Odisha news

ହୃଦଘାତ ନେଉଛି ଜୀବନ, ଏହିସବୁ ସଂକେତ କୁ କରନ୍ତୁ ନାହିଁ ଅଣଦେଖା

0

ହୃଦଘାତ ସମସ୍ୟା ଆମ ଜୀବନ ଚର୍ଯ୍ୟାର ପରିବର୍ତନ ଯୋଗୁଁ ଦେଖା ଯାଇଥାଏ l ଏହି କାରଣରୁ ଆମ ଦେଶରେ ପ୍ରତି ୪ଟି ଲୋକଙ୍କ ମଧ୍ୟରୁ ୩ଟି ଲୋକଙ୍କ ନିକଟରେ ହାର୍ଟ ଆଟାକ ଦେଖା ଦେଇଥାଏ l ତା ସହିତ ଅଧିକାଂଶ ଲୋକଙ୍କୁ ମଧ୍ୟ ସାଇଲେଣ୍ଟ ଆଟାକ ମଧ୍ୟ ହୋଇଥାଏ ଯାହାକୁ ସେମାନେ ଜାଣି ପାରି ନଥାଆନ୍ତି l ଠିକ ସମୟ ରେ ଯଦି ହାର୍ଟ ର ମାଂସପେଶୀ କାମ କରି ନଥାଏ ବଡ଼ ଅସୁବିଧା ଦେଖା ଦେଇଥାଏ l ଆସନ୍ତୁ ଜାଣିବା ହୃଦଘାତ ଆସିବା ପୂର୍ବରୁ ଶରୀର କି ପ୍ରକାରର ସଂକେତ ଦେଇଥାଏ l

ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣା ପଡି ଯାଇଥାଏ ତେବେ ଜୀବନ ମଧ୍ୟ ରକ୍ଷା କରାଯାଇ ପାରେ l

– ହୃଦଘାତ ଆସିବା ପୂର୍ବରୁ  ବେସ୍ତ ଲାଗିବା, ଛାତି ଥରିବା, ଛାତି ଖାଲି ଖାଲି ଲାଗିବା, ଛାତିରେ ଯନ୍ତ୍ରଣା ଇତ୍ୟାଦି ଲଗାତାର ଦେଖା ଦେଇଥାଏ l

– ଏହାଛଡା ଅଧିକରୁ ଅଧିକ ମାତ୍ରାରେ ଝାଳ ବାହାରିବା, ଅଣନିଶ୍ୱାସୀ ଲାଗିବା ପ୍ରାୟତଃ ଅଧିକରୁ ଅଧିକ ମାତ୍ରା ରେ ବିବ୍ରତ ଲାଗି ରହିଥାଏ l

– ବାରମ୍ବାର ଏସିଡ଼ିଟି ଆସିବା ଓ ଢ଼କାର ହେବା ମଧ୍ୟ ଶରୀର ପକ୍ଷରେ ଠିକ ନୁହେଁ l ଯଦି ଏସିଡ଼ିଟି ଓ ଗ୍ୟାସ ସମସ୍ୟା ନିୟମିତ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

– ସାଇଲେଣ୍ଟ ହାର୍ଟ ଆଟାକ କୁ ହୋଇଥିବା ଗବେଷଣା ଅନୁସାରେ କୁହାଯାଇଛି ଯେ ହାଲୁକା ମୁଣ୍ଡ ବିନ୍ଧା ସମସ୍ୟା ଦେଖା ଦେଇଥାଏ l

– ପିଠି ଯନ୍ତ୍ରଣା ମଧ୍ୟ ଅଚାନକ ଭାବରେ ହେବା ହୃଦଘାତ ର ଆଉ ଗୋଟିଏ ପ୍ରାରମ୍ଭିକ ସଂକେତ l

* ଯଦି ଉପରୋକ୍ତ ଲକ୍ଷଣ ଗୁଡିକ ନିୟମିତ ଭାବରେ ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

Leave A Reply