ହିନ୍ଦୁ ଧର୍ମରେ ହନୁମାନ ଙ୍କୁ ଜୀବନ୍ତ ଠାକୁର ବୋଲି କୁହାଯାଇ ଥାଏ, ଏବଂ ହନୁମାନ ହେଉଛନ୍ତି ସନାତନ ଧର୍ମର ଆରାଧ୍ୟ, କିନ୍ତୁ ଉତ୍ତରାଖଣ୍ଡ ର ଚମୋଲି ଜିଲ୍ଲା ସ୍ଥିତ ଦ୍ରୋଣଗିରି ଗାଁ ଏଭଳି ସ୍ଥାନ ରହିଛି ଯେଉଁଠି ହନୁମାନ ଙ୍କୁ ପୂଜା କରାଯାଇ ନଥାଏ, ଏହି ସମ୍ବନ୍ଧ ରେ ସ୍ଥାନୀୟ ଲୋକେ କହିଛନ୍ତି ଯେ ହନୁମାନ ସଂଜୀବନୀ ବୁଟି ଖୋଜି ଏହି ଗ୍ରାମରେ ପହଂଚିଥିଲେ, ଏବଂ ସେଠାରେ ଥିବା ଦ୍ରୋଣାଗୀରି ପର୍ବତ ର ଗୋଟିଏ ବଡ଼ ଭାଗ ଓପାଡି ନେଇଗଲେ, କୁହାଯାଏ ଯେ ଏହି ପର୍ବତ ସ୍ଥାନୀୟ ଲୋକଙ୍କ ନିକଟରେ ଗୋଟିଏ ପୂଜନୀୟ ପର୍ବତ ଅଟେ l
କାହିଁକି ହୋଇ ନଥାଏ ହନୁମାନ ଙ୍କ ପୂଜା ?
ଉତ୍ତରାଖଣ୍ଡ ର ଦ୍ରୋଣାଗୀରି ନାମକ ଗ୍ରାମ ର ଲୋକଙ୍କ ମତରେ ପ୍ରଭୁ ହନୁମାନ ତାଙ୍କର ଆରାଧ୍ୟ ପର୍ବତ ର ଅପମାନ କରିଛନ୍ତି, ଏବଂ କୁହାଯାଏ ଯେ ଯେଉଁ ମହିଳା ଙ୍କୁ ହନୁମାନ ଙ୍କୁ ଦ୍ରୋଣାଗୀରି ପର୍ବତ ବିଷୟ ରେ କହିଥିଲା ତାର ସମାଜରୁ ବହିଷ୍କାର କରାଯାଇ ଥିଲା, ତେଣୁ ଏଠାରେ କୌଣସି ବ୍ୟକ୍ତି ହନୁମାନ ଙ୍କୁ ପୂଜା କରନ୍ତି ନାହିଁ କିମ୍ବା କୌଣସି ଘରେ ନାଲି ଝଣ୍ଡା ବା ପତାକା ଲଗାଯାଏ ନାହିଁ l
ବାଲ୍ମୀକି ରାମାୟଣ ଓ ରାମଚରିତ ମାନସ ରେ ରହିଛି ଅଲଗା ଅଲଗା ତଥ୍ୟ –
ବାଲ୍ମିକୀ ରାମାୟଣ ଅନୁସାରେ ମେଘନାଦ ଙ୍କ ବ୍ରହ୍ମାସ୍ତ୍ର ଦ୍ୱାରା ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ଆହତ ହୋଇ ବେହୋସ ହୋଇଯାଇ ଥିଲେ, ୨ଭାଇ ଙ୍କୁ ରକ୍ଷା କରିବା ପାଇଁ ହନୁମାନ ହିମାଚଳ ଗଲେ ଓ ଔଷଧୀୟ ପାହାଡ଼ କୁ ଉଠାଇ ଆଣିଥିଲେ , ଏବଂ ରାମ ଲକ୍ଷ୍ମଣ ଙ୍କ ଚିକିତ୍ସା ପରେ ପୁନର୍ବାର ପାହାଡ଼ କୁ ସେହି ସ୍ଥାନରେ ରଖି ଦେଇଥିଲେ ହନୁମାନ l
ତୁଳସୀ ଦାସ ଙ୍କ ରାମଚରିତମାନସ ଅନୁସାରେ ହନୁମାନ ଲକ୍ଷ୍ମଣ ଙ୍କୁ ରକ୍ଷା କରିବା ପାଇଁ ସଞ୍ଜିବନୀ ବୁଟୀ ବାଛି ପାରି ନଥିଲେ ତେଣୁ ସମ୍ପୂର୍ଣ ପାହାଡ଼ ଉଠାଇ ନେଇଯାଇଥିଲେ l ଏବଂ ପାହାଡ଼ କୁ ପୁନର୍ବାର ରଖିନଥିଲା l
ଆଜି ମଧ୍ୟ ଦ୍ରୋଣାଗୀରି ଗାଁ ର ଲୋକେ ନିଜ ଆରାଧ୍ୟ ପର୍ବତ ର ବିଶେଷ ପୂଜା କରିଥାଆନ୍ତି, ଏବଂ ପୂଜା ରେ ମହିଳା ମାନେ ମଧ୍ୟ ଅଂଶ ଗ୍ରହଣ କରି ଥାଆନ୍ତି, କିନ୍ତୁ ତାଙ୍କ ହାତରୁ କୌଣସି ପ୍ରସାଦ ଦ୍ରୋଣାଗୀରି ପର୍ବତ କୁ ଅର୍ପଣ କରାଯାଏ ନାହିଁ, କିମ୍ବା ତାଙ୍କର ଏହି ପୂଜାରେ ବିଶେଷ ଯୋଗଦାନ ମଧ୍ୟ ରୁହେନାହିଁ l