Odisha news

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ପୃଥିବୀ ପୃଷ୍ଠରେ ମାନବ ଜାତିର ସୃଷ୍ଟି କିପରି ହୋଇଥିଲା 

0
ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜଣାପଡି ନାହିଁ ଯେ ଏହି ସଂସାରର ସୃଷ୍ଟି କିପରି ହେଲା l ଏବଂ ସଂସାରରେ ମନୁଷ୍ୟର ଉତ୍ପତି କିଭଳି ହେଲା l ଆମ ବିଶ୍ୱରେ ବିଭିନ୍ନ ଧର୍ମ ରହିଛି ସମସ୍ତ ଧର୍ମର ତଥ୍ୟ ଗୋଟିଏ ଠାରୁ ଆଉ ଗୋଟିଏ ପୃଥକ ଅଟେ l ବିଶ୍ୱରେ ହିନ୍ଦୁ, ବୌଧ, ମୁସଲିମ, ଶିଖ ଓ ଇଷାଇ ଙ୍କ ସମେତ ଅନେକ ଧର୍ମ ରହିଛି l ଗୋଟିଏ ଧର୍ମ ଆଉ ଗୋଟିଏ ଧର୍ମ ଠାରୁ ଅଲଗା ହୋଇଥିବା କାରଣରୁ ମତ ମଧ୍ୟ ଭିନ୍ନ ଅଟେ l ତେଣୁ ପ୍ରତ୍ୟେକ ଧର୍ମରେ ମନୁଷ୍ୟର ଉତ୍ପତି କୁ ନେଇ ଅଲଗା ଅଲଗା ତଥ୍ୟ ରହିଛି l
ସନାତନ ଧର୍ମ କୁ ହିନ୍ଦୁ ମାନଙ୍କର ମୂଳ ବୋଲି କୁହାଯାଇଥାଏ ଏବଂ ଏହି ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମା ହେଉଛନ୍ତି ଈଶ୍ୱରଙ୍କ ୩ଟି ରୂପ ମଧ୍ୟରୁ ଗୋଟିଏ l ହିନ୍ଦୁ ମାନ୍ୟତା ଅନୁସାରେ ସ୍ୱୟଂ ବ୍ରହ୍ମଦେବ ଦେବ, ଦୈତ୍ୟ, ଗନ୍ଧର୍ବ, ଦାନଵ ଓ ମାନବ ଆଦି ଅସଂଖ୍ୟ ପ୍ରାଣୀଙ୍କୁ ରଚନା କରିଛନ୍ତି l
ସନାତନ ଧର୍ମ ଅନୁସାରେ ଏହି ପୃଥିବୀର ରଚୟିତା ବ୍ରହ୍ମ ଦେବ ଅଟନ୍ତି l ମତ୍ସ୍ୟ ପୁରାଣ ଅନୁସାରେ ସଂସାର କୁ ଆଗକୁ ବଢାଇବା ପାଇଁ ବ୍ରହ୍ମଦେବ ନିଜକୁ ୨ଭାଗ ରେ ବାଣ୍ଟିଥିଲେ l ବ୍ରହ୍ମଦେବ ଙ୍କ ଶରୀରରୁ ଗୋଟିଏ କାୟା ବାହାରିଥିଲା l କା ଥିଲା ପ୍ରଥମ ଭାଗ ଓ ୟା ଥିଲା ଦ୍ଵିତୀୟ ଭାଗ l ଏହାପରେ ବ୍ରହ୍ମଦେବ ନିଜର ଦୈବୀ ଶକ୍ତି ରୁ ପ୍ରଥମେ ମନୁ ଏବଂ ଅନ୍ୟ ଭାଗରୁ ଶତରୁପା ଙ୍କୁ ପ୍ରକଟ କରିଥିଲେ l ଏମାନେ ସଂସାରର ପ୍ରଥମ ପୁରୁଷ ଓ ପ୍ରଥମ ନାରୀ ଥିଲେ l ପୁରାଣର ବର୍ଣନା ଅନୁସାରେ ସ୍ବୟଂଭବୁ ମନୁ ସଂସାରର ପ୍ରଥମ ପୁରୁଷ ଭାବରେ ଜଣାଶୁଣା ଥିଲେ ଏବଂ ତାଙ୍କୁ ଆଦି ବୋଲି କୁହାଯାଉଥିଲା l ଆଦିର ଅର୍ଥ ଆରମ୍ଭ l ମନୁ ଓ ଶତରୁପା ଙ୍କ ସମ୍ବନ୍ଧ ରୁ ମାନବ ଜାତିର ଉତ୍ପତି ହୋଇଥିଲା l ସଂସାରକୁ ଆସିଥିବା ପ୍ରଥମ ମାନବ ମନୁ ଥିବାରୁ ଏହି ଜାତିର ନାମ ମାନବ ଜାତି ରଖାଯାଇଥିଲା l ମନୁ ଓ ଶତରୁପାଙ୍କ ର ସମୁଦାୟ ୫ଟି ସନ୍ତାନ ଜନ୍ମ ହୋଇଥିଲେ l ଯେଉଁଥିରେ ଦୁଇଟି ପୁତ୍ର ପ୍ରିୟବ୍ରତ ଏବଂ ଉତ୍ତାନପାଦ ଥିଲେ l ଏବଂ ୩ଟି କନ୍ୟା ସନ୍ତାନ ଥିଲେ , ଯାହାଙ୍କର ନାମ ଆକୃତି, ଦେବହୁତୀ ଓ ପ୍ରସୂତି ରଖାଯାଇଥିଲା l
Nalco

Leave A Reply