Odisha news

ଗ୍ରୀଷ୍ମ ଋତୁରେ କାହିଁକି ଅଧିକ ହୋଇଥାଏ ହିକା ଓ କଣ ରହିଛି ଏହାର ଘରୋଇ ଚିକିତ୍ସା

0

ଗ୍ରୀଷ୍ମଋତୁ ଆସିବା ମାତ୍ରକେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଯାଇ ଥାଏ l ସେଥି ମଧ୍ୟରୁ ଗୋଟିଏ ହେଉଛି ହିକା l ହିକା ଯେଉଁ ସମୟ ରେ ହୋଇଥାଏ ଏତେବେଳେ ଶରୀର ଅସ୍ଵାଭିକ ଲାଗିଥାଏ l ହିକା  ପାଇଁ କୌଣସି ଔଷଧ ର ବ୍ୟବହାର ନକରି ଘରୋଇ ଚିକିତ୍ସା ଦ୍ୱାରା ମଧ୍ୟ ଠିକ କରିପାରିବା l ହିକା ଗ୍ରୀଷ୍ମ ଋତୁରେ ହେବାର କାରଣ ହେଉଛି ଅଧିକ ମସଲା ଯୁକ୍ତ ଭୋଜନ ସେବନ ଏବଂ ଶରୀରରୁ ଜଳୀୟ ଅଂଶ କମିଯିବା ଯାହାକି ଶରୀର ପାଇଁ ଠିକ ନୁହେଁ l ତେବେ ଆସନ୍ତୁ ଜାଣିବା ହିକା ର କାରଣ ଓ ଘରୋଇ ଚିକିତ୍ସା l

କାହିଁକି ହୋଇଥାଏ ହିକା –
– ଶରୀରରେ ଜଳୀୟ ଅଂଶ କମିବା ହେଉଛି ହିକା ର ଗୋଟିଏ ବଡ଼ କାରଣ l  ବିଶେଷ ଭାବରେ ଗ୍ରୀଷ୍ମ ଋତୁରେ ଶରୀରରୁ ଜଳୀୟ ଅଂଶ କମିଯିବା ଦ୍ୱାରା ହିକା ଖୁବ ଅଧିକ ଦେଖିବାକୁ ମିଳିଥାଏ l

– ବିଜ୍ଞାନ ଅନୁସାରେ ହିକା ହେବାର ୨ଟି ମୁଖ୍ୟ କାରଣ ରହିଛି l ପ୍ରଥମ କାରଣଟି ହେଲା ଯେତେବେଳେ ଶ୍ୱାସନଳୀ ରେ ଅନିୟନ୍ତ୍ରିତ କ୍ରିୟା ହୋଇଥାଏ ସେତେବେଳେ ହିକା ହୋଇଥାଏ l ଏବଂ ଅନ୍ୟ କାରଣଟି ହେଲା ଯେତେବେଳେ ଭୋକାଲ କର୍ଡ ରେ ଯେତେବେଳେ କୌଣସି ଅସୁବିଧା ହୋଇଥାଏ ଓ ଆମେ ଠିକ ଭାବରେ କଥା କହିବାରେ ସକ୍ଷମ ହୋଇ ନଥାଉ ସେତେବେଳେ ହିକା ହୋଇଥାଏ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ କିଛି ବିଶେଷ ଶାରୀରିକ ସ୍ଥିତି କାରଣରୁ ମଧ୍ୟ ହିକା ହୋଇଥାଏ l  ଯେପରିକି ପାଚନ ସମ୍ବନ୍ଧୀୟ ସମସ୍ୟା ହେବା ଦ୍ୱାରା, ଭୋଜନ ରେ କିଛି ଅସୁବିଧା ହେବା କାରଣରୁ, ଏବଂ ପେଟରେ ଗ୍ୟାସ ସମସ୍ୟା ହେବା ଦ୍ୱାରା, ଏବଂ ମେଟାବୋଲିଯିମ ସମ୍ବନ୍ଧିତ ସମସ୍ୟା ହେବା ଦ୍ୱାରା ହିକା ହୋଇଥାଏ l ଅପ[ଅଂ ଅନୁଭବବ କରିଥିବେ ଯେତେବେଳେ ଆପଣ ପେଟ ଓଜନ ଲାଗିବା କିମ୍ବା ଗ୍ୟାସ ସମସ୍ୟାରେ ପୀଡିତ ହୋଇ ଥାଆନ୍ତି ସେତେବେଳେ ହିକା ହୋଇଥାଏ l

– ଖୁବ ଅଧିକ ମସଲା ଯୁକ୍ତ ଭୋଜନ ସେବନ କରିବା ଦ୍ୱାରା , ତୈଳ ଯୁକ୍ତ ଭୋଜନ କରିବା ଦ୍ୱାରା, ଏବଂ ଯେଉଁ ଲୋକଙ୍କର ପେଟରେ କୌଣସି ସର୍ଜରୀ ହୋଇଥାଏ ସେମାନଙ୍କର ହିକା ସମସ୍ୟା ହୋଇଥାଏ l ଖୁବ ଦ୍ରୁତ ବେଗରେ ଖାଦ୍ୟ ଖାଇବା ଏବଂ ଅଧିକ ମାତ୍ରା ରେ ଖାଇବା ମଧ୍ୟ ହିକା ର କାରଣ l

ହିକା ର ଘରୋଇ ଉପଚାର -:
– ଯଦି ଆପଣଙ୍କର ରହି ରହି ହିକା ସମସ୍ୟା ଦେଖା ଦେଉଛି ତେବେ ଚିନ୍ତା କରନ୍ତୁ ନାହିଁ, ଖଣ୍ଡିଏ ଅଦା ନେଇ ପାଟିରେ ଜାକି ତାର ରସକୁ ପିଅନ୍ତୁ ହିକା ଅଟକିଯିବ l

– ମହୁ ର ବ୍ୟବହାର ଅନେକ ଗୁଡିଏ ସ୍ୱାସ୍ଥ୍ୟ ସମସ୍ୟା ପାଇଁ କରାଯାଇ ଥାଏ, ହିକା ରୁ ଆରାମ ପାଇବା ପାଇଁ ମହୁ ଗୋଟିଏ ଭଲ ମାଧ୍ୟମ l ମାତ୍ର ଗୋଟିଏ ଚାମଚ ମହୁ କୁ ପାଟିରେ କିଛି ସମୟ ପାଇଁ ରଖି ଢ଼ୋକି ଦିଅନ୍ତୁ ହିକା କମିଯିବ l

– ହିକା ଯଦି ନିୟମିତ ଭାବରେ ଲଗାତାର ହେଉଛି ତେବେ ଲେମ୍ବୁ ଓ ପୁଦିନା ରସ ନିୟମିତ ସେବନ କରନ୍ତୁ l ଏବଂ ସାମାନ୍ୟ ଉଷୁମ ପାଣି ମଧ୍ୟ ପିଅନ୍ତୁ l ଯାହାଦ୍ୱାରା ହିକା ରୁ ଆରାମ ମିଳିବ ଏବଂ ସ୍ୱାସ୍ଥ୍ୟ କୁ ମଧ୍ୟ ଲାଭ ମିଳିବ l

– ହିକା ଠିକ କରିବା ପାଇଁ ଶୁଣ୍ଠୀ ଗୋଟିଏ ଭଲ ମାଧ୍ୟମ l ହିକା ହେବା ମାତ୍ରକେ ସାମାନ୍ୟ ଶୁଣ୍ଠୀ କୁ ନେଇ ଗୁଣ୍ଡ କରି ଟିକିଏ ଉଷୁମ ପାଣି ପିଇଦିଅନ୍ତୁ l ତୁରନ୍ତ ହିକା ରୁ ମିଳିବ ଆରାମ l

Har Ghar Tiranga

Leave A Reply