ପ୍ରତ୍ୟେକ ଧର୍ମ ରେ ବିବାହ ଅପେକ୍ଷା ହିନ୍ଦୁ ଧର୍ମ ବିବାହ ପ୍ରସ୍ତୁତି ଖୁବ ଲମ୍ବା ଅଟେ, ଏବଂ ଅନେକ ନୀତିନିୟମ ରହିଥାଏ, ଯାହାକୁ ପାଳନ କରିବା ଖୁବ ଜରୁରୀ ଅଟେ, ଏହି ନିୟମ, ରୀତିନୀତି ଓ ପରମ୍ପରା କାରଣରୁ ହିନ୍ଦୁ ଧର୍ମରେ ହେଉଥିବା ବିବାହ ର ମହତ୍ୱ ବଢି ଯାଇଥାଏ, ଯେଉଁ କାରଣରୁ ବିବାହ ପରେ ସମ୍ପର୍କ ମଧୁର ଓ ମଜବୁତ ହୋଇଥାଏ l ହିନ୍ଦୁ ବିବାହ ସହିତ ଜଡିତ ଅନେକ ରୀତିନୀତି ମଧ୍ୟରୁ ଗୋଟିଏ ନିୟମ ହେଉଛି ଗୋଟିଏ ଗୋତ୍ରର ପୁଅ ଝିଅ ଏକାଠି ବିବାହ କରନ୍ତି ନାହିଁ, ଯେଭଳି ବିବାହ ପୂର୍ବରୁ ଜାତକ ମେଳ କରାଯାଇଥାଏ, ସେହିଭଳି ଗୋତ୍ର ମିଲ୍ନ ମଧ୍ୟ କରାଯାଇ ଥାଏ l
ଘରର ବୟସ୍କ ମାନେ ସାଧାରଣ ଭାବରେ ଏହା କହି ଥାଆନ୍ତି ଯେ ଏକ ଗୋତ୍ର ରେ ବିବାହ କରିବା ଉଚିତ ନୁହେଁ, କିନ୍ତୁ କଣ ରହିଛି ହିନ୍ଦୁ ଧର୍ମରେ ଏହାର କାରଣ ଆସନ୍ତୁ ଜାଣିବା, ଏହା ପଛରେ ଧାର୍ମିକ କାରଣ ସହିତ ବୈଜ୍ଞାନିକ କାରଣ ମଧ୍ୟ ରହିଛି l
ଗୋତ୍ର କଣ –
ଗୋତ୍ର ର ବର୍ଗି କରଣ ବୈଦିକ କାଳରୁ ଆରମ୍ଭ ହୋଇଥିବା ଗୋଟିଏ ପରମ୍ପରା, ଗୋତ୍ର ସପ୍ତଋଷି ଙ୍କ ନାମରେ ନାମିତ କରାଯାଇଛି l ଅତ୍ରି, ଅଙ୍ଗିରା, ଗୌତମ, କଶ୍ୟପଃ, ଭୃଗୁ, ବଶିଷ୍ଠ, ଭରଦ୍ୱାଜ ନାମରେ ନାମିତ ହୋଇଥିଲେ ମଧ୍ୟ କିଛିଟା ରୁଷି ଙ୍କ ନାମ ଗୋତ୍ର ରେ ବ୍ୟବହାର କରାଯାଇ ନଥାଏ l
ଏହି କାରଣରୁ ଏକା ଗୋତ୍ର ରେ ବିବାହ ହୁଏନାହିଁ –
ହିନ୍ଦୁ ଧର୍ମରେ ଗୋଟିଏ ଗାତ୍ରରେ ବିବାହ କରିବାକୁ ବାରଣ କରାଯାଇଥାଏ, କାହିଁକି ନା ଗୋଟିଏ ଗାତ୍ରରେ ବିବାହ କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ର ସମ୍ବନ୍ଧ ରହିବା ସଦୃଶ ଭଳି ହୋଇଯାଇ ଥାଏ l ଯଦି ଗୋତ୍ର ସମାନ ହୋଇଯାଏ ତେବେ ଆମ ପୂର୍ବଜ ମଧ୍ୟ ସମାନ ହୋଇଯାଇ ଥାଆନ୍ତି l ହିନ୍ଦୁ ଧର୍ମରେ ସମାନ ଗୋତ୍ର ର ବ୍ୟକ୍ତି ଙ୍କୁ ନିଜ ପରିବାର ସଦସ୍ୟ ବୋଲି ଗ୍ରହଣ କରାଯାଏ l ଶାସ୍ତ୍ର ମଧ୍ୟ ୩ଟି ଗୋତ୍ର ଛାଡି ଅନ୍ୟ ଗାତ୍ରରେ ବିବାହ କରିବା ପାଇଁ କୁହାଯାଇ ଥାଏ l
କଣ ରହିଛି ବୈଜ୍ଞାନିକ କାରଣ –
ବିଜ୍ଞାନ ଅନୁସାରେ ଏକ ଗୋତ୍ର ରେ ବିବାହ କରିବା ଦ୍ୱାରା ଦମ୍ପତି ଙ୍କ ମଧ୍ୟରେ ସମାନ ଅନୁବଂଶିକ ଦୋଷ ରହିଥାଏ, ଏବଂ ଏହି ଅନୁବଂଶିକ କାରଣ DNA ଉପରେ ପ୍ରଭାବ ପକାଇଥାଏ l