତମାନ ବୈଜ୍ଞାନିକ ଙ୍କ ଗବେଷଣା ଏଭଳି ଗୋଟିଏ ଭୁତାଣୁ କୁ ନେଇ ଚାଲିଛି ଯାହାର ନାମ ଇନଫ୍ଲୁଏଞ୍ଜା ଭୁତାଣୁ, ଯିଏକି ୨୦୨୫ ରେ ଗମ୍ଭୀର ସମସ୍ୟା ର କାରଣ ହେବ, ଇନଫ୍ଲୁଏଞ୍ଜା ର ଗୋଟିଏ ଉପାଦାନ ହେଉଛି H5N1 , ଯାହାକୁ କି ଅନେକ ସମୟରେ ଆମେ ବାର୍ଡ଼ ଫ୍ଲୁ ମଧ୍ୟ କହିଥାଉ, ଏହି ଭାଇରସ ଜଙ୍ଗଲୀ ଓ ଘରୋଇ ପକ୍ଷୀ ଙ୍କ ନିକଟରେ ବ୍ୟାପକ ଭାବରେ ଦେଖିବାକୁ ମିଳିଥାଏ l
ବୈଜ୍ଞାନିକ ଙ୍କ ମତ ଅନୁସାରେ ୨୦୨୫ ବେଳକୁ ଇନଫ୍ଲୁଏଞ୍ଜା ବା ବାର୍ଡ଼ ଫ୍ଲୁ ର ସ୍ଥିତି ଏଭଳି ହୋଇଯିବ, ଅଧିକ ରୁ ଅଧିକ ଲୋକେ ଏଥିରେ ଜୀବନ ହାରିବେ , ବର୍ତମାନ ସୁଦ୍ଧା ବାର୍ଡ଼ ଫ୍ଲୁ ମାମଲାରେ ୩୦ ପ୍ରତିଶତ ଲୋକେ ମୃତ୍ୟୁ ବରଣ କରି ସାରିଛନ୍ତି, ଆଗକୁ ଏହା ଏଭଳି ସ୍ଥିତି ସୃଷ୍ଟି କରିବ ଯାହାକି ଉଭୟ ମନୁଷ୍ୟ ଏବଂ ପ୍ରାଣୀ ଜଗତ କୁ ପ୍ରଭାବିତ କରିବ l