Odisha news

ହାର୍ଟ ରୁ ମିଳିଲା ପ୍ଲାଷ୍ଟିକ ର ୯ ଟି କିସମ, ଆମ ଶରୀର ପ୍ରତି ବିପଦ ପୂର୍ଣ୍ଣ ଅଟେ ମାଇକ୍ରୋ ପ୍ଲାଷ୍ଟିକ 

0
ସାଇନ୍ସ ଜର୍ଣ୍ଣାଲ ର ସୂଚନା ଅନୁଯାୟୀ ଗୋଟିଏ ଷ୍ଟଡି ଆଶ୍ଚର୍ଯ୍ୟ କରି ଦେଇଛି l ଏଥିରୁ ଜଣା ପଡିଛି ଯେ କିଭଳି ଛୋଟ ଛୋଟ ପ୍ଲାଷ୍ଟିକ ଖଣ୍ଡ ଆମେ ନିୟମିତ ଖାଉଛୁ l ହ୍ୟୁମାନ କଂଜକସନ ଅଫ ମାଇକ୍ରୋ ପ୍ଲାଷ୍ଟିକ ଅନୁସାରେ ଆଡ଼ଲ୍ଟ ମାନଙ୍କ ଶରୀର କୁ ପ୍ରତି ବର୍ଷ ୩୯ ରୁ ନେଇ ୫୫ ହଜାର ପ୍ଲାଷ୍ଟିକ ଆମେ ପ୍ରଶ୍ୱାସ ଜରିଆରେ ଅମ ଶରୀର କୁ ଯାଇଥାଏ l
* ଏହାକୁ ନେଇ ଆମେରିକାର ବୈଜ୍ଞାନିକ ମାନେ ମଣିଷ ମାନଙ୍କ ଶିରା ପ୍ରସିରା ରୁ ମାଇକ୍ରୋ ପ୍ଲାଷ୍ଟିକ ମିଳି ଥିବାର ସୂଚନା ମିଳିଥିଲା l ଏହାକୁ ଦେଖି ବୈଜ୍ଞାନିକ ମାନେ କହିଛନ୍ତି ଯେ ପ୍ରତ୍ୟେକ ସପ୍ତାହ ରେ ଗୋଟିଏ ମଣିଷ କ୍ରେଡିଟ କାର୍ଡ ଭଳି ପ୍ଲାଷ୍ଟିକ ଖାଇ ଥାଏ l ଯାହାକି ତାର ରକ୍ତ ବାହିକା ମଧ୍ୟ ଦେଇ ହାର୍ଟ ଓ ବ୍ରେନ କୁ ଯାଇଥାଏ l
* ଆମେରିକାର କେମିକାଲ ସୋସାଇଟି ରେ ଅଗଷ୍ଟ ଦ୍ଵିତୀୟ ସପ୍ତାହ ରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଗୋଟିଏ ତଥ୍ୟ କୁ ସାର୍ବ ଯାନିକ କରାଯାଇଛି l ଏଥିରେ ଫୋକସ କରାଯାଇ ଥିଲା ଯେ ପ୍ଲାଷ୍ଟିକ ହାର୍ଟ ରେ କିଭଳି ଭାବରେ ଘାତକ ହେଉଛି l ଏହି ସମୟରେ ଜଣା ପଡିଥିଲା ଯେ ହାର୍ଟ କୁ ଯାଇଥିବା ପ୍ରତ୍ୟେକ ଟିସ୍ୟୁ ରେ ୯ ପ୍ରକାରର କ୍ଷତିକାରକ ମାଇକ୍ରୋ ପ୍ଲାଷ୍ଟିକ୍ସ ମିଳିଥିଲା l ଯାହାକି ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ l
* ଏହି ଗବେଷଣା ରେ ଏହା ଜଣା ପଡିଥିଲା ଯେ ଆମେ ପ୍ରତିଦିନ ବ୍ୟବହାର କରୁଥିବା ପ୍ଲାଷ୍ଟିକ ଦ୍ୱାରା ଆମ ଇମ୍ୟୁନିଟି ଦୁର୍ବଳ ହେଉଛି l
* ପ୍ରଶ୍ୱାସ ଓ ବ୍ରେନ ଜରିଆରେ ପହଂଚୁଥିବା ମାଇକ୍ରୋ ପ୍ଲାଷ୍ଟିକ ବ୍ରେନ ବ୍ଲଡ଼ ବ୍ୟାରିଆର କୁ କ୍ଷତିଗ୍ରସ୍ତ କରାଇଥାଏ l
* ପ୍ଲାଷ୍ଟିକ ଯୋଗୁଁ ମେଟାବୋଲିଯିମ ରେଟ ଖୁବ କମି ଯାଇଥାଏ l ଆଣ୍ଟି ବାୟଟିକ ରେଜିଷ୍ଟାନ୍ସ ର ଆବଶ୍ୟକତା ମଧ୍ୟ ଅଧିକ ହୋଇଥାଏ l ଏହାଦ୍ୱାରା ଶରୀର ର କୋଷିକା ଗୁଡିକ ମଧ୍ୟ ପ୍ରଭାବିତ ହୋଇଥାଏ l
* ଅନେକ ବର୍ଷରୁ ପ୍ଲାଷ୍ଟିକ ପଦାର୍ଥ ମାଟି ଓ ପାଣି କୁ ପ୍ରଭାବିତ କରୁଛି l ଯାହାକି ପାଣି ରେ ମିଶି ଅମ ସ୍ୱାସ୍ଥ୍ୟ ସମସ୍ୟା କୁ ବାଧା ଦେଉଛି ଓ ଏଥି ଯୋଗୁଁ ଦିନକୁ ଦିନ ମହିଳା ମାନଙ୍କ ନିକଟ ରେ ବନ୍ଧ୍ୟା ଦୋଷ ଓ ପୁରୁଷ ମାନଙ୍କ ନିକଟରେ ନପୁନଶକତା ବୃଦ୍ଧି ପାଉଛି l

Leave A Reply