Odisha news

ବର୍ତମାନ ଆଉ ମହିଳା ମାନେ ହେବେ ନାହିଁ HIV ରେ ସଂକ୍ରମିତ , ଆସିଗଲା AIDS ରୁ ରକ୍ଷା କରିବାର ଔଷଧ

0

ନିକଟରେ ହୋଇଥିବା ଗୋଟିଏ ରିସର୍ଚ୍ଚ ରେ କୁହାଯାଇଛି ଯେ ମହିଳାଙ୍କ ପାଇଁ ସାଙ୍ଘାତିକ ସ୍ଥିତି ସୃଷ୍ଟି କରୁଥିବା AIDS ଅର୍ଥାତ HIV ର ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ବର୍ଷକୁ ୨ଥର ଦିଆଯାଉଥିବା ଇଞ୍ଜେକ୍ସନ ଟ୍ରାଏଲ ୧୦୦ ପ୍ରତିଶତ ସଫଳତା ପାଇଛି, ଅର୍ଥାତ ବର୍ତମାନ HIV ସଂକ୍ରମଣ କୁ ଇଞ୍ଜେକ୍ସନ ଜରିଆରେ ରୋକ ଯାଇ ପାରିବ l ବୈଜ୍ଞାନିକ ମାନେ ଏହି ଅଧ୍ୟୟନ ରେ କହିଛନ୍ତି ଯେ ବର୍ଷକୁ ଦୁଇଥର ଏହି ଇଞ୍ଜେକ୍ସନ ନେବା ଦ୍ୱାରା ନିଜକୁ HIV ସଂକ୍ରମଣ ରୁ ରକ୍ଷା କରି ପାରିବେ l ବୈଜ୍ଞାନିକ ଙ୍କ ଦ୍ୱାରା ଦକ୍ଷିଣ ଆଫ୍ରିକା ଓ ୟୁଗାଣ୍ଡା ରେ ଏହି ଇଞ୍ଜେକ୍ସନ କୁ ପ୍ରୟୋଗ କରାଯାଇ ଥିଲା ଯାହା ଶହେ ପ୍ରତିଶତ ସଫଳତା ଦେଇଛି l

– ଏହି ଅଧ୍ୟୟନ ରେ ୫ହଜାର HIV ରୋଗୀଙ୍କୁ ସାମିଲ କରାଯାଇ ଥିଲା , ଏହାଛଡା HIV ନେଗେଟିଭ ରୋଗୀଙ୍କୁ ମଧ୍ୟ ସାମିଲ କରାଯାଇ ଥିଲା l ଯେଉଁଥିରେ ଦେଖିବାକୁ ମିଳିଥିଲା ଯେଉଁମାନେ HIV ସଂକ୍ରମିତ ହୋଇଥିଲେ ସେମାନେ ସୁସ୍ଥ ହୋଇ ଯାଇଥିଲେ ଏବଂ ଯେଉଁମାନେ HIV ରୋଗୀ ନଥିଲେ ସେମାନେ ସେକ୍ସ ୱାର୍କର ହୋଇ ମଧ୍ୟ HIV ରେ ସଂକ୍ରମିତ ହୋଇ ନଥିଲେ l

– ଏହି ରିସର୍ଚ୍ଚ ରେ କିଛି HIV ସଂକ୍ରମିତ ପୁରୁଷ ଙ୍କୁ ମଧ୍ୟ ସାମିଲ କରାଯାଇ ଥିଲା କିନ୍ତୁ ସେମାନଙ୍କ ଉପରେ ଏହି ଇଞ୍ଜେକ୍ସନ ସଫଳତା ଦେଖାଇ ପାରି ନଥିଲା, ଏବଂ ସେମାନେ ସେହିଭଳି HIV ରେ ସଂକ୍ରମିତ ରହିଥିଲେ l

– ଏହି ରିସର୍ଚ୍ଚ ୨୬ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା , ଏଥିରେ ବିଶେଷ ଭାବରେ ଏଡ୍ସ ପ୍ରତି ସଚେତନ କରାଯାଇ ଥିଲା, ଏବଂ ଯୌନ ସମ୍ବନ୍ଧ ସମୟରେ ସତର୍କତା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇ ଥିଲା l ବିଶ୍ୱରେ ୟୁଗାଣ୍ଡା ସର୍ବାଧିକ HIV ସଂକ୍ରମିତ ରୋଗୀ ରହିଛନ୍ତି l

– କିଭଳି ରକ୍ତ ଦାନ ସମୟ ରେ ରକ୍ତ କୁ ଯାଞ୍ଚ କରି ଗ୍ରହଣ କରିବା ଜରୁରୀ ତାହା ମଧ୍ୟ କୁହାଯାଇ ଥିଲା, କାହିଁକି ଏହି ରିସର୍ଚ୍ଚ ରେ ଏଭଳି କିଛି ରୋଗୀ ଥିଲେ ଯିଏକି ଶରୀର ଅସୁସ୍ଥ ସମୟରେ ରକ୍ତ ନେଇ  ଏଡ୍ସ ପଜିଟିଭ ର ଶିକାର ହୋଇଛନ୍ତି l ଏବଂ ଚିକିତ୍ସା ଅବହେଳାରୁ HIV ସଂକ୍ରମଣ ଶରୀରରେ ବୃଦ୍ଧି ପାଇଛି l

– ଏହି ଇଞ୍ଜେକ୍ସନ ର ନାମ ହେଉଛି ଲେନାକାପାବିର , ଏବଂ ଏହାର ମୂଲ୍ୟ ବର୍ତମାନ କମ୍ପାନୀ ଦ୍ୱାରା ୪୦ ଡଲାର ରଖ ଯାଇଛି, ଅର୍ଥାତ ଭାରତୀୟ ମୁଦ୍ରା ରେ ୩୩୫୦ ଅଟେ l

Leave A Reply