Odisha news

ହାର୍ଟ ଆଟାକ ର ସିଧା କନେକ୍ସନ ପାଦ ସହିତ ରହିଛି, ଏହିସବୁ ସଂକେତ କୁ ଅଣଦେଖା କରନ୍ତୁ ନାହିଁ

0

ଆମ ଶରୀରର ଅନେକ ସଂକେତ ରହିଛି ଯାହାକି କିଛିଟା ରୋଗର ସଂକେତ ଦେଇଥାଏ କିନ୍ତୁ ଆମେ ସେହି ସଂକେତ ଗୁଡିକୁ ଅଣଦେଖା କରିଦେଉ ଓ ସାଧାରଣ ଜୀବନ ବଂଚିବାକୁ ଲାଗିଥାଉ l ସେହିଭଳି କିଛି ସଂକେତ ରହିଛି ଯାହାକି ପାଦରେ ଦେଖା ଯାଇଥାଏ ଏବଂ ତାହା ଆମକୁ ହାର୍ଟ ଆଟାକ ଆଡକୁ ଟାଣି ନେଇଥାଏ l ଏହା କେବଳ ପାଦ ନୁହେଁ, ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଦେଖିବାକୁ ମିଳିଥାଏ l ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ l

– ହାର୍ଟ ଆଟାକ ର ପ୍ରଥମ ଲକ୍ଷଣ ହେଉଛି ଶରୀରରେ ଠିକ ଭାବରେ ରକ୍ତ ସଂଚାଳନ ହୋଇ ନପାରିବା l ହାର୍ଟ ଆତାଙ୍କ ଆସିବା ପୂର୍ବରୁ ରକ୍ତ ସଂଚାଳନ ଠିକ ଭାବରେ ନହୋଇ ପାରିବା ଦ୍ୱାରା ହାର୍ଟ କୁ ଉଚିତ ପରିମାଣ ରେ ରକ୍ତ ପହଂଚି ପାରି ନଥାଏ l ଅକ୍ସିଜେନ ଯୁକ୍ତ ରକ୍ତ ନପହଁଚି ପରିବା କାରଣରୁ ଗୋଡ଼ ଓ ପାଦ ନୀଳ ପଡି ଯାଇଥାଏ ଏବଂ ଏପରି ସ୍ଥିତିରେ ହାର୍ଟ ଆଟାକ ଆସିଥାଏ l

– ହାର୍ଟ ରେ ଯଦି କୌଣସି ପ୍ରକାରର ସମସ୍ୟା ଦେଖା ଯାଇଥାଏ, ତେବେ ଏହା ଆପଣଙ୍କ ହାର୍ଟ ରେ ବ୍ଲଡ଼ କୁ ପମ୍ପ କରିବା ବନ୍ଦ କରି ଦେଇଥାଏ l ଅନେକ ସମୟରେ ଗୋଡ଼ରେ ଜମା ହୋଇ ଯାଇଥାଏ l ଏଭଳି ଲକ୍ଷଣ କୁ ଅଣଦେଖା କରିବା ଉଚିତ ନୁହେଁ l

– ଅନେକ ସମୟରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା କିମ୍ବା ଠିଆ ହୋଇ ରହିବା ଦ୍ୱାରା ଗୋଡ଼ ନିର୍ଜିବା ଲାଗିଥାଏ ଓ ଆମେ ଚାଲିବାକୁ ଅକ୍ଷମ ହୋଇଥାଉ l ଏପରି ସ୍ଥିତିରେ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ l

– ଗୋଡ଼ରେ ଯନ୍ତ୍ରଣା ହେବା ଗୋଟିଏ ସାଧାରଣ ସମସ୍ୟା କିନ୍ତୁ ଏଭଳି ସମସ୍ୟାକୁ ହାଲୁକା ରେ ନେବା ଉଚିତ ନୁହେଁ l ଏହା ଜୀବନ ପ୍ରତି ଭବିଷ୍ୟତ ରେ ବିପଦ ଆଣିପାରେ l ତେଣୁ ଏଭଳି ସମସ୍ୟା ଦେଖାଗଲେ ସେଥିପ୍ରତି ସତର୍କ ରୁହନ୍ତୁ l

– ଯଦି ଆପଣଙ୍କ ଗୋଡ଼ ଥରୁଛି, କିମ୍ବା ଦୁର୍ବଳ ଲାଗୁଛି ତେବେ ସେଥିପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ l କିନ୍ତୁ ଏହା ସାଧାରଣ ଭାବରେ ରକ୍ତ ସଂଚାଳନ ନହୋଇ ପାରିବ ଦ୍ୱାରା ହୋଇଥାଏ l ଯାହାଦ୍ୱାରା ହାର୍ଟ ସହିତ ଜଡିତ ସମସ୍ୟା ହୋଇପାରେ l

Leave A Reply