Odisha news

ଉଚ୍ଚ ରକ୍ତଚାପ ରୁ ନେଇ ମଧୁମେହ ପର୍ଯ୍ୟନ୍ତ ଅନେକ ରୋଗ ଠାରୁ ଦୂରେଇ ରଖିଥାଏ ସଦାବିହାରୀ ଫୁଲ 

0

ଆମ ଚତୁର୍ପାଶ୍ୱରେ ରହିଛି ଏଭଳି କିଛି ଗଛ ବୃକ୍ଷ ଯାହାକି ଆମ ଶରୀର ପାଇଁ ଖୁବ ଉପଯୋଗୀ l ସେହିଭଳି କିଛି ଫୁଲ ମଧ୍ୟ ରହିଛି ଯାହାର ଔଷଧୀୟ ଗୁଣ ଆମେ ମାନେ ଜାଣି ନଥାଉ l ଆଜି ସେହି ଫୁଲ ମାନଙ୍କ ମଧ୍ୟରୁ ଗୋଟିଏ ଫୁଲ ହେଲା ସଦାବିହାରୀ ବିଷୟ ରେ ଜାଣିବା l

* ନିୟମିତ ସଦାବିହାରୀ ଫୁଲ ସେବନ କରିବା ଦ୍ୱାରା ଅମ ଶରୀର ରେ ଆଣ୍ଟିହାଇପରଟେନ୍ସିବ୍ ଏଜେଣ୍ଟ ସକ୍ରିୟ ହୋଇଥାଏ l ଯାହା ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରଣ କରିଥାଏ l ଯଦି ଆପଣ ଉଚ୍ଚ ରକ୍ତଚାପ ସମସ୍ୟା ରେ ପୀଡିତ ହୋଇଛନ୍ତି ତେବେ ସଦାବିହାରୀ ଫୁଲ ସେବନ କରିପାରିବେ l
* ନର୍ଭ ଦୁର୍ବଳ ହେବା ଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଦେଖା ଯାଇଥାଏ l ଯେପରିକି ଗୋଡ଼ ଥରିବା ହାତ ଥରିବା କାମ କରିବାକୁ ସକ୍ଷମ ନହେବା ଭଳି ସମସ୍ୟା ଦେଖା ଯାଇଥାଏ l ଏପରି ସ୍ଥିତିରେ ସଦାବିହାରୀ ଫୁଲ ରେ ପ୍ରସ୍ତୁତ କାଢା ନିୟମିତ ସେବନ କରନ୍ତୁ l
* ସଦାବିହାରୀ ଫୁଲ ଆପଣଙ୍କ ଶରୀର ରେ ବିଭିନ୍ନ ସଂକ୍ରମଣ ଓ ବ୍ୟାକଟେରିଆ ଇନଫେକ୍ସନ କୁ ଅଟକାଇବାରେ ସାହାଯ୍ୟ କରିଥାଏ l
* ସଦାବିହାରୀ ଫୁଲ ର କାଢା ସେବନ କରିବା ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ l ଏବଂ ସଂକ୍ରମଣ ରୁ ମୁକ୍ତି ମିଳିଥାଏ l
* ସଦାବିହାରୀ ଫୁଲ ଓ ପତ୍ର ମଧୁମେହ ନିୟନ୍ତ୍ରଣ କରିଥାଏ l ମଧୁମେହ ରୋଗୀ ଙ୍କ ପାଇଁ ଏହା ଗୋଟିଏ ରାମ ବାଣ ସଦୃଶ ଅଟେ l ଏହି ଫୁଲ ଟି ର କୌଣସି ସୁଗନ୍ଧ ନଥିଲେ ମଧ୍ୟ ଔଷଧୀୟ ଗୁଣ ରେ ଭରପୁର ହୋଇଥାଏ l ଏହାଛଡା ହାର୍ଟ ସମ୍ବନ୍ଧୀତ ରୋଗ ଠାରୁ ଆରାମ ମିଳିଥାଏ l

Leave A Reply