Odisha news

ଆଜି ହିଁ ନିଜ ମଧ୍ୟରେ ବଦଳାଇ ଦିଅନ୍ତୁ ଏହି ଗୋଟିଏ ଅଭ୍ୟାସ, ୪୦ ପ୍ରତିଶତ ପର୍ଯ୍ୟନ୍ତ ଦୁରେଇ ରହିବେ ଉଚ୍ଚ ରକ୍ତଚାପ ସମସ୍ୟା

0

ଉଚ୍ଚ ରକ୍ତଚାପ ଆଜିର ସମୟର ସବୁଠୁ ବଡ଼ ସମସ୍ୟା l ଏହାଦ୍ୱାରା ହୃଦ ରୋଗ, ହାର୍ଟ ଅଟାକ ରୁ ନେଇ ବ୍ରେନ ଷ୍ଟ୍ରୋକ ଭଳି ଗମ୍ଭୀର ସମସ୍ୟାର ମୁଖ୍ୟ କାରଣ ହେଉଛି ଉଚ୍ଚ ରକ୍ତଚାପ l ଅଧ୍ୟୟନ ଅନୁସାରେ ଆଜିକାଲି ଖୁବ କମ ଆୟୁ ବର୍ଗରେ ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଉଛି l ଯାହାର ମୁଖ୍ୟ କାରଣ ହେଉଛି ଲାଇଫଷ୍ଟାଇଲ ଓ ଭୋଜନ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ପ୍ରତ୍ୟେକ ଆୟୁ ବର୍ଗରେ ନିୟମିତ ରକ୍ତଚାପ ର ଯାଞ୍ଚ କରିବା ଆବଶ୍ୟକ l

ବର୍ତମାନ ଉଚରକ୍ତଚାପ ଗୋଟିଏ ସାଙ୍ଘାତିକ ସମସ୍ୟା ଭାବରେ ଦେଖା ଯିବାକୁ ଆକ୍ଷିରେ ରଖି ଗବେଷକ ମାନେ ଏହାର ଅଧ୍ୟୟନ କରିଛନ୍ତି l ତେଣୁ ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ନିଜର ଲାଇଫଷ୍ଟାଇଲ ରେ ନିହାତି ପରିବର୍ତନ କରିବା ଜରୁରୀ l ଗବେଷକ ଙ୍କ ମତରେ ଯଦି ନିଜ ଭୋଜନ ରେ ସୋଡିୟମ ର ମାତ୍ରାକୁ ସନ୍ତୁଳିତ ରଖିବ ତେବେ ଏହା ଉଚ୍ଚ ରକ୍ତଚାପ ର ବିପଦ କୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବ l

– ଅଧ୍ୟୟନ ଅନୁସାରେ ଆମେ ଯଦି ନିଜ ଖାଦ୍ୟରେ ଲୁଣ ର ମାତ୍ରା କୁ ସୀମିତ କରିଦେବା ତେବେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରକ୍ତଚାପ ସମସ୍ୟା ହ୍ରାସ ପାଇବ l ଏବଂ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଲୁଣ ସ୍ଥାନରେ ଏହାର ସବଷ୍ଟିଚିୟୁଟ ବା ବିକଳ୍ପ ବ୍ୟବହାର କରିବା ତେବେ ଅନେକ ମାତ୍ରାରେ ସୁସ୍ଥ ରହିବା l ଏହାଛଡା ପୋଟାସିୟମ ଯୁକ୍ତ ଭୋଜନ ଅଧିକ ନିଜ ଖାଦ୍ୟରେ ସାମିଲ କରିବା ଜରୁରୀ l

– ସୋଡିୟମ ଯୁକ୍ତ ଖାଦ୍ୟ ଦ୍ୱାରା ରକ୍ତଚାପ ଦ୍ରୁତ ଗତିରେ ବୃଦ୍ଧି ହୋଇ ବିଭିନ୍ନ ରୋଗରେ ପୀଡିତ କରିଥାଏ, କିନ୍ତୁ ପୋଟାସିୟମ ଯୁକ୍ତ ଭୋଜନ ରକ୍ତଚାପ କୁ ସନ୍ତୁଳିତ ରଖିଥାଏ ଓ ହାର୍ଟ ସମ୍ବନ୍ଧିତ ସମସ୍ୟା ରୁ ଦୁରେଇ ରହିଥାଏ l

– ୟୁକେ ର ଅଧ୍ୟୟନକାରୀ ଙ୍କ ମତରେ ରକ୍ତ ଚାପ କୁ ବୃଦ୍ଧି କରିବା ସହିତ ରକ୍ତ ବାହିକା ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ l ଯେଉଁ ଲୋକମାନେ ନିୟମିତ ଉଚ୍ଚରକ୍ତଚାପ ପୀଡିତ ହେଉଛନ୍ତି ସେମାନେ ପିଙ୍କ ସ୍ଲଟ ବା ଗୋଲାପୀ ରଙ୍ଗର ଲୁଣ ସେବନ କରିବା ଆବଶ୍ୟକ l

– ଅଧ୍ୟୟନକାରୀ ଙ୍କ ମତରେ ଉଚ୍ଚ ରକ୍ତଚାପ ଦ୍ୱାରା କେବଳ ହାର୍ଟ ନୁହେଁ, କିଡ୍ନୀ ମଧ୍ୟ ପ୍ରଭାବିତ ହୋଇଥାଏ l ଏହାଛଡା ଡ଼ାଈମେନ୍ସିଆ ଭଳି ନ୍ୟୁରୋଲୋଜିକାଲ ପ୍ରୋବ୍ଲେମ ମଧ୍ୟ ହୋଇଥାଏ l ଆମେ ଯେଉଁସବୁ ପ୍ୟାକେଜ ଫୁଡ ଖାଇଥାଉ ସେଥିରେ ମଧ୍ୟ  ପ୍ରଚୁର ମାତ୍ରାରେ ସୋଡିୟମ ରହିଥାଏ l ତେଣୁ ବଜାରର ସ୍ନାକ୍ସ ଠାରୁ ଦୁରେଇ ରୁହନ୍ତୁ l

Har Ghar Tiranga

Leave A Reply