ବଙ୍ଗଳାଦେଶର ବିଦେଶ ମନ୍ତ୍ରଣାଳୟ ର ଉପଦେଷ୍ଟା ଡ଼. ତୌହୀଦ ହୁସେନ କହିଛନ୍ତି ଯେ ବଙ୍ଗଳାଦେଶ ସରକାର ଅଧିକାରିକ ଭାବରେ ଭାରତ ସରକାରଙ୍କ ନିକଟରୁ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ଙ୍କୁ ହସ୍ତାନ୍ତର କରିବା ପାଇଁ ଦାବୀ ହୋଇଛି, ହୁସେନ ଷୋମବାର ଦିନ ମନ୍ତ୍ରଣାଳୟ ର ମିଡ଼ିଆ ସହିତ କଥାହୋଇ କହିଛନ୍ତି ଯେ ଭାରତ ସରକାର ଙ୍କୁ ଗୋଟିଏ ନୋଟ ବର୍ବଲ ପଠା ଯାଇଛି, ଯେଉଁଥିରେ ଦେଶରେ ନ୍ୟାୟିକ ପ୍ରକ୍ରିୟା ର ସାମ୍ନା କରିବା ପାଇଁ ହସିନା ସରକାର ଙ୍କୁ ପ୍ରତ୍ୟାର୍ପଣ କରିବା ପାଇଁ ଦାବି ହୋଇଛି l
ବଙ୍ଗଳାଦେଶରେ ହୋଇଥିବା ହିଂଶକ ପ୍ରଦର୍ଶନ ପରେ ୭୭ ବର୍ଷୀୟା ହସିନା ଅଗଷ୍ଟ ୫ ତାରିଖ ରେ ଭାରତ ଆସିଥିଲେ ଏବଂ ସେବେଠୁ ଭାରତ ଆସିଥିଲେ, ଏବଂ ସେବେଠୁ ସେ ଭାରତ ରେ ନିର୍ବାସିତ ଭାବରେ ରହି ଆସୁଛନ୍ତି, ଢାକା ସ୍ଥିତ ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଧିକରଣ ହସିନା ଓ ଅନେକ କ୍ୟାବିନେଟ ମନ୍ତ୍ରୀ, ଉପଦେଷ୍ଟା ଓ ସୈନ୍ୟ ଏବଂ ଅଧିକାରୀ ଙ୍କ ବିରୁଦ୍ଧରେ ‘ମାନବତା ର ବିରୁଦ୍ଧ ଅପରାଧ ଏବଂ ନରସଂହାର ‘ ପାଇଁ ଗିରଫ ୱାରେଣ୍ଟ ଜାରି ହୋଇଛି l ବିଦେଶ ମାମଲାର ଉପଦେଷ୍ଟା ତୌହୀଦ ହୁସେନ ନିଜ କାର୍ଯ୍ୟାଳୟ ରେ କହିଛନ୍ତି ଯେ ହସିନା ଙ୍କ ଉପରେ ନ୍ୟାୟିକ ପ୍ରକ୍ରିୟା ପାଇଁ ଭାରତ ତାଙ୍କୁ ପ୍ରତ୍ୟର୍ପନ କରୁ l ବଙ୍ଗଳାଦେଶ ଓ ନୂଆଦିଲ୍ଲୀ ମଧ୍ୟରେ ପୂର୍ବରୁ ପ୍ରତ୍ୟାର୍ପଣ ସନ୍ଧି ରହିଛି ଓ ଏହି ସନ୍ଧି ଅନୁସାରେ ହସିନା ଙ୍କୁ ବଙ୍ଗଳାଦେଶ କୁ ଭାରତ ପ୍ରତ୍ୟାର୍ପଣ କରିବାକୁ ବାଧ୍ୟ l