Odisha news

ଅନେକ ଗୁଡିଏ ରୋଗ ଠାରୁ ଦୁରେଇ ରଖିଥାଏ ଉପବାସ, ଜାଣନ୍ତୁ କଣ କହୁଛି ଗବେଷଣା

0

ଭାରତୀୟ ପରମ୍ପରା ରେ ଉପବାସ ଗୋଟିଏ ପୁରାତନ ପଦ୍ଧତି ଅଟେ l ଏଠାରେ ଗୋଟିଏ ସପ୍ତାହରେ ଗୋଟିଏ ଦିନ ଯଦି କେହି ଭଗବାନ ନିକଟରେ କୌଣସି ପୂଜାର୍ଚନା କରି ଉପବାସ କରିଥାଏ l ବିଶେଷ କଥା ଟି ହେଲା ଉପବାସ ଭଳି ଗୋଟିଏ ଧାର୍ମିକ କାର୍ଯ୍ୟରେ ବିଜ୍ଞାନର ମଦ୍ୟ ସାମଞ୍ଜସ୍ୟ ରହିଛି l  ଆସନ୍ତୁ ଜାଣିବା ଉପବାସ ଦ୍ୱାରା ଶରୀର ଉପରେ କିଭଳି ପ୍ରଭାବ ପଡିଥାଏ l

କିନ୍ତୁ ପ୍ରଥମେ ଯାନୀ ବା ଉପବାସ କାହିଁକି ରଖିବା ଉଚିତ ଓ କିଭଳି ରଖିବା ଉଚିତ –

ସମୟ ସମୟ ରେ ଉପବାସ କରିବା ଦ୍ୱାରା ଶରୀର ସୁଧ ହୋଇଥାଏ ଓ ସୁରକ୍ଷିତ ରହିଥାଏ l  ଦୀର୍ଘ ବର୍ଷରୁ ଉପବାସ କରିବାର ଅଭ୍ୟାସ ଦ୍ୱାରା ଶରୀର ବିଷମୁକ୍ତ ହୋଇଥାଏ ଓ ସ୍ୱାସ୍ଥ୍ୟରେ ସୁଧାର ଆଣିଥାଏ l  ଯଦି ଆପଣ ସଠିକ ଭାବରେ ଉପବାସ କରିବେ ତେବେ ପାଚନ ତନ୍ତ୍ର ଠିକ ରହିଥାଏ l  ସବୁଠୁ ବଡ଼ କଥାଟି ହେଲା ଉପବାସ ଦିନ ମଣିଷ ନିଜର ଉର୍ଜା କୁ ନିଜ ଶରୀର କୁ ପରିବର୍ତ୍ତନ କରିବାରେ ଲଗାଇବା ଉଚିତ l  କିଛି ଲୋକ ଉପବାସ ପରେ ଶରୀର ଶକ୍ତି ଲାଭ କରିଥିବା, ଉନ୍ନତ ମାନସିକତା ଓ ଗୋଟିଏ ମଜବୁତ ଇମ୍ୟୁନ ସିଷ୍ଟମ ଲାଭ କରି ଥାଆନ୍ତି l

କେଉଁମାନେ ଉପବାସ କରିବା ଉଚିତ ନୁହେଁ –
ଯଦି ଆପଣ କୌଣସୀ ବିଶେଷ ପ୍ରକାର ରୋଗ ରେ ଚିକିତ୍ସିତ ହେଉଛନ୍ତି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରି ଉପବାସ କରନ୍ତୁ l ଯେଉଁ ବ୍ୟକ୍ତିମାନେ ମଧୁମେହ ରୋଗୀ , ନିମ୍ନ ରକ୍ତଚାପ ଓ ହେମୋଗ୍ଲୋବିନ କମ ଥିବାରେ ପ୍ରଭାବିତ ହେଉଛନ୍ତି ସେମାନେ ଉପବାସ କରିବା ପୂର୍ବରୁ ଡାକ୍ତର ଙ୍କୁ ପରାମର୍ଶ ନିହାତି କରିବା ଆବଶ୍ୟକ l  ଏହାଛଡା ଗର୍ଭବତୀ ମହିଳା, ସ୍ତନ୍ୟ ପାନ କରାଉଥିବା ମା ମାନେ ମଧ୍ୟ ଉପବାସ କରିବା ଠିକ ନୁହେଁ l

ଉପବାସର ଲାଭ –
– ଓଜନ ହ୍ରାସ ର ସମ୍ଭାବନା –
ଉପବାସ କ୍ୟୋଲରୀ ର ମାତ୍ର କୁ କମ କରାଇଥାଏ , ଯାହାଦ୍ୱାରା ଓଜନ ହ୍ରାସ କରିବାରେ ଲାଭ ମିଳିଥାଏ l  ଏହାଛଡା ଶରୀର ସାରାଂଚନା ରେ ସୁଧାର ହୋଇଥାଏ l

– ଶରୀର ରେ ଫୁଲା କମାଇଥାଏ –
ଉପବାସ ଶରୀରର ଫୁଲାକୁ କମାଇବାରେ ସାହାଯ୍ୟ କରିଥାଏ l  ଯଦି ଏହି ଫୁଲା କୌଣସୀ ପୁରୁଣା ରୋଗର ହୋଇଥାଏ ତେବେ ଏହା ଅଧିକ ଫଳପ୍ରଦ ହୋଇଥାଏ l

– ହାର୍ଟ ପାଇଁ ଲାଭ ଦାୟକ –
ଉପବାସ ରକ୍ତ ଚାପ , କୋଲେଷ୍ଟ୍ରଲ ସ୍ତର ଓ ଅକ୍ସୀଡେଟିବ ଉତେଜନା କୁ ଠିକ କରିଥାଏ, ସମସ୍ତ ହୃଦୟ ସମ୍ବନ୍ଧୀୟ ସମସ୍ୟା ଠିକ ହୋଇଥାଏ l ତେଣୁ ଉପବାସ କରିବା ହିତକର ଅଟେ l

– ମାସିକ ଶକ୍ତି ବୃଦ୍ଧି ହୋଇଥାଏ –
ଉପବାସ ନ୍ୟୁରୋଟ୍ରାଫିକ କାରକ ଓ ଅନ୍ୟ ଲାଭକାରୀ ବ୍ରେନ କେମିକାଲସ ର ଉତ୍ପାଦନ ରେ ସାହାଯ୍ୟ କରିଥାଏ ଉପବାସ l ଯାହାଦ୍ୱାରା ମସ୍ତିଷ୍କ ର କାର୍ଯ୍ୟ ବୃଦ୍ଧି ହୋଇଥାଏ l

Leave A Reply