ବିବାହ ର କିଛି ମାସ ମଧ୍ୟରେ ଆମେମାନେ ଦେଖିବାକୁ ପାଇଥାଉ ପୁରୁଷ ମାନଙ୍କ ର ଦ୍ରୁତ ଗତିରେ ଓଜନ ବୃଦ୍ଧି ହେବା ସହିତ ପେଟ ମଧ୍ୟ ବାହାରି ଯାଇଥାଏ l ଏମିତିରେ ମଜାରେ କୁହାଯାଇଥାଏ ସ୍ତ୍ରୀ ହାତରୁ ଖାଇ ମୋଟା ହୋଇଗଲା, କିନ୍ତୁ ବାସ୍ତବରେ ଏହା ସାଧାରଣ ସମସ୍ୟା ନୁହେଁ l ପୋଲାଣ୍ଡ ରେ ହୋଇଥିବା ଗୋଟିଏ ଅଧ୍ୟୟନ ରେ କୁହାଯାଇଛି ଯେ ଅବିବାହିତ ପୁରୁଷ ଙ୍କ ତୁଳନାରେ ବିବାହିତ ପୁରୁଷ ମାନେ ୬୨ ପ୍ରତିଶତ ଓଜନ ବୃଦ୍ଧି ର ଶିକାର ହୋଇଥାଆନ୍ତି l ଏବଂ ମହିଳା ମାନଙ୍କ ନିକଟରେ ୩୯ ପ୍ରତିଶତ ଏହି ସମସ୍ୟା ଅଧିକ ଦେଖାଦିଏ l
କଣ କହୁଛି ପୋଲାଣ୍ଡ ର ଅଧୟନ –
ପୋଲାଣ୍ଡ ନେସନାଲ ଇନ୍ଷ୍ଟିଚିୟୁଟ ଅଫ କାର୍ଡିଓଲୋଜି ର ଗବେଷଣା ଅନୁସାରେ ବିବାହିତ ପୁରୁଷ ମାନଙ୍କ ନିକଟରେ ମୋଟାପା ତିନିଗୁଣ ଅଧିକ ବଢି ଯାଇଥାଏ l ଏବଂ ମହିଳା ମାନଙ୍କ ନିକଟରେ ଏହାର ପ୍ରଭାବ ଖୁବ କମ ଦେଖିବାକୁ ମିଳିଥାଏ l
ମୋଟାପା ଓ ବୟସ ର ସମ୍ବନ୍ଧ –
ଗବେଷଣା ଅନୁସାରେ କୁହାଯାଇଛି ଯେ ବୟସ ବଢିବା ସହିତ ଓଜନ ବଢିବା ସମ୍ଭାବନା ମଧ୍ୟ ବଢି ଯାଇଥାଏ , ବୟସ ବଢିବା ଦ୍ୱାରା ପ୍ରତ୍ୟେକ ବର୍ଷ ପୁରୁଷ ମାନଙ୍କର ଓଜନ ବଢିବା ସମ୍ଭାବନା ୩ ପ୍ରତିଶତ ବଢିଯାଏ l
ବିବାହ ସହିତ ମୋଟାପା ର କନେକ୍ସନ –
ବିଶେଷଜ୍ଞ ଙ୍କ ମତରେ ବିବାହ ପରେ ପୁରୁଷ ମାନଙ୍କର ଓଜନ ବୃଦ୍ଧି ର ମୁଖ୍ୟ କାରଣ ଚିନ୍ତା, ଚାପ ଗ୍ରସ୍ତ, ଶାରୀରିକ ଗତିବିଧି ର କମି, ଏବଂ ଚିନ୍ତିତ ରହି ଅଧିକ ଭୋଜନ କରିବା , ସାମାଜିକ ମାନସିକ ପର୍ଯାବରଣ ର ମିଶ୍ରଣ ଅଟେ l
ଏକ୍ସପର୍ଟ ଙ୍କ ମତ –
ଏକ୍ସପର୍ଟ ଙ୍କ ମତରେ ବିବାହ ପରେ ପୁରୁଷ ମାନଙ୍କର ଜୀବନଶୈଳୀ ରେ ପରିବର୍ତ୍ତନ ଆସିଥାଏ, ଗୋଟିଏ ନୂଆ ଜୀବନ କୁ ନେଇ ସେମାନେ ଚିନ୍ତିତ ରହି ଥାଆନ୍ତି, ଯାହାକି ସେମାନଙ୍କ ଓଜନ ଉପରେ ପ୍ରଭାବ ପକାଇଥାଏ l ପ୍ରତ୍ୟେକ କାର୍ଯ୍ୟ ରେ ଅନିୟମିତତା ମଧ୍ୟ ଓଜନ ବୃଦ୍ଧିର ଗୋଟିଏ ବଡ଼ କାରଣ ଅଟେ l