Odisha news

କେବେଠୁ ଆରମ୍ଭ ହେଉଛି ହିନ୍ଦୁ ନବବର୍ଷ ଏବଂ କଣ ରହିଛି ଏହାର ମହତ୍ୱ

0

ହିନ୍ଦୁ ନବବର୍ଷ ର ଆରମ୍ଭ ଚୈତ୍ରମାସ କୃଷ୍ଣପକ୍ଷ ର ପ୍ରତିପଦ ତିଥିରେ ପାଳିତ ହେବ l ହିନ୍ଦୁ କ୍ୟାଲେଣ୍ଡର ର ଶେଷ ମାସ ଫାଲଗୁନ ମାସ ଅଟେ l ସାଧାରଣ ଭାବରେ ଚୈତ୍ର ମାସର ଆରମ୍ଭ ମାର୍ଚ୍ଚ ମାସ ର ଶେଷ କିମ୍ବା ଏପ୍ରିଲ ମାସର ଆରମ୍ଭରେ ଆରମ୍ଭ ହୋଇଥାଏ l ଚଳିତ ବର୍ଷ ଚୈତ୍ର ମାସର ଆରମ୍ଭ ମାର୍ଚ୍ଚ ୨୬ ତାରିଖରୁ ହୋଇଯାଇଛି l ଚୈତ୍ର ମାସ ଶୁକ୍ଲପକ୍ଷ ର ପ୍ରତିପଦା ତିଥି ରେ ଭଗବାନ ବ୍ରହ୍ମା ସୃଷ୍ଟିର ଆରମ୍ଭ କରିଥିଲେ ବୋଲି ମାନ୍ୟତା ରହିଛି l ତେଣୁ ଚୈତ୍ର ମାସ ହିନ୍ଦୁ ନବବର୍ଷ ବୋଲି କୁହାଯାଇଥାଏ l

ହିନ୍ଦୁ ବର୍ଷରେ ୧୨ଟି ମାସ ରହିଥାଏ, ଯେଉଁଥିରେ ପ୍ରଥମ ମାସ ହେଉଛି ଚୈତ୍ର ମାସ ଏବଂ ସବୁଠୁ ଶେଷ ମାସ ହେଉଛି ଫାଲଗୁନ ମାସ l ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଜାନୁଆରୀ ୧ତାରିଖ ରେ ଇଂରାଜୀ ନୂତନ ବର୍ଷ ଆରମ୍ଭ ହୋଇଥାଏ l କିନ୍ତୁ ନବବର୍ଷ ର ଆରମ୍ଭ ଚୈତ୍ର ମାସ ଶୁକ୍ଲପକ୍ଷ ରେ ହୋଇଥାଏ l ୨୦୨୪ ର ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହା ୨୦୮୧  ତମ ନବବର୍ଷ ବୋଲି ମାନ୍ୟତା ରହିଛି l ଯାହାର ଆରମ୍ଭ ଅପ୍ରେଲ ୯ତାରିଖ ମଙ୍ଗଳବାର ରୁ ହେବ l ଏହିଦିନ ଠାରୁ ଚୈତ୍ର ନବରାତ୍ରି ମଧ୍ୟ ଆରମ୍ଭ ହେଉଛି l

ବିକ୍ରମ ସମ୍ବତ୍ସ ଗୋଟିଏ କ୍ୟାଲେଣ୍ଡର ପ୍ରଣାଳୀ ଯାହାର ପାଳନ ଭାରତୀୟ ମହାଦ୍ୱୀପ ରେ ହିନ୍ଦୁ ଓ ଶିଖ ସମ୍ପ୍ରଦାୟ ର ଲୋକେ କରିଥାଆନ୍ତି l ଯାହାକୁ ରାଜା ବିକ୍ରମାଦିତ୍ୟ ୫୭ ଖ୍ରୀଷ୍ଟ ପୂର୍ବ ରେ ପ୍ରଚଳନ କରିଥିଲେ l ଶାସ୍ତ୍ରଜ୍ଞ ଙ୍କ ମତରେ ବିକ୍ରମ ସମ୍ବତ୍ସ ଚଳିତ ଥର ହିନ୍ଦୁ ନବବର୍ଷ ରେ ରାଜ ମଙ୍ଗଳ, ଶନି ଙ୍କ ମନ୍ତ୍ରୀ ହେବା ଯୋଗୁଁ ଅସ୍ତବ୍ୟସ୍ତ ଜୀବନ ରହିବ l ଭାରତରେ ଆନ୍ତରିକ ସଂଘର୍ଷ ବଢିବାର ସମ୍ଭାବନା ରହିଛି l ଏବଂ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବ l

Nalco

Leave A Reply